ଦେବାଶିଷଙ୍କ ତଣ୍ଟିଆମରା ମାମଲା ଚପାଇଦେବାକୁ ଚାଲିଛି ଚେଷ୍ଟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 22, 2019

ଦେବାଶିଷଙ୍କ ତଣ୍ଟିଆମରା ମାମଲା ଚପାଇଦେବାକୁ ଚାଲିଛି ଚେଷ୍ଟା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁଲୱାମା ଆକ୍ରମଣରେ ସହିଦ ଯବାନ ମନୋଜ ବେହେରାଙ୍କ ସମ୍ପର୍କୀୟଙ୍କୁ ବିଧାୟକ ଦେବାଶିଷ ସାମନ୍ତରାୟ ତଣ୍ଟିଆ ମାରିବା ଘଟଣା ପାଇଁ ଦେଶବିଦେଶରେ ଓଡ଼ିଶା ନିନ୍ଦିତ ହେଉଥିବାବେଳେ ବିଜେଡି ନିଜର ପାରମ୍ପରିକ ‘ରାଜନୀତି’ ଆରମ୍ଭ କରିଦେଇଛି।

ସୂଚନା ଅନୁସାରେ, ସହିଦଙ୍କ ସମ୍ପର୍କୀୟଙ୍କୁ ଦେବାଶିଷ ତଣ୍ଟିଆ ମାରିବାର ଭିଡିଓକୁ ପାକିସ୍ତାନୀ ଟିଭି ଚ୍ୟାନେଲଗୁଡ଼ିକ ପ୍ରସାରିତ କରିବା ସହ ଭାରତର ରାଜନେତାମାନଙ୍କ ଦେଶପ୍ରୀତି ଉପରେ ପ୍ରଶ୍ନବାଚୀ ଉଠାଇଥିଲେ। ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣାକୁ ପ୍ରାୟୋଜିତ ଓ ଭାରତ କୁମ୍ଭୀର କାନ୍ଦଣା କାନ୍ଦୁଛି ବୋଲି କହିବାକୁ ମଧ୍ୟ ପାକିସ୍ତାନ ଗଣମାଧ୍ୟମ ପଛାଇନାହିଁ। ତେବେ ଏହି ଖବରକୁ ରାଜ୍ୟର ନିର୍ଦ୍ଦିଷ୍ଟ ହାତଗଣତି ଗଣମାଧ୍ୟମ ସଂସ୍ଥା ପ୍ରସାରିତ କରିବା ପରେ ଦେବାଶୀଷଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଗତକାଲି ରାତିରେ ବିଜେଡିରେ ବିଚାରବିମର୍ଶ ଆରମ୍ଭ ହୋଇଯାଇଥିଲା। କିନ୍ତୁ ଶେଷ ମୁହୂର୍ତ୍ତରେ ବିଜେଡିର ପରାମର୍ଶଦାତା ତଥା ଦ୍ୱିତୀୟ କ୍ଷମତାକେନ୍ଦ୍ର ନିଜର ‘ଭିଟୋ’ ପ୍ରୟୋଗ କରି ଏହି କାର୍ଯ୍ୟାନୁଷ୍ଠାନ ଉପରେ ପୂର୍ଣ୍ଣଚ୍ଛେଦ ପକାଇଥିବା ଦଳୀୟ ସୂତ୍ରରୁ ସୂଚନା ମିଳିଛି।

ସହିଦ ମନୋଜ ବେହେରାଙ୍କ ଯେଉଁ ସମ୍ପର୍କୀୟଙ୍କୁ ଦେବାଶିଷ ତଣ୍ଟିଆ ମାରିଥିଲେ ତାଙ୍କଠୁ ‘ କ୍ଲିନଚିଟ୍ ’ ପାଇବା କାର୍ଯ୍ୟରେ ବିଜେଡି ନିଜର ଟିମକୁ ଲଗାଇଦେଇଥିଲା। ଯାହା ସଫଳ ମଧ୍ୟ ହୋଇଛି। ଆଉ ଏପଟେ ଆଜି ପୂର୍ବାହ୍ନରେ ଦଳର ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ପ୍ରତାପ କେଶରୀ ଦେବଙ୍କୁ ତୃତୀୟ ମହଲାକୁ ଡକାଯାଇ ଗଣମାଧ୍ୟମରେ ଏନେଇ ପ୍ରତିକ୍ରିୟା ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଦେବାଶିଷ ଏହି ସମସ୍ତ ପ୍ରସଙ୍ଗରେ କ୍ଷମା ମାଗି ସାରିଥିବା ଓ ଯାହାଙ୍କୁ ସିଏ ଦୁର୍ବ୍ୟବହାର କରିଥିଲେ ତାଙ୍କର କୌଣସି ଆପତ୍ତି ନଥିବାରୁ ଉକ୍ତ ଘଟଣାକୁ ନେଇ ରାଜନୀତି ନକରିବାକୁ ଶ୍ରୀ ଦେବ ଓଲଟା ଗଣମାଧ୍ୟମକୁ ପରାମର୍ଶ ଦେଇଥିଲେ।

ଶ୍ରୀ ଦେବଙ୍କ ଏହି ଦୁଇପଦ କଥାରୁ ବିଜେଡି ଶ୍ରୀ ସାମନ୍ତରାୟଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଚାହୁଁନଥିବାର ସ୍ପଷ୍ଟ ପ୍ରମାଣ ମିଳିଛି। ଅପରପକ୍ଷରେ ବିଜେଡି ଏହି ଘଟଣା ଉପରେ ଗଣମାଧ୍ୟମରେ ଆଉ ଅଧିକ କ’ଣ ପ୍ରତିକ୍ରିୟା ଆସୁଛି ତାକୁ ଅପେକ୍ଷା କରିଛି। ଦେବାଶିଷଙ୍କ ବିରୋଧରେ ଦଳ କାର୍ଯ୍ୟାନୁଷ୍ଠାନ କରିବା ପରିବର୍ତ୍ତେ ତାଙ୍କୁ ଦଳର ଜିଲ୍ଲା ସଭାପତି(କଟକ) ପଦରୁ ନିଜ ଆଡ଼ୁ ଇସ୍ତଫା ଦେବା ପାଇଁ ପରାମର୍ଶ ଦିଆଯାଇଛି। ତେବେ ତୃତୀୟ ମହଲାରୁ ନିର୍ଦ୍ଦେଶ ନଯିବା ପର୍ଯ୍ୟନ୍ତ ତାଙ୍କୁ ଅପେକ୍ଷା କରିବାକୁ କୁହାଯାଇଥିବା ସୂଚନା ମିଳିଛି।

ମାତ୍ର ପ୍ରଶ୍ନ ଉଠୁଛି, ଗଣମାଧ୍ୟମରେ ପ୍ରସାରିତ ହେଉଥିବା ଭିଡିଓରେ ଦେବାଶିଷଙ୍କ ବିଶୃଙ୍ଖଳିତ ଆଚରଣ ସ୍ପଷ୍ଟ ଭାବେ ପ୍ରତିଫଳିତ ହେଉଥିବାବେଳେ କେଉଁ ଅଦୃଶ୍ୟ କାରଣରୁ ତାଙ୍କ ଭଳି ‘ନିଆଁ’କୁ ବିଜେଡି ମୁଖିଆ ଅଣ୍ଟିରେ ପୁରାଇଛନ୍ତି ତାହା ବିଭିନ୍ନ ମହଲରେ ଆଲୋଚିତ ହେଉଛି। ଯିଏ ଦେଶକୁ ଲଜ୍ଜିତ କରି ଓଲଟା ନିଜେ କରିଥିବା କାର୍ଯ୍ୟକୁ ଯଥାର୍ଥ ବୋଲି ଦର୍ଶାଇବା ପାଇଁ ବାହାନା ଖୋଜୁଛନ୍ତି, ସିଏ କ’ଣ ଭବିଷ୍ୟତରେ ବିଜେଡି ଓ ବିଜେଡି ମୁଖିଆଙ୍କ ପାଇଁ ଭସ୍ମାସୁର ପାଲଟିବେ ନାହିଁ କି ବୋଲି ଚର୍ଚ୍ଚା ଏବେ ବିଜେଡି ଅଳିନ୍ଦରେ ଘୁରି ବୁଲିଲାଣି। ଆଉ ଦେଶର ସମ୍ମାନ ଏବଂ ଓଡ଼ିଆର ସଂସ୍କୃତି ଓ ସ୍ୱାଭିମାନକୁ ପଛରେ ପକାଇ ବିଜେଡି ଯେଉଁ ରାଜନୀତି କରୁଛି ତାହା ଦଳକୁ ପତନ ଆଡ଼କୁ ଟାଣି ନେବ ବୋଲି ବୁଦ୍ଧିଜୀଵୀ ମହଲରେ ମତ ପ୍ରକାଶ ପାଇଛି।



from Odisha Reporter https://ift.tt/2BM1Zlm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages