ପ୍ରଥମ ଏସୀୟ ଦେଶ ଭାବେ ଦକ୍ଷିଣ ଆଫ୍ରିକାରେ ଟେଷ୍ଟ ସିରିଜ୍ ଜିତିଲା ଶ୍ରୀଲଙ୍କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 23, 2019

ପ୍ରଥମ ଏସୀୟ ଦେଶ ଭାବେ ଦକ୍ଷିଣ ଆଫ୍ରିକାରେ ଟେଷ୍ଟ ସିରିଜ୍ ଜିତିଲା ଶ୍ରୀଲଙ୍କା

ପୋର୍ଟ ଏଲିଜାବେଥ:  ଶ୍ରୀଲଙ୍କା କ୍ରିକେଟ୍ ଟିମ୍ ପ୍ରଥମ ଏସୀୟ ଦଳ ଭାବେ ଦକ୍ଷିଣ ଆଫ୍ରିକାରେ ଟେଷ୍ଟ ସିରିଜ୍ ଜିତି ନୂଆ ଇତିହାସ ରଚିଛି। ପ୍ରଥମ ଟେଷ୍ଟକୁ ରୋମାଞ୍ଚକର ଭାବେ ଏକ ୱିକେଟର ଜିତିଥିବା ଶ୍ରୀଲଙ୍କା ଦ୍ୱିତୀୟ ଟେଷ୍ଟରେ ସାଉଥ୍ ଆଫ୍ରିକାକୁ ୮ ୱିକେଟରେ ହରାଇଛି। ଏଥିସହ ଭ୍ରମଣକାରୀ ଶ୍ରୀଲଙ୍କା ୩ଟିକିଆ ସିରିଜ୍‌କୁ ଆଗୁଆ ୨-୦ରେ ଜିତି ନେଇଛି।

୧୯୯୩ରେ ଉଭୟ ଦେଶ ମଧ୍ୟରେ ପ୍ରଥମଥର ଦ୍ୱିପାକ୍ଷିକ ସିରିଜ ଆରମ୍ଭ ହୋଇଥିଲା। ଏହାପରଠାରୁ ଶ୍ରୀଲଙ୍କା ୫ଥର ଦକ୍ଷିଣ ଆଫ୍ରିକା ଗସ୍ତ କରିଥିଲେ ହେଁ ଥରେ ବି ସିରିଜ୍ ଜିତିବାକୁ ସକ୍ଷମ ହୋଇନଥିଲା। କିନ୍ତୁ ଦିମୁତ କରୁଣାରତ୍ନେଙ୍କ ନେତୃତ୍ୱରେ ଏଥର ଶ୍ରୀଲଙ୍କା ଇତିହାସ ରଚିବାରେ ସଫଳ ହୋଇଛି। ଅନ୍ୟପକ୍ଷରେ ବିଶ୍ୱର ଦୁଇ ନମ୍ବର ଟେଷ୍ଟ ଦଳ ଦକ୍ଷିଣ ଆଫ୍ରିକା ପ୍ରଥମଥର ଘରୋଇ ମାଟିରେ ଏଭଳି ଲଜ୍ଜାଜନକ ଭାବେ ସିରିଜ୍ ପରାଜୟବରଣ କରିଛି।

ପୋର୍ଟ ଏଲିଜାବେଥ ଟେଷ୍ଟକୁ ଜିତିବା ପାଇଁ ଶ୍ରୀଲଙ୍କାକୁ ୧୯୭ ରନର ଟାର୍ଗେଟ ଦେଇଥିଲା ସାଉଥ ଆଫ୍ରିକା। ଏହି ଚ୍ୟାଲେଞ୍ଜିଂ ଟାର୍ଗେକୁ ଭ୍ରମଣକାରୀ ଟିମ୍ ମାତ୍ର ୨ ୱିକେଟ ହରାଇ ହାସଲ କରିନେଇଛି। ଶ୍ରୀଲଙ୍କା ପାଇଁ କୁଶାଲ ମେଣ୍ଡିସ ଓ ଓସାଡା ଫର୍ଣ୍ଣାଣ୍ଡୋ ତୃତୀୟ ଉଇକେଟ ପାଇଁ ଅପରାଜିତ ୧୬୩ ରନର ମ୍ୟାଚ୍‌ ବିଜୟୀ ଭାଗୀଦାରୀ କରିଥିଲେ।

