ନିର୍ବାଚନ ପୂର୍ବରୁ ଓଡ଼ିଶାରେ ବ୍ୟାନ୍‌ ହେଉ ମଦ, ଆମମ୍ଭ ହେଲା ‘ମଦମୁକ୍ତି ଅଭିଯାତ୍ରା’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 23, 2019

ନିର୍ବାଚନ ପୂର୍ବରୁ ଓଡ଼ିଶାରେ ବ୍ୟାନ୍‌ ହେଉ ମଦ, ଆମମ୍ଭ ହେଲା ‘ମଦମୁକ୍ତି ଅଭିଯାତ୍ରା’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଗାମୀ ନିର୍ବାଚନ ପୂର୍ବରୁ ଓଡିଶାରୁ ମଦ ବ୍ୟାନ୍‌ ହେଉ। ଏହି ଦାବିରେ ଆଜି ‘ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ’ (ମୋନା) ଓ ‘ମଦମୁକ୍ତି ଯୁବ ବାହିନୀ’ ପକ୍ଷରୁ ଭୁବନେଶ୍ୱର ସ୍ଥିତ ମହାତ୍ମା ଗାନ୍ଧି ପାର୍କ ନିକଟରୁ ‘ମଦମୁକ୍ତି ଅଭିଯାତ୍ରା’ର ଶୁଭାରମ୍ଭ ହୋଇଛି। ଏଥିରେ ପୂର୍ବତନ ଭାରତ ରାଷ୍ଟ୍ରଦୂତ ଅବସର ବେଉରିଆ, ପଦ୍ମଶ୍ରୀ ତୁଳସୀ ମୁଣ୍ଡା, ପ୍ରଫେସର ରାଧାମୋହନ, ଜଗଦାନନ୍ଦ, ପ୍ରହଲ୍ଲାଦ ସିଂହ, ସୁମିତ୍ରା ଜେନା, ପୃଥ୍ୱୀରାଜ୍ ହରିଚନ୍ଦନ, ବିଜେପି ଓଡ଼ିଶା ସଦସ୍ୟ ପ୍ରମୁଖ ଅତିଥିଭାବେ ଯୋଗଦେଇଛନ୍ତି।

ଫେବୃଆରୀ ୨୩ରୁ ମାର୍ଚ୍ଚ ୫ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁଥିବା ଏହି ଯାତ୍ରା ମାଧ୍ୟମରେ ମଦମୁକ୍ତି କାର୍ଯ୍ୟକର୍ତ୍ତାମାନେ ୧୧ଟି ଜିଲ୍ଲାର ବିଭିନ୍ନ ଗାଁ ଏବଂ ବ୍ଲକ ଆଦି ଭ୍ରମଣ କରି ନିର୍ବାଚନ ପୂର୍ବରୁ ‘ମଦ ଛାଡ ନଚେତ ଗାଦି ଛାଡ’ ନିର୍ବାଚନୀ ରଣଧ୍ୱନୀ ଦେବାର ଯୋଜନା ରହିଛି। ଆଜିର ପୁରୀ, ଡେ଼ଲାଙ୍ଗ, କଣାସ, ପୁରୀ ଟାଉନ୍, ବାଲି ଘାଇ ଆଦି ସ୍ଥାନକୁ ଭ୍ରମଣକରି ରୋଡ଼ ସୋ କରାଯାଇଛି। ଏହି ପ୍ରଥମ ଦଫା ଯାତ୍ରାଟି ରାଜ୍ୟର ରାଜଧାନୀ ଭୁବନେଶ୍ୱର ଠାରୁ ଆରମ୍ଭ ହୋଇ ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, କଟକ ଏବଂ ଖୋର୍ଦ୍ଦା ଜିଲ୍ଲା ପରିକ୍ରମା କରିବ।

ଏ ସଂପର୍କରେ  ସୂଚନା ଦେଇ ମିଳିତ ଓଡିଶା ନିଶା ନିବାରଣ ଅଭିଯାନର ସଭାପତି ଶ୍ରୀଯୁକ୍ତ ପଦ୍ମଚରଣ ନାୟକ କହିଛନ୍ତି ଯେ, ‘ମଦ ଦ୍ୱାରା ରାଜ୍ୟର ହଜାର ହଜାର ପରିବାର ନଷ୍ଟ ହୋଇଯାଉଛି। ଏହାର ବ୍ୟାପକ ପ୍ରସାର ଯୋଗୁଁ କୃଷକ ଓ ଶ୍ରମିକମାନେ ଯାହା ରୋଜଗାର କରୁଛନ୍ତି ତାହାର ବେଶ କିଛି ଅଂଶ ମଦରେ ଖର୍ଚ୍ଚ ହେଉଛି। ସରକାରଙ୍କ ଦାବି ଯେ ମଦରୁ ରାଜସ୍ୱ ଆସୁଛି। ତାହା ସମ୍ପୂର୍ଣ୍ଣ ମିଥ୍ୟା, ଯେବେକି ଅନେକ ଅଧ୍ୟୟନରୁ ଜଣାପଡିଛି ମଦ ଦ୍ୱାରା ରାଜ୍ୟ ଅନେକ ଗୁଣରେ କ୍ଷତି ସହୁଛି।‘

ଆହୁରୀ ମଧ୍ୟ ସେ କହିଛନ୍ତି ଯେ, ‘ମଦର ଭୟାଭୟତା ଏପରି ଯେ, ରାଜ୍ୟର ଲକ୍ଷ ଲକ୍ଷ ଲୋକ ପ୍ରତ୍ୟେକ୍ଷ କିମ୍ୱା ପରୋକ୍ଷ ଭାବେ ମଦ ସମସ୍ୟା ଦ୍ୱାରା ଆକ୍ରାନ୍ତ। ତେଣୁ ଏହି ମଦମୁକ୍ତି ଅଭିଯାତ୍ରା ମାଧ୍ୟମରେ ଆମେ ଗାଁ ଗାଁକୁ ଯାଇ ମଦ ବିରୋଧରେ ଲୋକଙ୍କୁ ଏକଜୁଟ କରାଇବୁ।‘

ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ପ୍ରିୟନାଥ ଆଚାର୍ଯ୍ୟ, ରମାକାନ୍ତ ମଣ୍ଡଳ, ମଳୟ ତ୍ରିପାଠୀ, ଖଗେଶ୍ୱର ବଳ, କାହ୍ନୁଚରଣ ବେହୁରା, ଶ୍ରୀମତୀ ବାଣୀ ଦାସ, ଅପର୍ଣ୍ଣା ନାୟକ, ଇନ୍ଦୁମତୀ ସାହୁ, ସତ୍ୟବ୍ରତ ପୃଷ୍ଟି, ଲଲାଟେନ୍ଦୁ ପାତ୍ର, ତାରାକାନ୍ତ ନାୟକ, ପ୍ରୀତି ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

 



from Odisha Reporter https://ift.tt/2Iz5h13

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages