ପାଇଲଟ୍ ଅଭିନନ୍ଦନଙ୍କୁ ଛାଡ଼ିବା ପାଇଁ ନିବେଦନ କଲେ ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ନାତୁଣୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 28, 2019

ପାଇଲଟ୍ ଅଭିନନ୍ଦନଙ୍କୁ ଛାଡ଼ିବା ପାଇଁ ନିବେଦନ କଲେ ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ନାତୁଣୀ

ନୂଆଦିଲ୍ଲୀ: ପାକ ସେନା କବ୍ଜାରେ ଥିବା ଭାରତର ମିଗ-୨୧ ପାଇଲଟ ଅଭିନନ୍ଦନଙ୍କୁ ସୁରକ୍ଷିତ ଛାଡ଼ିଦେବା ପାଇଁ ଭାରତବାସୀ ସ୍ଵର ଉଠାଇଛନ୍ତି।  ଭାରତବାସୀଙ୍କ ସହ ସ୍ଵର ମିଳାଇଛନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଜୁଲଫିକର ଅଲି ଭୁଟ୍ଟୋଙ୍କ ନାତୁଣୀ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ବେନୋଜିର ଭୁଟ୍ଟୋଙ୍କ ଝିଆରୀ ଲେଖିକା ଫାତିମା ଭୁଟ୍ଟୋ । ବାୟୁସେନା ପାଇଲଟ୍‌ ଅଭିନନ୍ଦନଙ୍କୁ ଛାଡ଼ି ଦେବାପାଇଁ ସେ ବୁଧବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କୁ  ନିବେଦନ କରିଛନ୍ତି।
ଭୁଟ୍ଟୋ କହିଛନ୍ତି, ମୁଁ ଏବଂ ପାକିସ୍ତାନର ଯୁବ ସମାଜ  ଆମ ଦେଶ ପାକିସ୍ତାନକୁ ଖୁବ ଭଲ ପାଉ । ଦେଶରେ ଶାନ୍ତି, ମୈତ୍ରୀ ଓ ମାନବତାର ପ୍ରତିଷ୍ଠା ପ୍ରତି ଆମର ପ୍ରତିବଦ୍ଧତା ଏବଂ ସଂକେତ ପାଇଁ ପାକିସ୍ତାନ ଭାରତୀୟ ପାଇଲଟ୍‌ଙ୍କୁ  ଛାଡ଼ି ଦେବା ଉଚିତ୍। ଜଣେ ପାକିସ୍ତାନ ସୈନିକର ମୃତ୍ୟୁ ଆମ ଦେଖି ପାରିବୁ ନାହିଁ । ଜଣେ ଭାରତୀୟ ସୈନିକର ମୃତ୍ୟୁ ମଧ୍ୟ ଆମେ ଦେଖି ପାରିବୁ ନାହିଁ। ଭବିଷ୍ୟତରେ ଏହି ଦୁଇ ଦେଶ ଅନାଥ ସନ୍ତାନଙ୍କ ଦେଶର ପରିଚୟ ନେଇ ଠିଆ ହେଉ ଏକଥା ଆମ ଚାହୁଁନି। 

ସୂଚନା ଅନୁଯାୟୀ, ଗତ ୨୬ତାରିଖ  ପାକିସ୍ତାନ ବାୟୁସେନା ପକ୍ଷରୁ ଭାରତୀୟ ସେନା ଶିବିରକୁ ଟାର୍ଗେଟ କରାଯାଇଥିଲା। ଭାରତ ପକ୍ଷରୁ ମଧ୍ୟ ଏହାର ଦୃଢ ଜବାବ ଦିଆଯାଇଥିଲା। ହେଲେ ଏହି ଅପରେଶନ ଶେଷରେ ଗୋଟିଏ ମିଗ୍‌-୨୧ ପାକ୍‌ ସୀମାର ଲାମ ଉପତ୍ୟକାରେ ଖସି ପଡ଼ିଥିଲା ଏବଂ ଏହି ବିମାନରେ ଥିବା ପାଇଲଟ୍‌ ଅଭିନନ୍ଦନଙ୍କୁ ପାକିସ୍ତାନ ଗିରଫ କରି ନେଇଥିଲା।

 



from Odisha Reporter https://ift.tt/2EECTa1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages