
ଲଣ୍ଡନ: ଖୁବ୍ଶୀଘ୍ର ୧୦୦ ବଲ ବିଶିଷ୍ଟ କ୍ରିକେଟ୍ ମ୍ୟାଚ୍ ଆରମ୍ଭ ହେବ। ୨୦୨୦ ଜୁଲାଇ ଓ ଅଗଷ୍ଟ ମାସ ମଧ୍ୟରେ ଏହାକୁ ଅନ୍ତର୍ଜାତୀୟ ସ୍ତରରେ ସାମିଲ କରାଯିବ। ହେଲେ ଏହି ୧୦୦ ବଲ୍ ବିଶିଷ୍ଟ କ୍ରିକେଟ୍ରେ ଭାରତ କିମ୍ବା ୱେଷ୍ଟଇଣ୍ଡିଜ୍ ସାମିଲ ହେବେ ନାହିଁ ବୋଲି ଆଜି ଇଂଲଣ୍ଡ କ୍ରିକେଟ୍ ବୋର୍ଡ(ଇସିବି) ପକ୍ଷରୁ କୁହାଯାଇଛି।
ଇସିବିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଟମ୍ ହ୍ୟାରିସନ୍ କହିଛନ୍ତି, “ ୧୦୦ ବଲ୍ ବିଶିଷ୍ଟ କ୍ରିକେଟ୍ ମ୍ୟାଚ୍ରେ ଭାଗ ନେବାକୁ ୮ଟି ଟିମ୍ ଇଚ୍ଛା ପ୍ରକାଶ କରିଛନ୍ତି। ଏହି ମ୍ୟାଚ୍ରେ ପ୍ରତି ଇନିଂସ୍ରେ ୧୦୦ଟି ବଲ୍ ରହିବ।
ପ୍ରତି ୧୦ଟି ବଲ୍ ପରେ ବୋଲିଂ ପାର୍ଶ୍ୱ ପରିବର୍ତ୍ତନ ହେବ। ଜଣେ ବୋଲର ଗୋଟିଏ ଥରରେ ଅତିକମ୍ରେ ୫ଟି କିମ୍ବା ଅତିବେଶୀରେ ୧୦ଟି ବଲ୍ ପକାଇବ। ସେହିପରି ଏହି ମ୍ୟାଚ୍ରେ ଜଣେ ବୋଲର ୨୦ଟି ବଲ୍ରୁ ଅଧିକ ବୋଲିଂ କରିପାରିବ ନାହିଁ। ତେବେ ଏଥିରେ ଭାରତୀୟ ଖେଳାଳି ଯୋଗ ଦେଇ ନପାରନ୍ତି।”
from Odisha Reporter https://ift.tt/2TaQ4r9
No comments:
Post a Comment