
ନୂଆଦିଲ୍ଲୀ: ସୀମାରେ ଅଶାନ୍ତ ସ୍ଥିତି ଲାଗିରହିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଦଳର ରାଜନୀତିକ କାର୍ଯ୍ୟକ୍ରମ ‘ମେରା ବୁଥ୍ ସବ୍ସେ ମଜଭୁତ’ ଭିଡିଓ କନ୍ଫରେନ୍ସିଂ କାର୍ଯ୍ୟକ୍ରମରେ ଯୋଗଦେବାକୁ ନେଇ ବିରୋଧୀଙ୍କ ସମାଲୋଚନା ପରେ ମଧ୍ୟ ସେ ଏଥିରୁ ଓହରିନାହାନ୍ତି। ସେ ଏହି କାର୍ଯ୍ୟକ୍ରମରେ ଯୋଗଦଦେବା ସହିତ ସେନା, ସୀମା ଏବଂ ସୁରକ୍ଷାକୁ ପ୍ରସଙ୍ଗ କରିବାର ସୁଯୋଗ ଛାଡ଼ିନାହାନ୍ତି।
ସେ ଏହି ଅବସରରେ କହିଛନ୍ତି, “ଭାରତ ଏକ ହୋଇ ଲଢ଼ିବ, ଏକ ହୋଇ ବଞ୍ଚିବ, ଏକ ହୋଇ କାମ କରିବ, ଏକ ହୋଇ ବଢ଼ିବ ଏବଂ ଏକ ହୋଇ ଜିତିବ।” ସେ କହିଛନ୍ତି ଭାରତୀୟଙ୍କ ଭାବନା ଏବେ ଭିନ୍ନ ଏକ ସ୍ତରରେ ପହଞ୍ଚିଛି। ସମସ୍ତେ ଅନୁଭବ କରିବା ଆରମ୍ଭ କରିଛନ୍ତି, ଯାହା ଅସମ୍ଭବ ଥିଲା, ତାହା ସମ୍ଭବ ହେବାକୁ ଆରମ୍ଭ କରିଛି।
ସେ ଆହୁରି ମଧ୍ୟ କହିଛନ୍ତି, “ଦେଶର ସାହସୀ ଯୁବବର୍ଗ ସୀମାରେ ପରାକ୍ରମ ଦେଖାଉଛନ୍ତି। ଏବେ ସମଗ୍ର ଦେଶ ଏକ ହୋଇ ଯବାନଙ୍କ ସମର୍ଥନ କରୁଛି। ଭାରତ ଆଗକୁ ଆହୁରି ଧୈର୍ଯ୍ୟ ଏବଂ ପ୍ରଗତିକୁ ଭେଟିବାକୁ ଯାଉଛି।”
କଂଗ୍ରେସ ମୋଦିଙ୍କର ଏହି କାର୍ଯ୍ୟକ୍ରମକୁ ସମାଲୋଚନା କରି କହିଛି, “ଯେତେବେଳେ ସମଗ୍ର ଦେଶ ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ଫେରିବାକୁ ଅନେଇ ବସିଛି, ଆମ ପ୍ରଧାନମନ୍ତ୍ରୀ ପ୍ରଚାର କରିବାରୁ କିଛି ମିନିଟ୍ ବି ଅପେକ୍ଷା କରିପାରୁନାହାନ୍ତି। ଆମେ ଆମ ଯବାନଙ୍କ ସହିତ ଅଛୁ ଏବଂ ମୋଦି ସରକାରଙ୍କୁ ପ୍ରଶ୍ନ କରିବା ଜାରି ରଖିବୁ।”
from Odisha Reporter https://ift.tt/2VvdQM9
No comments:
Post a Comment