ସୀମାରେ ଟେନ୍‌ସନ୍‌, ମୋଦିଙ୍କ ବାସଭବନରେ ଡିସ୍କସନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 27, 2019

ସୀମାରେ ଟେନ୍‌ସନ୍‌, ମୋଦିଙ୍କ ବାସଭବନରେ ଡିସ୍କସନ୍‌

ନୂଆଦିଲ୍ଲୀ: ଫେବୃଆରୀ ୧୪ ପୁଲ୍‌ୱାମା ଆକ୍ରମଣର ବଦ୍‌ଲା ମଙ୍ଗଳବାର ବାଲାକୋଟ୍‌ଠାରେ ନିଆଯିବା ପରେ ଭାରତ-ପାକିସ୍ତାନ ଅଶାନ୍ତ ହେବାରେ ଲାଗିଛି। ପାକିସ୍ତାନର କିଛି ବିମାନ ଭାରତୀୟ ସୀମା ଭିତରକୁ ପଶି ଆସିବା ପରେ ଜମ୍ମୁ-କଶ୍ମୀରରେ ବିମାନ ଉଡ଼ାଣ ଉପରେ କଟକଣା ଲଗାଯାଇଛି।

ଏଥିରେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ, ପ୍ରତିରକ୍ଷା ମନ୍ତ୍ରୀ ନିର୍ମଲା ସୀତାରମଣ ଏବଂ ବରିଷ୍ଠ ଗୁଇନ୍ଦା ଅଧିକାରୀମାନେ ଯୋଗ ଦେଇଥିଲେ। ପାକିସ୍ତାନୀ ଏଫ୍‌-୧୬ ଏଲ୍‌ଓସି ପାର କରି ଭାରତକୁ ପଶିଆସିବାପରେ ଏହି ବୈଠକ ଡକାଯାଇଥିଲା। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ବର୍ତ୍ତମାନ ସୀମାରେ ରହିଥିବା ସ୍ଥିତି ବାବଦରେ ତଥ୍ୟ ଦେଇଥିଲେ।

ଅନ୍ୟପକ୍ଷରେ, ପାକିସ୍ତାନ ଭାରତୀୟ ବାୟୁସେନାର ଦୁଇଟି ବିମାନ ଗୁଳି କରି ଖସାଇବା ସହିତ ଅଭିନନ୍ଦନ ନାମକ ଜଣେ ପାଇଲଟଙ୍କୁ ଗିରଫ କରିଥିବା ନେଇ ଏକ ଭିଡିଓ ଜାରି କରିଛି। ତାଙ୍କ ଆଖି ବନ୍ଧା ହୋଇଛି ଏବଂ ଭିଡିଓରେ ନିଜ ନାମ କହିବା ସହିତ ନିଜର ସର୍ଭିସ ନମ୍ବର କହୁଛନ୍ତି ଏହି ବ୍ୟକ୍ତି।



from Odisha Reporter https://ift.tt/2ECfHsV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages