ଶ୍ରୀଦେବୀଙ୍କ ଶ୍ରାଦ୍ଧ ବାର୍ଷିକୀରେ ଜାହ୍ନବୀ ଶେଆର କଲେ ଇମୋସନାଲ୍‌ ପୋଷ୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 24, 2019

ଶ୍ରୀଦେବୀଙ୍କ ଶ୍ରାଦ୍ଧ ବାର୍ଷିକୀରେ ଜାହ୍ନବୀ ଶେଆର କଲେ ଇମୋସନାଲ୍‌ ପୋଷ୍ଟ

sridevii

ମୁମ୍ବାଇ: ଭେଟେରାନ୍‌ ଅଭିନେତ୍ରୀ ଶ୍ରୀଦେବୀଙ୍କର ଆଜି ପ୍ରଥମ ଶ୍ରାଦ୍ଧ ବାର୍ଷିକୀ। ଆଜିର ଦିନରେ ସେ ଆମ ସମସ୍ତଙ୍କୁ ଚାଡ଼ି ଚାଲି ଯାଇଥିଲେ। ସିନେମା ଜଗତ ପ୍ରତି ତାଙ୍କ ଅତୁଳନୀୟ ଅବଦାନ ଦର୍ଶକଙ୍କ ମନରେ ଛାପ ଛାଡ଼ି ଯାଇଛି। କିନ୍ତୁ ସେ ନିଜ ଫ୍ୟାନ୍‌ମାନଙ୍କ ହୃଦୟରେ ଆଜି ବି ଜୀବିତ ଅଛନ୍ତି। ଆଉ ସବୁବେଳେ ଏମିତି ହିଁ ରହିବେ।

 

View this post on Instagram

 

My heart will always be heavy. But I’ll always be smiling because it has you in it.

A post shared by Janhvi Kapoor (@janhvikapoor) on Feb 23, 2019 at 7:29am PST

ଅଜିର ଦିନରେ ଶ୍ରୀଦେବୀଙ୍କ ବଡ଼ ଝିଅ ଜାହ୍ନବୀ ମା’ ଶ୍ରୀଦେବୀଙ୍କ ଫଟୋ ସହ ଏକ ମେସେଜ୍‌ ନିଜ ଇନ୍‌ଷ୍ଟାଗ୍ରାମ୍‌ ହ୍ୟାଣ୍ଡେଲ୍‌ରେ ଶେଆର୍‌ କରିଛନ୍ତି। ଯେଉଁ ଫଟୋରେ ଝିଅ ଜାହ୍ନବୀ ଶ୍ରୀଦେବୀଙ୍କ ହାତରେ ଥିବା ବା ଶ୍ରୀଦେବୀ ତାଙ୍କୁ ଧରିଥିବା ଦେଖିବାକୁ ମିଳିଛି। ଜହ୍ନବୀ ପୋଷ୍ଟ୍‌ରେ ଲେଖିଛନ୍ତି, ‘‘ମୋ ହୃଦୟ ସବୁବେଳେ ଦୁଃଖରେ ଭାରି ହୋଇ ପଡ଼େ। କିନ୍ତୁ ସବୁବେଳେ ମୁଁ ହସେ । କାରଣ ତୁମେ ମୋ ଭିତରେ ସବୁବେଳେ ତୁମେ ଅଛ।’’

ଶ୍ରାଦ୍ଧ ବାର୍ଷିକୀ ପୂର୍ବରୁ  ଶ୍ରୀଦେବୀଙ୍କ ପରିବାର ତାଙ୍କ ସ୍ୱାମୀ, ଝିଅ ଜାହ୍ନବୀ କପୁର ଓ ଖୁସି କପୁର ଏକ ପୂଜା ରଖିଥିଲେ।  ଏହି ପୂଜାରେ ତାଙ୍କ ପରିବାର କିଛି ସମ୍ପର୍କୀୟ ଓ ନିକଟତର ବନ୍ଧୁ ଯୋଗ ଦେଇଥିଲେ। ଏହା ସହ ବୋନୀ କପୁର ତାଙ୍କ ବିବାହ ବାର୍ଷିକ ଅବସରରେ    ଏକ ଭିଡିଓ ନିଜ ଟ୍ୱିଟରଲ ହ୍ୟାଣ୍ଡେଲ୍‌ରେ ଶେଆର୍‌ ବି କରିଥିଲେ। ଯାହାକି ସୋଶାଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେଉଛି।  ଆଉ ଲୋକମାନେ ସେହି ଭିଡିଓକୁ ବାର ବାର ଦେଖୁଛନ୍ତି।  ବୋନୀ କପୁରଙ୍କ ଦ୍ୱାରା ଶେଆର କରାଯାଇଥିବା ଏହି ଭିଡିଓ ଶ୍ରୀଦେବୀଙ୍କର  ଶେଷ ମୁହୁର୍ତ୍ତ ଦେଖା ଯାଇଛି।

ଶ୍ରୀଦେବୀଙ୍କ ଜନ୍ମ ଅଗଷ୍ଟ୧୩, ୧୯୬୩କୁ ହୋଇଥିଲା। ଶ୍ରୀଦେବୀ ହିନ୍ଦୀ ସହ ତାମିଲ୍‌, ତେଲ୍‌ଗୁ, ମାଲାୟାଲମ୍‌ କନ୍ନଡ଼ ଓ ହିନ୍ଦୀ ଫିଲ୍ମରେ କାମ କରିଛନ୍ତି।  ସେ ଭାରତୀୟ ସିନେମାର ପ୍ରତମ ମହିଳା ସୁପରଷ୍ଟପାର ଥିଲେ। ସେ ୫ଟି ଫିଲ୍ମ ଫେଆର୍‌ ପୁରସ୍କାର ପ୍ରାପ୍ତ କରିଥିଲେ।  ୧୯୮୦ରୁ ୧୯୯୦ଦଶକରେ ସବୁଠୁ ଅଧିକ ବେତନ ପାଉଥିବା ଅଭିନେତ୍ରୀଙ୍କ ମଧ୍ୟରେ ସେ ସାମିଲ୍‌ ଥିଲେ।

 

 



from Odisha Reporter https://ift.tt/2tzinB7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages