
ଦୁବାଇ: ଭାରତୀୟ ସ୍ପିନର୍ କୁଲଦୀପ ଯାଦବ ICC T20 ଶ୍ରେଷ୍ଠ ବୋଲର୍ ତାଲିକାର ଦ୍ୱିତୀୟ ସ୍ଥାନରେ ପହଞ୍ଚି ଯାଇଛନ୍ତି। ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଶେଷ ଟି-ଟ୍ୱେଣ୍ଟିରେ କୁଲଦୀପ ୨୬ ରନ୍ ଦେଇ ଦୁଇଟି ୱିକେଟ୍ ନେଇଥିଲେ। ଓପନର ଟିମ୍ ସେଫର୍ଟ ଏବଂ କଲିନ ମନରୋ ତାଙ୍କର ଶିକାର ହୋଇଥିଲେ। ଏହି ସଫଳତା ପରେ କୁଲଦୀପ ରା଼ଙ୍କିଂ ତାଲିକାର ଦ୍ୱିତୀୟ ନମ୍ବରରେ ପହଞ୍ଚି ଯାଇଛନ୍ତି। ପ୍ରଥମ ସ୍ଥାନରେ ରହିଛନ୍ତି ଆଫଗାନିସ୍ତାନର ଲେଗ୍ ସ୍ପିନର ରସିଦ୍ ଖାନ୍।
ଅନ୍ୟପକ୍ଷରେ ତାଲିକାର ଟପ୍ ୧୦ ସ୍ଥାନରେ ଅନ୍ୟ କୌଣସି ଭାରତୀୟ ବୋଲର୍ ନାହାନ୍ତି। କୁଲଦୀପଙ୍କ ବୋଲିଂ ପାର୍ଟନର ୟୁଜବେନ୍ଦର ଚହଲ ୬ଟି ପଏଣ୍ଟ ତଳକୁ ଖସି ୧୭ ନମ୍ବର ସ୍ଥାନରେ ରହିଛନ୍ତି। ଦ୍ରୁତ ବୋଲର୍ ଭୁବନେଶ୍ୱର କୁମାର ପୂର୍ବ ପରି ୧୮ତମ ସ୍ଥାନ ବଜାୟ ରଖିଛନ୍ତି। ସେହିପରି ବାମହାତୀ ସ୍ପିନର କୃନାଲ ପାଣ୍ଡ୍ୟା ୩୯ଟି ସ୍ଥାନ ଉପରକୁ ଉଠି କ୍ୟାରିୟରର ସର୍ବଶ୍ରେଷ୍ଟ ୫୮ତମ ସ୍ଥାନରେ ପହଞ୍ଚିଛନ୍ତି।
ଏହାସହ ଭାରତ ଦୁଇ ପଏଣ୍ଟ ହରାଇ ଟି-ଟ୍ଣ୍ଟି ଟିମ୍ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି। ତାଲିକାର ପ୍ରଥମ ସ୍ଥାନରେ ପାକିସ୍ତାନ ରହିଛି।
from Odisha Reporter http://bit.ly/2I7WYJn
No comments:
Post a Comment