ଓଡ଼ିଶାରେ ପ୍ରଥମ: ଦରମା ନନେଇ ସ୍କୁଲରେ ପଢ଼ାଉଛନ୍ତି ଶିକ୍ଷକ ଶିକ୍ଷୟିତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 23, 2019

ଓଡ଼ିଶାରେ ପ୍ରଥମ: ଦରମା ନନେଇ ସ୍କୁଲରେ ପଢ଼ାଉଛନ୍ତି ଶିକ୍ଷକ ଶିକ୍ଷୟିତ୍ରୀ

ବାରିପଦା (ମାଣିକଲାଲ୍‌ ପାଣି): ବିନା ବେତନରେ ପାଠ ପଢ଼ା ଯାଉଛି। ଶିକ୍ଷକ ଅଭାବ ଦୂର କରିବା ପାଇଁ ଗତକାଲି ଆରମ୍ଭ ହୋଇଥିଲା ‘ଟିଚ୍ ମୟୂରଭଞ୍ଜ’ ପ୍ରକଳ୍ପ। ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟରେ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପରେ ବର୍ତ୍ତମାନ ସୁଦ୍ଧା ୨୦୦ରୁ ଅଧିକ ଶିକ୍ଷକ ଓ ଶିକ୍ଷୟିତ୍ରୀ ସାମିଲ ହୋଇଛନ୍ତି। ବିଏଡ୍ ପାସ୍ ପରେ ଘରେ ନ ବସି, ଏଭଳି ପାଠ ପଢ଼ାଉଛନ୍ତି।

ଗତକାଲି ଉତ୍ତର ଓଡ଼ିଶା ବିଶ୍ୱ ବିଦ୍ୟାଳୟରେ ‘ଟିଚ୍‌ ମୟୂରଭଞ୍ଜ ଶିକ୍ଷା ପ୍ରକଳ୍ପ’ ଶୁଭାରମ୍ଭ ହୋଇଛି। ଏହି ଅବସରରେ ଆୟୋଜିତ ସମାବେଶରେ ଆଞ୍ଚଳିକ ଶିକ୍ଷା ଅନୁଷ୍ଠାନ ଅଧ୍ୟକ୍ଷ ପ୍ରଫେସର ପ୍ରକାଶ ଚନ୍ଦ୍ର ଅଗ୍ରୱାଲ, ମୟୂରଭଞ୍ଜ ଜିଲ୍ଲା ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ବେହେରା, ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷା ସୁସ୍ମିତା କର ପ୍ରମୁଖ ଯୋଗଦେଇଥିଲେ। ଏହିଭଳି ୨୪୧ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ସ୍କୁଲରେ ପାଠ ପଢ଼ାଉଛନ୍ତି।

ଏମାନେ ଜିଲ୍ଲାର ୬ଟି ବ୍ଳକର ୬୯ଟି ବିଦ୍ୟାଳୟରେ ପାଠ ପଢ଼ାଉଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଜିଲ୍ଲା ପ୍ରଶାସନର ଅନୁମୋଦନ କ୍ରମେ ଏହି କାର୍ଯ୍ୟକ୍ରମ ପ୍ରଥମଥର ପାଇଁ ମୟୂରଭଞ୍ଜ ଜିଲ୍ଲାରେ ଆରମ୍ଭ ହୋଇଛି। ଶିକ୍ଷା କ୍ଷେତ୍ରରେ ଏହା ବହୁମୂଖୀ ପରିବର୍ତ୍ତନ ଆଣିବାରେ ସହାୟକ ହେବ ବୋଲି କୁହାଯାଉଛି।



from Odisha Reporter https://ift.tt/2ThJO0C

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages