
ଦେବଗଡ଼ (ସିଦ୍ଧାର୍ଥ ଗୁରୁ): ବାସଚ୍ୟୁତଙ୍କୁ ଥଇଥାନ ଓ କ୍ଷତିପୂରଣ ସମେତ ୫ ଦଫା ଦାବି ନେଇ ଆଜି ଦେବଗଡ଼ ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ରେଙ୍ଗାଳି ବାସଚ୍ୟୁତ ସୁରକ୍ଷା ସମିତି ପକ୍ଷରୁ ଏହି ଡାକରା ଦିଆଯାଇଛି।
ଏହାର ପ୍ରଭାବରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଦୋକାନ, ବଜାର ବନ୍ଦ ରହିଥିବା ବେଳେ ଗାଡ଼ି ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି। ରାସ୍ତାରେ ଶତାଧିକ ଭାରିଯାନ ଅଟକି ରହିଛି।
ରେଙ୍ଗାଳି ବାସଚ୍ୟୁତ ସୁରକ୍ଷା ସମିତିର କର୍ମକର୍ତ୍ତାମାନେ ଦେବଗଡ଼ ସହରର ବିଭିନ୍ନ ସ୍ଥାନରେ ପିକେଟିଂ କରି ଦୋକାନ ବନ୍ଦ କରିଛନ୍ତି। ଅନ୍ୟପକ୍ଷରେ ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସମିତିର ସଭାପତିଙ୍କ ସମେତ ବହୁ ଆନ୍ଦୋଳନକାରୀଙ୍କୁ ପୁଲିସ୍ ଅଟକ ରଖିଛି।
from Odisha Reporter http://bit.ly/2BHCyRR
No comments:
Post a Comment