
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତୀୟମାନେ କଦଳୀ ପତ୍ରରେ ଖାଇବାର ଏକ ପରମ୍ପରା ରହିଛି। ବିଶେଷ ଭାବେ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକରେ କଦଳୀ ପତ୍ରରେ ଖାଇବା ସୁସ୍ଥ ଓ ଶୁଭ ବୋଲି କୁହାଯାଏ। ଅଧିକାଂଶ ଦକ୍ଷିଣ ଭାରତୀୟ ଲୋକେ ସେମାନଙ୍କର ପର୍ବ ପର୍ବାଣୀରେ କଦଳୀ ପତ୍ରରେ ଭୋଜନ କରିଥାନ୍ତି। ଏହି ପତ୍ର କେବଳ ଖାଇବାରେ ନୁହେଁ, ରୋଷେଇ କରିବାରେ ଓ ସାଜ୍ଜ ସଜ୍ଜା କରିବାରେ ମଧ୍ୟ ବ୍ୟବହାର କରାଯାଇଥାଏ।
ଜାଣିଛନ୍ତି, ଏହି ପତ୍ର ଶରୀର ପ୍ରତି ଖୁବ୍ ହାଇଜେନିକ୍ । ଏଣୁ ଏଥିରେ ଭୋଜନ କରିବା ସ୍ୱାସ୍ଥ୍ୟ ପାଇଁ ଉପକାରୀ। ତାହେଲେ ଆସନ୍ତୁ ଜାଣିବା କଦଳୀପତ୍ରରେ ଖାଇବାର ଉପକାରୀତା ସମ୍ପର୍କରେ।
ଆଣ୍ଟି ଅକ୍ସିଡାଣ୍ଟ୍: କଦଳୀ ପତ୍ରର ପ୍ରାକୃତିକ ଆଣ୍ଟି ଅକ୍ସିଡାଣ୍ଟ୍ ତତ୍ୱ ରହିଛି। ଯଦି ଆପଣ କଦଳି ପତ୍ରରେ ଖାଦ୍ୟ ବାଢି ଖଆନ୍ତି ତେବେ ଆଣ୍ଟି ଅକ୍ସିଡେଣ୍ଟ୍ ଅବଶୋଷଣ ହୋଇ ଖାଦ୍ୟ ମାଧ୍ୟମରେ ଆପଣଙ୍କ ଶରୀରକୁ ଯାଇଥାଏ ଓ ଅନେକ ରୋଗ ଭଲ କରିଦେଇଥାଏ।
ଖାଇବାର ସ୍ୱାଦ ବଢ଼ାଇଥାଏ: କଦଳୀ ପତ୍ରରେ ଗୋଟିଏ ପ୍ରକାର ଭେକ୍ସ କୋଟିଂ ଥାଏ ଯେଉଁଥିରେ ଏକ ବିଶିଷ୍ଟ ସ୍ୱାଦ ଥାଏ। ଆଉ ଏଥିରେ ଗରମ ଖାଦ୍ୟ ପରଷିବା ଦ୍ୱାରା ଏହି ଭେକ୍ସ ତରଳି ଯାଇଥାଏ। ଆଉ ଆପଣଙ୍କ ଖାଦ୍ୟର ସ୍ୱାଦ ବୃଦ୍ଧି ପାଇଥାଏ।
ହାଇଜେନିକ୍: କଦଳୀ ପତ୍ର ସଫା କରିବା ପାଇଁ ପଡ଼େ ନାହିଁ। କେବଳ ଖାଇବା ପୂର୍ବରୁ ତାକୁ ପାଣିରେ ଧୋଇଦେଇ ଖାଇ ହେବ। କିନ୍ତୁ ବାସନକୁ ସାବୁନ୍ରେ ସଫା କରିବାକୁ ପଡିଥାଏ। ଯେଉଁଥିରେ ଜୀବାଣୁ ରହିବାର ସମ୍ଭାବନା ମଧ୍ୟ ଥାଏ। କିନ୍ତୁ କଦଳୀ ପତ୍ରରେ ଖାଇଲେ ଏସପବୁ ଚିନ୍ତାରୁ ଆପଣ ମୁକ୍ତ ରହିପାରନ୍ତି।
କେମିକଲ୍ ମୁକ୍ତ: ସାଧାରଣତଃ ବାସନ ଧୋଇବା ପାଇଁ ଆମେ ସାବୁନ୍ ବା ଡିସ୍ ୱାସର ସାହାଯ୍ୟ ନେଇଥାଉ। ଏହି କେମିକାଲ ବେଳେବେଳେ ପ୍ଲେଟ୍ରେ ବି ରହିଯାଏ। ଆଉ ଶରୀରକୁ କ୍ଷତି ପହଞ୍ଚାଇଥାଏ। କିନ୍ତୁ କଦଳୀ ପତ୍ର କେମିକାଲ୍ ମୁକ୍ତ। ଯାହା ମାଧ୍ୟମରେ ସେବନ ସ୍ୱାସ୍ଥ୍ୟୋପଯୋଗୀ।
from Odisha Reporter https://ift.tt/2GYCgJH
No comments:
Post a Comment