ଆମେରିକା ରାଷ୍ଟ୍ରପତି କହିଲେ, ‘ଭୟଙ୍କର ସ୍ଥିତି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 19, 2019

ଆମେରିକା ରାଷ୍ଟ୍ରପତି କହିଲେ, ‘ଭୟଙ୍କର ସ୍ଥିତି’

trump

ୱାଶିଂଟନ: ଜମ୍ମୁ-କଶ୍ମୀରର ପୁଲୱାମାରେ ଆତଙ୍କବାଦୀଙ୍କ ଆତ୍ମଘାତୀ ଆକ୍ରମଣ ଘଟଣାକୁ ‘ଭୟଙ୍କର ସ୍ଥିତି’ ଭାବେ ବର୍ଣ୍ଣନା କରିଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ।

ସେ କହିଛନ୍ତି,“ମୁଁ ଏନେଇ ରିପୋର୍ଟ ପାଇଛି ଓ ଖୁବ୍‌ଶୀଘ୍ର ଏନେଇ ବୟାନ ଜାରି କରିବି।”

ହ୍ୱାଇଟ୍‌ ହାଉସ୍‌ର ଓଭାଲ୍ ଅଫିସ୍‌ରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଭେଟିବା ଅବସରରେ ସେ ଏ କଥା କହିଥିଲେ।

ଟ୍ରମ୍ପ କହିଥିଲେ,“ମୁଁ ସ୍ଥିତି ଉପରେ ନଜର ରଖିଛି। ଏ ସଂପର୍କରେ ମୁଁ ବହୁତ ରିପୋର୍ଟ ପାଇଛି। ଆମେ ଖୁବ୍‌ଶୀଘ୍ର ଏ ପ୍ରସଙ୍ଗରେ ଉଚିତ୍ ସମୟରେ ମତ ରଖିବୁ। ଯଦି ଭାରତ ଓ ପାକିସ୍ତାନ ଏକାଠି ହେବେ, ତା’ହେଲେ ଏହା ବହୁତ ଭଲ ହୁଅନ୍ତା।”

ଏହା ପୂର୍ବରୁ ଆମେରିକା ରାଷ୍ଟ୍ରପତିଙ୍କ ସୁରକ୍ଷା ପରାମର୍ଶଦାତା ଜନ୍ ବୋଲ୍‌ଟନ୍ କହିଥିଲେ ଯେ ଭାରତର ଆତ୍ମରକ୍ଷା ଅଧିକାର ଅଛି।

ସୂଚନାଯୋଗ୍ୟ, ପୁଲୱାମା ଆକ୍ରମଣରେ ସିଆର୍‌ପିଏଫ୍‌ର ୪୦ ଜଣ ଯବାନ ସହିଦ ହୋଇଥିଲେ। ଏହା ପରେ ସୋମବାର ସେନା ପକ୍ଷରୁ କରାଯାଇଥିବା ଅପରେସନ୍‌ରେ ଜୈଶ-ଇ-ମହମ୍ମଦର ତିନି ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ଏମାନଙ୍କ ମଧ୍ୟରେ ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ ଗାଜି ଥିଲା ବୋଲି କୁହାଯାଇଛି।



from Odisha Reporter https://ift.tt/2XcDKWA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages