
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜଙ୍ଗଲ ଜମିରେ ରହୁଥିବା ଜନଜାତିଙ୍କ ପାଇଁ ସୁପ୍ରିମକୋର୍ଟଙ୍କ ତରଫରୁ ବଡ଼ ଆଶ୍ୱସ୍ତି ମିଳିଛି। ଓଡ଼ିଶା, ମଧ୍ୟପ୍ରଦେଶ, ତେଲେଙ୍ଗାନାର ପ୍ରାୟ ୧୨ ଲକ୍ଷ ଆଦିବାସୀଙ୍କୁ ଆଶ୍ୱସ୍ତି ଦେଇଛନ୍ତି କୋର୍ଟ। ଜଙ୍ଗଲ ଜମିରୁ ଅଧିବାସୀଙ୍କୁ ଉଚ୍ଛେଦ ନେଇ ପୂର୍ବରୁ ନିଜେ ଦେଇଥିବା ରାୟ ଉପରେ ସୁପ୍ରିମକୋର୍ଟ ସ୍ଥଗିତାଦେଶ ଜାରି କରିଛନ୍ତି। ଜଙ୍ଗଲ ଜମିରୁ ଜନଜାତିର ଅଧିଵାସୀଙ୍କୁ ଉଚ୍ଛେଦ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ଫେବ୍ରୁଆରୀ ୧୩ ତାରିଖ ଦିନ ନିର୍ଦ୍ଦେଶ ଦେଇଥିଲେ।
ଜଙ୍ଗଲ ଜମି ସ୍ୱତ୍ତ୍ୱ ପାଇଁ ଜନଜାତିଙ୍କ ଆବେଦନକୁ ରାଜ୍ୟ ସରକାର ଅଗ୍ରାହ୍ୟ କରିବା ପରେ କୋର୍ଟ ଏହି ନିର୍ଦ୍ଦେଶ ଦେଇଥିଲେ। ତେବେ କେଉଁ ପ୍ରକ୍ରିୟାରେ ଜନଜାତିଙ୍କ ଆବେଦନକୁ ରାଜ୍ୟ ସରକାର ଅଗ୍ରାହ୍ୟ କରିଥିଲେ, କେଉଁ ପ୍ରକ୍ରିୟାରେ ସେମାନଙ୍କୁ ଜଙ୍ଗଲ ଅଧିକାର ଦେବାକୁ ଚାହୁଁଥିଲେ, ଏହାକୁ ରାଜ୍ୟସ୍ତରରେ ମନିଟରିଂ କରାଯାଇଥିଲା କି ନାହିଁ, ତାହା ଜଣାଇବାକୁ ସୁପ୍ରିମକୋର୍ଟ ଏବେ ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶା, ମଧ୍ୟପ୍ରଦେଶ, ତେଲେଙ୍ଗାନାର ମୁଖ୍ୟ ଶାସନ ସଚିବଙ୍କୁ ମଧ୍ୟ ନୋଟିସ୍ କରାଯାଇଛି।
from Odisha Reporter https://ift.tt/2BVtysC
No comments:
Post a Comment