କଂଗ୍ରେସରେ ମିଶିବେ ହେମା ଗମାଙ୍ଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 12, 2019

କଂଗ୍ରେସରେ ମିଶିବେ ହେମା ଗମାଙ୍ଗ

hema45

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): କଂଗ୍ରେସରେ ଯୋଗ ଦେବେ ପୂର୍ବତନ ଲୋକସଭା ସାଂସଦ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ପତ୍ନୀ ହେମା ଗମାଙ୍ଗ। ଆଜି ନୂଆଦିଲ୍ଲୀରେ ‘ଓଟିଭି’ ପ୍ରତିନିଧିଙ୍କୁ ସେ ଏହି ସୂଚନା ଦେଇଛନ୍ତି। କଂଗ୍ରେସର ବରିଷ୍ଠ ନେତାଙ୍କୁ ଭେଟିବା ପାଇଁ ସେ ଏବେ ଦିଲ୍ଲୀରେ ଅଛନ୍ତି ବୋଲି କହିଛନ୍ତି।

ହେମା ଯଦି କଂଗ୍ରେସରେ ଯୋଗ ଦେବେ, ତା’ହେଲେ ଏହା ତାଙ୍କ ଘର ବାହୁଡ଼ା କହିଲେ ଭୁଲ୍ ହେବ ନାହିଁ। କାରଣ କଂଗ୍ରେସ ଟିକେଟ୍‌ରେ ସେ ୧୯୯୯ରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ସେ ସେତେବେଳେ କୋରାପୁଟ ଲୋକସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ି ଜିତିଥିଲେ।

ପରେ କଂଗ୍ରେସ ଛାଡ଼ି ସେ ବିଜେଡିରେ ଯୋଗ ଦେଇଥିଲେ। ୨୦୧୪ ନିର୍ବାଚନରେ ସେ ବିଜେଡି ଟିକେଟ୍‌ରେ ଲକ୍ଷ୍ମୀପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହୋଇଥିଲେ। ତେବେ ସେ ହାରି ଯାଇଥିଲେ।

ଗତବର୍ଷ ଏପ୍ରିଲ୍ ମାସରେ ସେ ବିଜେଡି ଛାଡ଼ି ଦେଇଥିଲେ। ଦଳରେ ତାଙ୍କୁ ଅଣଦେଖା କରାଯାଉଥିବା ସହ ୭ଟି କାରଣ ଦର୍ଶାଇ ସେ ବିଜେଡିରୁ ଇସ୍ତଫା ଦେଇଥିଲେ। ସେତେବେଳେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଛି ଜାଣନ୍ତି ନାହିଁ ଓ ପାଣ୍ଡିଆନ୍ ହିଁ ସର୍ବେସର୍ବା ବୋଲି କହିଥିଲେ।

ସୂଚନାଯୋଗ୍ୟ, ହେମାଙ୍କ ସ୍ୱାମୀ ଗିରିଧର ଗମାଙ୍ଗ କଂଗ୍ରେସ ଛାଡ଼ି ବିଜେପିରେ ମିଶିଛନ୍ତି।



from Odisha Reporter http://bit.ly/2GI0t7b

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages