
ମୁମ୍ବାଇ: ଭାରତର ସବୁଠୁ ଧନୀ ଉଦ୍ୟୋଗପତି ଅମ୍ବାନୀଙ୍କ ପରିବାରରେ ପୁଣିଥରେ ସାହାନାଇ ବାଜିବ। ମୁକେସ ଅମ୍ବାନୀ ଓ ନୀତା ଅମ୍ବାନୀଙ୍କ ବଡ଼ ପୁଅ ଆକାଶ ଅମ୍ବାନୀଙ୍କ ବାହାଘରର ପ୍ରସ୍ତୁତି ଜୋର୍ସୋର୍ରେ ଆରମ୍ଭ ହୋଇଗଲାଣି। ଆସନ୍ତା ମାର୍ଚ୍ଚ ୯ରେ ଆକାଶ ବ୍ୟବସାୟୀ ରସେଲ ମେହେତାଙ୍କ ଝିଅ ଶ୍ଲୋକା ମେହେତାଙ୍କ ହାତ ଧରିବେ। ତେବେ ଏଇ ବାହାଘରର ପ୍ରଥମ ନିମନ୍ତ୍ରଣ କାର୍ଡ଼ ଦେବାକୁ ନୀତା, ମୁକେଶ ଓ ସାନ ପୁଅ ଅନନ୍ତ ଏକାଠି ସିଦ୍ଧି ବିନାୟକ ମନ୍ଦିରରେ ପହଞ୍ଚିଥିଲେ । ଏଠାରେ ସେ ସିଦ୍ଧି ବିନାୟକଙ୍କୁ ନିମନ୍ତ୍ରଣ କରିବା ସହ ଭଗବାନଙ୍କ ଆଶୀର୍ବାଦ ନେଇଥିଲେ। ଏହି ଅବସରରେ ନୀତା ଅମ୍ବାନୀ ଏକ ଲାଲ୍ ଓ ଗୋଲ୍ଡେନ୍ ରଙ୍ଗର ସଲୱାର ସୁଟ୍ ପିନ୍ଧିଥିବାବେଳେ ମୁକେଶ ଓ ଅନନ୍ତ ଧଳା ରଙ୍ଗର ସର୍ଟ ପିନ୍ଧିଥିଲେ।
ଆକାଶ ଅମ୍ବାନୀଙ୍କର ବାହାଘର ମୁମ୍ବାଇର ଜିଓ ୱର୍ଲ୍ଡ ସେଣ୍ଟର୍ରେ ହେବା ପାଇଁ ସ୍ଥିର ହୋଇଛି । ଏହି ସମାରୋହ ୩ଦିନ ଧରି ଚାଲିବ। ମାର୍ଚ୍ଚ ୯ ତାରିଖ ଦିନ ଅପରାହ୍ନ ୩.୩୦ରେ ଆକାଶଙ୍କ ବାରାତ ଏଇଠାରେ ହିଁ ପହଞ୍ଚିବ ଓ ଏହା ପରଦିନ ୧୦ ତାରିଖରେ ସେମାନଙ୍କର ୱେଡିଂ ରିସେପ୍ସନ୍ ହେବ। ଏଥିରେ ଭଭୟ ପକ୍ଷଙ୍କ ପରିବାରବର୍ଗ ସମ୍ପର୍କୀୟ ଓ ବହୁ ନାମିଦାମି ଅତିଥି ଯୋଗ ଦେବେ।
ସୂଚନା ମୁତାବକ ବାହାଘର ପୂର୍ବରୁ ଆକାଶ ସୁଇଜର୍ଲ୍ୟାଣ୍ଡରେ ନିଜ ସାଙ୍ଗମାନଙ୍କୁ ବ୍ୟାଚଲର ପାର୍ଟି ମଧ୍ୟ ଦେଉଛନ୍ତି। ଏଥିରେ କେବଳ ତାଙ୍କର ଅତି ନିକଟତର ବନ୍ଧୁମାନେ ସାମିଲ ହେବେ। ଏହି ପାର୍ଟି ୨୩ ରୁ ୨୫ ଫେବୃଆରୀ ଯାଏ ଚାଲିବ। ପାର୍ଟିରେ ସାମିଲ ହେବାକୁ ରଣବୀର କପୁର ଓ କରଣ ଜୋହର୍ ମଧ୍ୟ ସୁଇଜରଲ୍ୟାଣ୍ଡ ଯିବେ। ଏହି ଖାସ୍ ବ୍ୟାଚଲର୍ ପାର୍ଟି ସୁଇଜର୍ଲ୍ୟାଣ୍ଡର st. Moritzରେ ସେଲେବ୍ରେଟ୍ କରାଯିବ।
from Odisha Reporter http://bit.ly/2tfLmK4
No comments:
Post a Comment