ବୋଲିଂ ପାଇଁ ଉପଯୋଗୀ ପିଚରେ ଶ୍ରୀଲଙ୍କା ୨ୟ ଦିବସ ଖେଳ ଶେଷ ସୁଦ୍ଧା ୨ ୱିକେଟ ହରାଇ ୬୦ ରନ୍ କରିଥିଲା। ଫଳରେ ଦକ୍ଷିଣ ଆଫ୍ରିକାକୁ ମ୍ୟାଚ ଜିତିବା ପାଇଁ ୮ ୱିକେଟ ଆବ୍ୟକ ହେଉଥିବା ବେଳେ ଶ୍ରୀଲଙ୍କା ଐତିହାସିକ ବିଜୟରୁ ୧୩୭ ରନ୍ ଦୂରରେ ଥିଲା। ପୂର୍ବଦିନର ଦୁଇ ଅପରାଜିତ ବ୍ୟାଟସ୍‌ମ୍ୟାନ୍‌ କୁଶାଲ ଓ ଓସାଡା ଆଜି ଆରମ୍ଭରୁ ଦକ୍ଷିଣ ଆଫ୍ରିକା ପେସ ଆକ୍ରମଣକୁ ନିରାଶ କରିଥିଲେ।

ଦକ୍ଷିଣ ଆଫ୍ରିକା ବୋଲରମାନେ ୱିକେଟ ନେବା ପାଇଁ ପୂର୍ଣ୍ଣ ଉଦ୍ୟମ କରିଥିଲେ, କିନ୍ତୁ ଶ୍ରୀଲଙ୍କାର ଦୁଇ ସେଟ୍ ବ୍ୟାଟସମ୍ୟା ଦମଦାର ବ୍ୟାଟିଂ କରି ମ୍ୟାଚକୁ ଘରୋଇ ଦଳଠାରୁ ଛଡ଼ାଇ ନେଇଥିଲେ। ଓସାଡା ୧୦୬ ବଲର ସାମ୍ନା କରି ୧୦ ଚୌକା ସହ ୭୫ ଓ ମ୍ୟାନ୍‌ ଅଫ ଦି ମ୍ୟାଚ୍‌ କୁଶାଲ ୧୧୦ ବଲରେ ୧୩ ଚୌକା ସହ ୮୪ ରନ୍ କରି ଅପରାଜିତ ଥିଲେ।

ଭ୍ରମଣକାରୀ ଦଳର ଦୁଇ ଓପନର ଦିମୁତ କରୁଣାରତ୍ନେ (୧୯) ଓ ଲାହିରୁ ଥିରିମାନେ (୧୦) ଆଉଟ୍ ହୋଇଥିଲେ। ଦକ୍ଷିଣ ଆଫ୍ରିକାର କାଗିସୋ ରବାଡା ଓ ଡୁଆନ୍ ଓଲିଭର ଗୋଟିଏ ଲେଖାଏ ୱିକେଟ ନେଇଥିଲେ। ଉକ୍ତ ଟେଷ୍ଟରେ ସାଉଥ ଆଫ୍ରିକା ୨୨୨ ରନ୍ କରିଥିବା ବେଳେ ଶ୍ରୀଲଙ୍କା ୧୫୪ ରନ୍ କରିବାକୁ ସମର୍ଥ ହୋଇଥିଲା। ଦକ୍ଷିଣ ଆଫ୍ରିକା ୨ୟ ଇନିଂସରେ ମାତ୍ର ୧୨୮ ରନ୍ କରିଥିଲା।



from Odisha Reporter https://ift.tt/2SXCY12

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages