ଆଜି ଶେଷ ଟି-ଟ୍ୱେଣ୍ଟି: ସିରିଜ୍‌ ହାତେଇବା ଲକ୍ଷ୍ୟରେ ଦୁଇ ଦଳ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 9, 2019

ଆଜି ଶେଷ ଟି-ଟ୍ୱେଣ୍ଟି: ସିରିଜ୍‌ ହାତେଇବା ଲକ୍ଷ୍ୟରେ ଦୁଇ ଦଳ

cricket

ହାମିଲ୍‌ଟନ୍‌: ଆଜି ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଶେଷ ଟି-ଟ୍ୱେଣ୍ଟି ଖେଳାଯିବ। ୧-୧ ସ୍ଥିତିରେ ଥିବା ଦୁଇ ଦଳ ଏହି ମ୍ୟାଚ୍‌ ଜିତି ସିରିଜ ଜିତିବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବେ।

ପ୍ରଥମ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡଠାରୁ ଭାରତ ଶୋଚନୀୟ ଭାବେ ପରାସ୍ତ ହୋଇଥିଲା। ତେବେ ଦ୍ୱିତୀୟ ମ୍ୟାଚ୍‌ରେ ଭାରତ ଖେଳାଳିଙ୍କୁ ଫୁଲ୍‌ ଫର୍ମରେ ଦେଖିବାକୁ ମିଳିଥିଲା। ଭାରତୀୟ ଟିମ୍‌ ଏହି ମ୍ୟାଚ୍‌ ଜିତି ସିରିଜ୍‌କୁ ୧-୧ କରିଥିଲା।

ଅଷ୍ଟ୍ରେଲିଆରେ ଟେଷ୍ଟ ଓ ଦିନିକିଆ ସିରିଜି ଜିତି ଇତିହାସ ରଚିଥିବା ଭାରତୀୟ ଦଳ ନ୍ୟୁଜିଲ୍ୟାଣ୍ଡରେ ଦିନିକିଆ ସିରିଜ୍‌କୁ ହାତେଇ ସାରିଛି। ଆଜି ଶେଷ ଟି-ଟ୍ୱେଣ୍ଟି ଜିତି ଦଳ ଉଭୟ ଦିନିକିଆ ଓ ଟି-ଟ୍ୱେଣ୍ଟି ଟ୍ରଫି ସହ ସ୍ୱଦେଶ ଫେରିବା ଲକ୍ଷ୍ୟରେ ରହିଛି।

ଅନ୍ୟପକ୍ଷରେ ଦିନିକିଆ ସିରିଜ୍‌ ହାତଛଡ଼ା କରିଥିବା ନ୍ୟୁଜିଲ୍ୟାଣ୍ଡ ଟି-ଟ୍ୱେଣ୍ଟି ସିରିଜ୍‌ ଜିତି ନିଜ ମାଟିରେ ନିଜର ସମ୍ମାନ ରକ୍ଷା କରିବା ଲକ୍ଷ୍ୟରେ ରହିଛି।



from Odisha Reporter http://bit.ly/2SkAqd8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages