ଯଦି ଜାତିସଂଘ ବ୍ୟାନ୍‌ କରେ, ତା’ହେଲେ ମାସୁଦର କ’ଣ ହେବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 28, 2019

ଯଦି ଜାତିସଂଘ ବ୍ୟାନ୍‌ କରେ, ତା’ହେଲେ ମାସୁଦର କ’ଣ ହେବ

ନୂଆଦିଲ୍ଲୀ: ଭାରତରେ ଏକାଧିକ ଆତଙ୍କୀ ଆକ୍ରମଣ କରୁଥିବା ପାକିସ୍ତାନରେ ସକ୍ରିୟ ଜୈଶ-ଇ-ମହମ୍ମଦର ପ୍ରତିଷ୍ଠାତା ମୌଲାନା ମାସୁଦ ଆଝାର ଉପରେ ବ୍ୟାନ୍‌ ଲଗାଇବାକୁ ଏବେ ପ୍ରୟାସ ଆରମ୍ଭ ହୋଇଛି। ଆମେରିକା, ବ୍ରିଟେନ୍‌ ଓ ଫ୍ରାନ୍ସ ଭଳି ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ ମାସୁଦ ଓ ତା’ର ସଂଗଠନକୁ ଅସିଦ୍ଧ ଘୋଷଣା କରିବାକୁ ଏକ ସଂକଳ୍ପ ମଧ୍ୟ ଆଣିଛନ୍ତି।

ଯଦି ଜାତିସଂଘ ମାସୁଦକୁ ବ୍ୟାନ୍‌ କରେ, ତା’ହେଲେ ତା’ ଉପରେ ସୁରକ୍ଷା ପରିଷଦରେ ଥିବା ସମସ୍ତ ୧୫ ସଦସ୍ୟ ରାଷ୍ଟ୍ର ସମାନ କଟକଣା ଲଗାଇବେ। ତେବେ ଆଉ ସବୁ କେଉଁ ଅସୁବିଧା ହେବ, ଆସନ୍ତୁ ଜାଣିବା:

ଅର୍ଥନୀତିକ

ଯଦି ଜାତିସଂଘ କୌଣସି ବ୍ୟକ୍ତି କିମ୍ବା ସଂଗଠନକୁ ବ୍ୟାନ୍‌ କରେ, ତା’ହେଲେ ସମସ୍ତ ସଦସ୍ୟ ରାଷ୍ଟ୍ର ସମ୍ପୃକ୍ତ ବ୍ୟକ୍ତି କିମ୍ବା ସଂଗଠନର ଫଣ୍ଡ, ସମ୍ପତ୍ତି ଓ ଅର୍ଥ ଆଣୁଥିବା ସୂତ୍ର ଉପରେ କଟକଣା ଲଗାଇବେ। ସେହିପରି ଉକ୍ତ ସଂଗଠନ କିମ୍ବା ବ୍ୟକ୍ତିବିଶେଷଙ୍କୁ ଆର୍ଥିକ ସହାୟତା ଯୋଗାଉଥିବା ବ୍ୟକ୍ତି ବା ସଂସ୍ଥାକୁ ମଧ୍ୟ ଜାତିସଂଘ ସୁରକ୍ଷା ସଦସ୍ୟମାନେ ଚିହ୍ନଟ କରି ଏଥିରୁ ନିବୃତ୍ତ କରାଇବେ।

ଟ୍ରାଭେଲ ବ୍ୟାନ୍‌

ଯଦି ଜାତିସଂଘ କୌଣସି ବ୍ୟକ୍ତିଙ୍କ ଉପରେ ବ୍ୟାନ୍‌ ଲଗାଏ, ତା’ହେଲେ ସେ ବିଦେଶ କିମ୍ବା ନିଜ ଦେଶ ମଧ୍ୟରେ ସ୍ୱେଚ୍ଛାରେ ବୁଲାବୁଲି କରିପାରିବେ ନାହିଁ।

ଅସ୍ତ୍ରଶସ୍ତ୍ର କଟକଣା

ବ୍ୟାନ୍‌ ହୋଇଥିବା ସଂଗଠନ କିମ୍ବା ବ୍ୟକ୍ତି କୌଣସି ବି ସୂତ୍ରରୁ ଅସ୍ତ୍ରଶସ୍ତ୍ର କିଣିବା, ବିକ୍ରି କରିବା କିମ୍ବା ସ୍ଥାନାନ୍ତର କରିବା ନିଷିଦ୍ଧ ହେବ। ଏହା ଉପରେ ସଂପୃକ୍ତ ଦେଶ ତୀକ୍ଷ୍ଣ ନଜର ରଖିବ। ସେହିପରି ଅସିଦ୍ଧ ଘୋଷିତ ହୋଇଥିବା ବ୍ୟକ୍ତି କିମ୍ବା ସଂଗଠନ ସଂପୃକ୍ତ ଦେଶର ପତାକା, ଗାଡ଼ି, ବିମାନ କିମ୍ବା ଅନ୍ୟ କୌଣସି ଜିନିଷ ବ୍ୟବହାର କରିପାରିବ ନାହିଁ। ସେହିପରି ବ୍ୟାନ୍‌ ହୋଇଥିବା ସଂଗଠନ କିମ୍ବା ବ୍ୟକ୍ତିଙ୍କୁ କୌଣସି ପ୍ରତିରକ୍ଷା ସହାୟତା ଓ ପରାମର୍ଶ ମଧ୍ୟ ଦିଆଯିବ ନାହିଁ। ତେଣୁ ମାସୁଦ ଉପରେ ମଧ୍ୟ ଏଭଳି କଟକଣା ଲାଗୁ ହୋଇପାରିବ।

୨୦୦୯ରେ ଭାରତ ଜାତିସଂଘ ସୁରକ୍ଷା ପରିଷଦରେ ମାସୁଦକୁ ବ୍ୟାନ୍‌ କରିବାକୁ ପ୍ରସ୍ତାବ ଦେଇଥିଲା। ତେବେ ଚୀନ୍‌ ନିଜର ଭିଟୋ କ୍ଷମତା ବଳରେ ଏହା ଉପରେ ରୋକ ଲଗାଇ ଦେଇଥିଲା।



from Odisha Reporter https://ift.tt/2NwYunu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages