କୁନି ପୁଅକୁ କଥା ଦେଇ କଥା ରଖିପାରିଲେନି…ସୀମାରେ ଅସ୍ତ ହୋଇଗଲେ ଡିଏସ୍‌ପି ଅମନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 27, 2019

କୁନି ପୁଅକୁ କଥା ଦେଇ କଥା ରଖିପାରିଲେନି…ସୀମାରେ ଅସ୍ତ ହୋଇଗଲେ ଡିଏସ୍‌ପି ଅମନ

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର):ପୁଲୱାମା ଘଟଣା ପରେ ଏକାଠି ହୋଇଛି ଭାରତ। ଆଉ ଏକାଠି ହୋଇଛନ୍ତି ଦେଶବାସୀ। ସେନା ବାହିନୀର ମନୋବଳ ବୃଦ୍ଧି ପାଇଁ ସବୁ ସ୍ତରରେ ଚାଲିଛି ପ୍ରୟାସ। କିଏ ଦେଶପ୍ରେମରେ ଉଦ୍‌ବୁଦ୍ଧ ହୋଇ ସୋଶାଲ ମିଡିଆରେ ଲେଖାଟିଏ ପୋଷ୍ଟ କରୁଛି ତ’ ପୁଣି କିଏ କବିତା ଲେଖୁଛି। ହେଲେ ଏହାରି ଭିତରେ ସହିଦ୍‌ ଯବାନଙ୍କ ଏମିତି ଗୋଟିଏ ଗୋଟିଏ ଛାତି ଥରା କାହାଣୀ ଆସୁଛି, ଯାହାକୁ ପଢ଼ିବା କ୍ଷଣି ଆପଣଙ୍କ ଲୋମ ଟାଙ୍କୁରି ଉଠିବ। ଆଜି ଆମେ ସେମିତି ଜଣେ ବୀର ସନ୍ତାନଙ୍କ କଥା କହିବୁ ଯିଏ ଜଣେ ମେଜରଙ୍କୁ ବଞ୍ଚାଇବାକୁ ଯାଇ ନିଜେ ବଳିଦାନ ଦେଇଛନ୍ତି। ଦେଶ ପାଇଁ ନିଜ ଜୀବନଙ୍କୁ ଉତ୍ସର୍ଗ କରିଦେଇଥିବା ସେହି ବୀର ଯବାନ ଜଣକ ହେଉଛନ୍ତି ଅମନ ଠାକୁର ।

ଆମେ କହୁଛୁ ଗତ ଫେବୃଆରୀ ୨୬ ତାରିଖର ଘଟଣା। ଯେଉଁ ଦିନ ଦକ୍ଷିଣ କଶ୍ମୀରର କୁଲଗାମ୍‌ ଜିଲ୍ଲା ଅନ୍ତର୍ଗତ ତାରିଗ୍ରାମରେ ସୁରକ୍ଷାବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିମୟ ସହିଦ୍‌ ହୋଇଥିଲେ ଅମନ୍‌। ଜମ୍ମୁ କଶ୍ମୀର ପୁଲିସ ସ୍ପେସାଲ ଅପରେସନ୍‌ ଗ୍ରୁପ୍‌ର ଡିଏସ୍‌ପି ଥିଲେ ସେ। ଆଉ ଘଟଣା ଦିନ ଗୁଳିବିନିମୟ ସମୟରେ ସେନାବାହିନୀର ଜଣେ ମେଜରଙ୍କୁ ରକ୍ଷା କରିବାକୁ ଯାଇ ନିଜକୁ  ଆତଙ୍କବାଦୀଙ୍କ ସାମ୍ନାରେ ନିଜ ଛାତି ଦେଖାଇଦେଇଥିଲେ ଅମନ୍। ଦେଶ ମାତୃକାର ସେବା କରି ନିଜ ଜୀବନକୁ ଆହୁତି ଦେଇଥିବା ଅମନଙ୍କ ଜୀବନ କାହାଣୀରେ ବି ଦେଶେପ୍ରମ ଭରି ରହିଛି। ପ୍ରଥମେ ସେ ସମାଜ କଲ୍ୟାଣ ବିଭାଗ ସମ୍ପର୍କିତ ଏକ ସଂସ୍ଥାରେ ଚାକିରି କରିଥିଲେ । ପରେ ସରକାରୀ ଅଧ୍ୟାପକ ଭାବେ କାର୍ଯ୍ୟରତ ଥିଲେ।

