ତେଲେଙ୍ଗାନାରୁ ଓଡ଼ିଆ ଦାଦନ ଶ୍ରମିକ ଉଦ୍ଧାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 9, 2019

ତେଲେଙ୍ଗାନାରୁ ଓଡ଼ିଆ ଦାଦନ ଶ୍ରମିକ ଉଦ୍ଧାର

rayagada-12

ରାୟଗଡ଼ା(ମନୋଜ ପାତ୍ର):ତେଲେଙ୍ଗାନାର ଏକ ଇଟାଭାଟିରେ କାମ କରିବାକୁ ଯାଇ ନିର୍ଯାତିତ ହେଉଥିବା ୧୫ ଜଣ ଓଡ଼ିଆ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ଏମାନଙ୍କ ମଧ୍ୟରେ ୮ ଜଣ ପୁରୁଷ ଓ ୭ ଜଣ ମହିଳା ଅଛନ୍ତି। ଉଦ୍ଧାର ହୋଇଥିବା ସମସ୍ତ ଶ୍ରମିକଙ୍କ ଘର ବଲାଙ୍ଗିର ଜିଲ୍ଲାରେ ବୋଲି ଜଣାପଡ଼ିଛି।

ଶ୍ରମିକମାନେ ତେଲେଙ୍ଗାନାର ପାଇଡ଼ାପାଲି ଜିଲ୍ଲାର କାର୍ଲାଚିଲ୍ଲାରେ ଏକ ଇଟାଭାଟିରେ କାମ କରୁଥିଲେ। ଇଟାଭାଟି ମାଲିକ ଏମାନଙ୍କୁ ସେଠାରେ ନିର୍ଯାତନା ଦେଉଥିଲା। ଏନେଇ ଖବର ପାଇ  ଆଇ.ଏଚ୍‌.ଆର୍.ସି (ଇଣ୍ଟରନେସ୍‌ନାଲ୍ ହ୍ୟୁମନ୍ ରାଇଟ୍‌ କମିଶନ) ଚଢ଼ଉ କରି ଶ୍ରମିକମାନଙ୍କୁ ଉଦ୍ଧାର କରି ଓଡ଼ିଶା ପଠାଇଛି।

ଗତକାଲି ରାତିରେ ଶ୍ରମିକମାନେ ଟ୍ରେନ୍‌ ଯୋଗେ ରାୟଗଡ଼ାରେ ଆସି ପହଞ୍ଚିଥିଲେ। ଏହାପରେ ସେମାନଙ୍କୁ ଶ୍ରମ ବିଭାଗ ପକ୍ଷରୁ ଷ୍ଟେସନ୍‌ରେ ରଖାଯାଇଛି। ଆଜି ସେମାନଙ୍କୁ ବଲାଙ୍ଗିର ପଠାଯିବ।



from Odisha Reporter http://bit.ly/2Dn2uCk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages