ନିର୍ବାଚନୀ ପର୍ଯ୍ୟଟନ: ବିଶ୍ୱ ଦେଖିବ ଗଣତନ୍ତ୍ରର ମହାକୁମ୍ଭ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 23, 2019

ନିର୍ବାଚନୀ ପର୍ଯ୍ୟଟନ: ବିଶ୍ୱ ଦେଖିବ ଗଣତନ୍ତ୍ରର ମହାକୁମ୍ଭ

ନୂଆଦିଲ୍ଲୀ: ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ନିର୍ବାଚନକୁ `ଗଣତନ୍ତ୍ରର ମହାକୁମ୍ଭ’ ବୋଲି କହିବା ସହିତ କହିଛନ୍ତି ବିଶ୍ୱବାସୀ ଭାରତ ଆସି ନିର୍ବାଚନ କେମିତି ହୁଏ ଅନୁଭବ କରିବା ଉଚିତ। ରାଜଧାନୀ ନୂଆଦିଲ୍ଲୀଠାରେ ୧୯୦ଟି ଦେଶର ପ୍ରବାସୀ ଭାରତୀୟ ପ୍ରତିନିଧିମାନଙ୍କୁ ଉଦବୋଧନ ଦେବା ଅବସରରେ ଏହି କଥା କହିଛନ୍ତି।

ସେ କହିଛନ୍ତି, ଆଗାମୀ ନିର୍ବାଚନରେ ୮୦ କୋଟି ଭୋଟର ଭୋଟ ଦେବେ ଏବଂ ଗଣତାନ୍ତ୍ରିକ ଉପାୟରେ ଏକ ସରକାର ନିର୍ବାଚିତ କରିବେ।

ସେ କହିଛନ୍ତି, ଭାରତର ଗଣତାନ୍ତ୍ରିକ ଉପାୟ ସମଗ୍ର ବିଶ୍ବରେ ବୃହତ୍ତମ। ମୁଁ ନିର୍ବାଚନ କମିଶନଙ୍କୁ କହିଛି ସେ ନିର୍ବାଚନ ପର୍ଯ୍ୟଟନ ପାଇଁ ସମଗ୍ର ବିଶ୍ୱବାସୀଙ୍କୁ ନିମନ୍ତ୍ରଣ କରିବେ। ସେମାନେ ଏଠି ଆସି ଦେଖିବା ଦରକାର ଗଣତନ୍ତ୍ର କିଭଳି ଭାବରେ ଭାରତୀୟଙ୍କ ରକ୍ତରେ ରହିଛି ଏବଂ କିଭଳି ଭାବରେ ଭାରତୀୟମାନେ ଏପରିକି ଗାଁ ଲୋକମାନେ ନିର୍ବାଚନୀ ପ୍ରକ୍ରିୟାରେ ଯୋଡ଼ିହେଉଛନ୍ତି। ଗାଁର ଲୋକେ ମଧ୍ୟ ଜାଣୁଛନ୍ତି ଦେଶରେ କ’ଣ ଚାଲିଛି ଏବଂ ସେହି ଅନୁସାରେ ଭୋଟ୍ ଦେଉଛନ୍ତି।

ଆମେ ଯଦି ଏପରି ବୃହତ ଆକାରରେ କୁମ୍ଭ ଆୟୋଜନ କରିପାରିବା ଗଣତନ୍ତ୍ରରେ ବିଶ୍ୱାସ ରଖୁଥିବା ଲୋକେ ନିଶ୍ଚୟ ଅନୁପ୍ରାଣିତ ହେବେ ବୋଲି ସେ କହିଛନ୍ତି।



from Odisha Reporter https://ift.tt/2TZ2Fe6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages