କାହା ପ୍ରେମରେ ଦିୱାନା କିଙ୍ଗ୍‌ ଖାନ୍‌ଙ୍କ ଝିଅ ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 17, 2019

କାହା ପ୍ରେମରେ ଦିୱାନା କିଙ୍ଗ୍‌ ଖାନ୍‌ଙ୍କ ଝିଅ ?

suhana

ମୁମ୍ବାଇ: ଏବେ ବଲିଉଡ୍‌ରେ ଷ୍ଟାରକିଡ୍‌ଙ୍କୁ ନେଇ ଖୁବ୍‌ କ୍ରେଜ୍‌ ଦେଖିବାକୁ ମିଳିଛି। କିଏ ବଲିଉଡ୍‌ରେଏଣ୍ଟ୍ରି କଲେ, କିଏ କାହାକୁ ଡେଟ୍‌ କଲେ ଏସବୁକୁ ନେଇ ସବୁବେଳେ ଆଲୋଚନା ଚାଲିଥାଏ।

ତେବେ ଆମେ ଆଜି କିଙ୍ଗ୍‌ ଖାନ୍‌ ଶାହାରୁଖ୍‌ ଖାନ୍‌ଙ୍କ ତନୟା ସୁହାନା ଖାନ୍‌ଙ୍କ ବିଷୟରେ କହିବୁ। ସୁହାନା ସବୁବେଳେ କିଛି ନା କିଛି କାରଣରୁ ଚର୍ଚ୍ଚାରେ ଥାଆନ୍ତି। ତାଙ୍କ ଗ୍ଲାମରସ୍‌ ଫଟୋ ସୋଶାଲ୍‌ ମିଡିଆରେ ଅନେକ ସମୟରେ ଭାଇରାଲ୍‌ ହୋଇଥାଏ। ଏହାସହ ସେ ବଲିଉଡ୍‌ରେ ଏଣ୍ଟ୍ରି କରିବା ନେଇ ମଧ୍ୟ ୨୦୧୮ରେ ଚର୍ଚ୍ଚା ହେଉଥିଲା। ନିକଟରେ ସେ ନିଜ କଲେଜରେ ଏକ ନାଟକରେ ଲିଡ୍‌ ଚରିତ୍ରରେ ଅଭିନୟ କରିଥିଲେ। ତାଙ୍କ ଅଭିନୟକୁ ବି ସମସ୍ତେ ବେଶ୍‌ ପ୍ରଶଂସା କରିଥିଲେ।

ଏବେ ପୁଣି ସୁହାନା ଚର୍ଚ୍ଚାକୁ ଆସିଛନ୍ତି। କିନ୍ତୁ ଏବେ ଅଭିନୟକୁ ନେଇ ନୁହେଁ। ନିଜ ପ୍ରେମ ସମ୍ପର୍କ ପାଇଁ। ସେ କାହାକୁ ଡେଟ୍‌ କରିବାକୁ ଚାହୁଁଛନ୍ତି ନିକଟରେ ସେ ବିଷୟରେ ଜଣା ପଡ଼ିଛି। ସୁହାନା ଯାହାକୁ ଡେଟ୍‌ କରିବାକୁ ଚାହୁଁଛନ୍ତି ସେ ବଲିଉଡ୍‌ କଳାକାର ନୁହନ୍ତି ବୋଲି ମଧ୍ୟ ସ୍ପଷ୍ଟ ହୋଇଛି।

ସୂଚନା ମୁତାବକ, ସୁହାନା ନିଜ ଇନ୍‌ଷ୍ଟା ଆକାଉଣ୍ଟରେ ‘ଆଷ୍କ ମି ଏନିଥିଙ୍ଗ୍‌’ ପୋଷ୍ଟ କରିବା ପରେ ତାଙ୍କୁ ପ୍ରଶଂସକ ଭିନ୍ନ ଭିନ୍ନ ପ୍ରକାରର ପ୍ରଶ୍ନ କରିଥିଲେ।

ତେବେ କେହି ଜଣେ ତାଙ୍କୁ ପ୍ରଶ୍ନ କରିଥିଲେ ଆପଣ କାହାକୁ ଡେଟ୍‌ କରିବାକୁ ଚାହାନ୍ତି ? ଉତ୍ତରରେ ସୁହାନା ନିଜ ମନର ରାଜକୁମାରଙ୍କ ଫଟୋ ଶେୟାର କରି ସେହି ବ୍ୟକ୍ତିଙ୍କୁ ସେ ଡେଟ୍‌ କରିବାକୁ ଚାହାନ୍ତି ବୋଲି ଲେଖିଥିଲେ।

ସେ ଯାହାଙ୍କ ଫଟୋ ଶେୟାର କରିଥିଲେ ସେ ଥିଲେ ସାଉଥ୍‌ କୋରିୟାନ୍‌ କଣ୍ଠଶିଳ୍ପୀ-ଅଭିନେତା କିମ୍‌ ଜୁନ୍‌-ମାଇୟୋନ୍‌। ଏହି ସିଙ୍ଗର ଜଣକ ସୁହୁ ନାମରେ ପରିଚିତ। ସେ ଜଣେ ସିଙ୍ଗର ସହ ଅଭିନେତା, ଗୀତିକାର, ଓ ଜଣେ ମଡେଲ୍‌ ମଧ୍ୟ।

ସୁହାନାଙ୍କ ବଲିଉଡ୍‌ ଏଣ୍ଟ୍ରିକୁ ନେଇ ଶାହାରୁଖ୍‌ ଫିଲ୍ମ ଫେୟାରକୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି ଯେ, ‘‘ବଲିଉଡ୍‌ରେ ଡେବ୍ୟୁ କରିବା ପୂର୍ବରୁ ସୁହାନାଙ୍କୁ ୩-୪ ବର୍ଷ ତାଲିମ୍‌ର ଆବଶ୍ୟକତା ରହିଛି। କାରଣ ସମସ୍ତଙ୍କୁ ଲାଗେ ଆମକୁ ଅଭିନୟ ଜଣା ଥାଏ। କିନ୍ତୁ ବାସ୍ତବରେ ସେମିତି ନଥାଏ। ଏଥିପାଇଁ ତାଲିମର ଆବଶ୍ୟକତା ରହିଛି। ଏବେ ସେ ଲଣ୍ଡନ୍‌ରେ ଥିଏଟରରେ କାମ କରୁଛନ୍ତି।’’

 



from Odisha Reporter http://bit.ly/2GyYdzI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages