
ନୂଆପଡ଼ା(ଓଡ଼ିଶା ରିପୋର୍ଟର):ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ ମାମଲାରେ ଆଉ ୨ ଜଣଙ୍କୁ ଗିରଫ କରିଛି ନୂଆପଡ଼ା ଜିଲ୍ଲା ବୋଡେନ ପୋଲିସ। ଫଳରେ ଗିରଫଦାରୀ ସଂଖ୍ୟା ୭ରେ ପହଞ୍ଚିଛି।
ଗତ ୨୨ ତାରିଖ ଦିନ କେରାପଦର ଦ୍ୱାରଶନୀ ହାଇସ୍କୁଲର ସହକାରୀ ଶିକ୍ଷକ ସର୍ବଜ୍ଞ ସୁପକାର ନିଜ ପୁତୁରା ଜ୍ଞାନଦତ୍ତ ସୁପକାରଙ୍କ ସହ କରଙ୍ଗାମାଲ ହାଇସ୍କୁଲକୁ ଯାଇଥିଲେ। ସର୍ବଜ୍ଞ ନିଜ ମୋବାଇଲ ତାଙ୍କ ପୁତୁରାକୁ ଦେଇଥିଲେ। ପୁତୁରା ଜ୍ଞାନଦତ୍ତ ଫଟୋ ଉଠାଇ ଭାଇରାଲ କରିଥିବା ଅଭିଯୋଗ ହୋଇଛି। ଆଜି ସନ୍ଧ୍ୟାରେ ଗିରଫ ୭ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ।
from Odisha Reporter https://ift.tt/2GZ000u
No comments:
Post a Comment