୧୦୦ କୋଟି କ୍ଲବରେ ସାମିଲ ହେଲା ‘ଗଲି ବୟ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 24, 2019

୧୦୦ କୋଟି କ୍ଲବରେ ସାମିଲ ହେଲା ‘ଗଲି ବୟ’

ମୁମ୍ବାଇ: ରଣବୀର ସିଂହ ଓ ଆଲିଆ ଭଟ୍ଟଙ୍କ ଅଭିନୀତ ଫିଲ୍ମ ‘ଗଲିବୟ’ ବକ୍ସ ଅଫିସ୍‌ରେ ଧମାକେଦାର ପ୍ରଦର୍ଶନ କରୁଛି। ଜୋୟା ଅଖତରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ରିଲିଜ ହେବାର ପ୍ରଥମ ୩ ଦିନରେ ପ୍ରାୟ ୫୦ କୋଟି ଟଙ୍କା ଆୟ କରିସାରିଥିଲା। ଆଉ ଏବେ ଏହା ୧୦୦ କୋଟି କ୍ଲବରେ ସାମିଲ ହୋଇସାରିଛି।

ଏବେ ଯାଏ ଗଲିବୟ ମୋଟ୍‌ ୧୧୧ କୋଟି ଟଙ୍କା ଆଦାୟ କରିସାରିଲାଣି। ପାଖାପାଖି ୭୦ କୋଟି ବଜେଟ୍‌ରେ ତିଆରି ହୋଇଥିବା ଏହି ଫିଲ୍ମ, ୫ ଦିନ ସୁଦ୍ଧା ୭୫ କୋଟି, ୮ ଦିନରେ ୧୦୦ କୋଟି ଓ ୧୧ ଦିନରେ ଏହା ୧୧୧ କୋଟି ୨୫ ଲକ୍ଷ ଟଙ୍କା ଆୟ କରିସାରିଲାଣି। ଫିଲ୍ମଟିକୁ ଚାରିଆଡ଼ୁ ଅନେକ ପ୍ରଶଂସା ମିଳୁଛି। ଜୋୟା ଅଖତାରଙ୍କ ନିର୍ଦ୍ଦେଶିତ ଏହି ସିନେମାରେ ରଣବୀର ସିଂହଙ୍କୁ ଦେଖିବାକୁ ମିଳିଛି ଭିନ୍ନ ଏକ ଅନ୍ଦାଜରେ। ଜଣେ ଷ୍ଟ୍ରିଟ୍ ରାପର ଭାବେ ନଜର ଆସିଛନ୍ତି ରଣବୀର।

ଏଥିରେ ରଣବୀରଙ୍କ ବିପକ୍ଷରେ ଅଭିନୟ କରିଛନ୍ତି ଆଲିୟା ଭଟ୍ଟ। ସିନେମାର ଅନେକଗୁଡ଼ିଏ ଗୀତ ରଣବୀର ନିଜ ଭଏସ୍‌ରେ ରେକର୍ଡ କରିଛନ୍ତିା ସବୁଥରର ଆକ୍ସନ ସିନେମାରୁ ହଟକେ ରହିଛି ଏହି ସିନେମା। ରଣବୀରଙ୍କ ରାପ୍ ଷ୍ଟାଇଲକୁ ଦର୍ଶକ ଟ୍ରେଲରରେ ଖୁବ୍ ପସନ୍ଦ କରିଥିଲେ। ଏହାସହ ପ୍ରଥମ ଥର ପାଇଁ ଆଲିଆ ଏବଂ ରଣବୀର ସିଂହ ସ୍କ୍ରିନ୍ ସେୟାର କରିଛନ୍ତି।



from Odisha Reporter https://ift.tt/2tyHNPr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages