
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ ଜଣେ ମହିଳାଙ୍କ ପାଖରୁ ପ୍ରାୟ ୧ କେଜି ଓଜରର ସୁନା ଜବତ କରାଯାଇଛି। ଚୋରା ଚାଲାଣ ବେଳେ ରାଜସ୍ୱ ବିଭାଗର ଗୁଇନ୍ଦା ଅଧିକାରୀ ଏହାକୁ ଜବତ କରିଛନ୍ତି। ମହିଳା ଜଣଙ୍କ ମହାରାଷ୍ଟ୍ରର ବୋଲି ଜଣାପଡ଼ିଛି।
ମହିଳା ଜଣଙ୍କ ତାଙ୍କ ବ୍ୟାଗରେ ୮ଟି ସୁନା ବିସ୍କୁଟ ରଖି ଦିଲ୍ଲୀରୁ ଭୁବନେଶ୍ୱର ଆସିଥିଲେ। ଜବତ ସୁନା ୯୫୯ ଗ୍ରାମ୍ର ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୩୩ ଲକ୍ଷ ଟଙ୍କା ହେବ ବୋଲି ରାଜସ୍ୱ ବିଭାଗ ପକ୍ଷରୁ କୁହାଯାଇଛି।
ଏହାସହ ମହିଳାଙ୍କ ପାଖରୁ ୧୨୨ ପ୍ୟାକେଟ୍ ବିଦେଶୀ ସିଗାରେଟ୍ ଜବତ କରାଯାଇଛି। ଏହାର ମୂଲ୍ୟ ୧ ଲକ୍ଷ ୨୨ ହଜାର ଟଙ୍କା ହେବ।
from Odisha Reporter https://ift.tt/2NdQxmS
No comments:
Post a Comment