ରାହୁଲଙ୍କ ମନ୍ତବ୍ୟ ଅବାସ୍ତବ ଓ ଅପ୍ରାସଙ୍ଗିକ: ବିଜେଡି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 6, 2019

ରାହୁଲଙ୍କ ମନ୍ତବ୍ୟ ଅବାସ୍ତବ ଓ ଅପ୍ରାସଙ୍ଗିକ: ବିଜେଡି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓଡ଼ିଶା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଡ଼ା ସମାଲୋଚନା କରିବା ପରେ ବିଜେଡି ପ୍ରତିକ୍ରିୟା ପ୍ରକାଶ କରିଛି। ମୁଖ୍ୟମନ୍ତ୍ରୀଙ୍କୁ ରାହୁଲ ରିମୋଟ୍ କଣ୍ଟ୍ରୋଲଡ କହିବା ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇ ଦଳର ଉପସଭାପତି ତଥା ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ର କହିଛନ୍ତି ଯେ ରାହୁଲ ଗାନ୍ଧିଙ୍କ ମନ୍ତବ୍ୟ ଅବାସ୍ତବ ଓ ଅପ୍ରାସଙ୍ଗିକ। ନିର୍ବାଚନବେଳେ ସବୁକଥା କୁହାଯାଏ। ଆଦିବାସୀଙ୍କ ଜଳ, ଜଙ୍ଗଲ ଓ ଜମିକୁ ନେଇ ରାହୁଲ ଯାହା କହୁଛନ୍ତି ତାହା ଭିତ୍ତିହୀନ। ଆଦିବାସୀଙ୍କୁ ଜଙ୍ଗଲ ଜମି ଦେବାରେ ଓଡ଼ିଶା ସମଗ୍ର ଦେଶରେ ଆଗୁଆ। ରାହୁଲ ଗରିବଙ୍କୁ ସର୍ବନିମ୍ନ ରୋଜଗାର ସୁବିଧା ଦେବା ପ୍ରସଙ୍ଗରେ କହିଛନ୍ତି। କିନ୍ତୁ ପ୍ରଥମେ ସେ ଏହାକୁ କଂଗ୍ରେସ ଶାସିତ ରାଜ୍ୟରେ ଲାଗୁ କରନ୍ତୁ ବୋଲି ଶ୍ରୀ ମିଶ୍ର ଆହ୍ୱାନ କରିଛନ୍ତି।

ସେହିପରି କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ, ପରିବେଶ ମଞ୍ଜୁରୀ ମିଳିବାରେ ବିଳମ୍ବ ଯୋଗୁ ପ୍ରକଳ୍ପ କାର୍ଯ୍ୟରେ ବିଳମ୍ବ ହେଉଛି ବୋଲି କହିବା ଉପରେ ପ୍ରତିକ୍ରିୟା ଦେଇ ଶ୍ରୀ ମିଶ୍ର କହିଛନ୍ତି ଯେ ପୁଞ୍ଜିନିବେଶ ପ୍ରକଳ୍ପରେ ଗୋଟିଏ ପାଦ ଆଗକୁ ଯାଇ ରାଜ୍ୟ ସରକାର ସହଯୋଗ କରୁଛନ୍ତି।

ସୂଚନାଯୋଗ୍ୟ, ଭବାନୀପାଟଣାରେ ଦଳୀୟ କର୍ମୀଙ୍କ ସମାବେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚୋର ଓ ନବୀନ ପଟ୍ଟନାୟକଙ୍କୁ ରିମୋଟ କଣ୍ଟ୍ରୋଲଡ କହିଥିଲେ । ମୋଦି ଚୌକିଦାର ଯାହା କହିବେ ନବୀନ ସେଥିରେ ସମ୍ମତି ଜଣାଇବେ। ନବୀନ ପଟ୍ଟନାୟକ ସରକାର ଚିଟଫଣ୍ଡ ରୂପକ ଭ୍ରଷ୍ଟାଚାର ଦେଇଛନ୍ତି ବୋଲି ରାହୁଲ କହିଥିଲେ।



from Odisha Reporter http://bit.ly/2RHBUJd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages