
ନାରାୟଣପାଟଣା (ପି.ଗୋବିନ୍ଦ ରାଜୁ ସୁବୁଦ୍ଧି): ପରୀକ୍ଷା କେନ୍ଦ୍ର ପରିବର୍ତ୍ତନକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଲେ ଛାତ୍ରଛାତ୍ରୀ। ଫଳରେ ସକାଳ ୬ଟାରୁ ରାୟଗଡ଼ାରୁ ବନ୍ଧୁଗାଁ ପର୍ଯ୍ୟନ୍ତ ଯୋଗାଯୋଗ ଠପ୍ ହୋଇଯାଇଥିଲା।
ସୂଚନା ଅନୁସାରେ, କୋରାପୁଟ ଜିଲ୍ଲା କୁମ୍ଭାରୀପୁଟ ମଙ୍ଗଳ ବିଭାଗର ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟର ୨୮୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା କେନ୍ଦ୍ର ପରିବର୍ତ୍ତନକୁ ନେଇ ରାସ୍ତା ଅବରୋଧ କରିଥିଲେ। ୨୦୦୬ ମସିହାରେ ସ୍ଥାପିତ ଏହି ମହାବିଦ୍ୟାଳୟରେ ଗତବର୍ଷ ପର୍ଯ୍ୟନ୍ତ ସେହିଠାରେ ପରୀକ୍ଷା ହୋଇଆସୁଥିଲା। ତେବେ ଚଳିତ ବର୍ଷ ଲକ୍ଷ୍ମୀପୁର କେନ୍ଦ୍ରରେ ପରୀକ୍ଷା ଦେବା ପାଇଁ ବୋର୍ଡ ନିଷ୍ପତ୍ତି ନେଇଥିବାରୁ ଏହାକୁ ଛାତ୍ରଛାତ୍ରୀ ବିରୋଧ କରିଛନ୍ତି।
ସରକାରଙ୍କ ନିୟମ ଅନୁଯାୟୀ ୫ରୁ ୧୦ କିଲୋମିଟର ମଧ୍ୟରେ ପରୀକ୍ଷା କେନ୍ଦ୍ରର ବ୍ୟବସ୍ଥା କରାଯାଇଛି। ହେଲେ ଏହି ପିଲାମାନଙ୍କ ପାଇଁ ୫୦ କିଲୋମିଟର ଦୂର ଲକ୍ଷ୍ମୀପୁରରେ ପରୀକ୍ଷା ବ୍ୟବସ୍ଥା କରାଯାଇଛି। ଏଥିପାଇଁ ସେମାନଙ୍କୁ ଅଯଥାରେ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ ବୋଲି ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି।
ଏନେଇ କୋରାପୁଟ ଜିଲ୍ଲା ମଙ୍ଗଳ ସଂପ୍ରସାରଣ ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି,“ଛାତ୍ରଛାତ୍ରୀଙ୍କ ପାଇଁ ଖାଦ୍ୟପେୟ ଓ ରହିବା ସହ ଆନୁସାଙ୍ଗିକ ସୁବିଧା ଯୋଗାଇ ଦିଆଯିବ।”
from Odisha Reporter http://bit.ly/2BxfZ22
No comments:
Post a Comment