ହେଲେ ଏହି ଚାକିରି ତାଙ୍କୁ ଖୁସି କରିପାରି ନଥିଲା। ଦେଶ ମାତୃକାର ସେବା ପାଇଁ ତାଙ୍କ ମନରେ ଥିଲା ଅପୂର୍ବ ଇଚ୍ଛା। ଯିଏ କି ଆତଙ୍କବାଦୀଙ୍କ ବିରୋଧରେ ଲଢ଼ିବାକୁ ଦୃଢ଼ ସଂକଳ୍ପ ନେଇ ଥିଲେ। ମନରେ ସେହି ଇଚ୍ଛା, ଉଦ୍ଦାମତା ଓ ଉତ୍ସାହ ତାଙ୍କ ଲକ୍ଷପଥକୁ ସଫଳ କରିଥିଲା। ଯେଉଁଥିପାଇଁ ସେ ଦୁଇ ଦୁଇଟି ଚାକିରି ଛାଡ଼ି ପୁଲିସରେ ସାମିଲ ହୋଇଥିଲେ । ଦୁଇବର୍ଷ ହେବ ତାଙ୍କ ପୋଷ୍ଟିଂ କଶ୍ମୀରରେ ହିଁ ହୋଇଥିଲା।

ଅମନ ପ୍ରାୟ ସମସ୍ତ ଆତଙ୍କ ବିରୋଧୀ ଅଭିଯାନରେ ସାମିଲ ହେଉଥିଲେ। ସେ ଜମ୍ମୁ-କଶ୍ମୀର ପୁଲିସର ଆତଙ୍କବାଦୀ ବିରୋଧରେ ଗଠିତ ହୋଇଥିବା ସ୍ପେଶାଲ ଟାସ୍କ ଫୋର୍ସରେ ଥିଲେ। ଜମ୍ମୁ କଶ୍ମୀରରେ ଅନେକ ଆତଙ୍କବାଦୀଙ୍କୁ ନିପାତ କରିଥିଲେ ସେ । ତାଙ୍କ ନାଁ ଶୁଣିଲେ ଆତଙ୍କବାଦୀମାନେ ଥରୁଥିଲେ। ତେଣୁ ତାଙ୍କୁ କଶ୍ମୀର-ଏ-ସେର୍(କଶ୍ମୀର୍‌ ବାଘ) କୁହାଯାଉଥିଲା। ଗତ ପେବୃଆରୀ ୨୬ରେ ମଧ୍ୟ ଏଭଳି ଏକ ମିଶନରେ ଥିଲେ ଅମନ।

ଏଥିରେ ସେ ନିଜ ସାଥୀମାନଙ୍କ ସହ ମିଶି ୩ ଜଣ ଆତଙ୍କବାଦୀଙ୍କୁ ନିପାତ କରିଥିଲେ। କିନ୍ତୁ ଜଣେ ମେଜରଙ୍କୁ ରକ୍ଷା କରିବାକୁ ଯାଇ ନିଜେ ଗୁଳି ଖାଇଥିଲେ ଅମନ। ତାଙ୍କୁ ଯଥାଶୀଘ୍ର ସେନାର ବେସ୍‌ ମେଡିକାଲକୁ ନିଆଯାଇଥିଲା। ହେଲେ ଚିକିତ୍ସା ପୂର୍ବରୁ ହିଁ ସେ ପ୍ରାଣ ହାରି ଦେଇଥିଲେ।

ଘଟଣାର ସପ୍ତାହେ ପୂର୍ବରୁ ହିଁ ସେ ଘରକୁ ଆସିଥିଲେ। ଆଉ ଛୁଟି କଟାଇ ପୁଣି ଡ୍ୟୁଟିରେ ଯିବା ପୂର୍ବରୁ ସେ ନିଜ ୬ବର୍ଷର ପୁଅକୁ କଥା ଦେଇଯାଇଥିଲେ। କହିଥିଲେ ଅଝଟ ହେବୁନି। ମାର୍ଚ୍ଚ ମାସରେ ପରୀକ୍ଷା ସରିବା ପରେ ମୁଁ ପୁଣି ଥରେ ଆସିବି। ଆଉ ଗଲାବେଳେ ତତେ ବୁଲେଇବାକୁ ନେଇଯିବି ବୋଲି କଥା ଦେଇଥିଲେ ।  ହେଲେ ଅମନ ଘରକୁ ଫେରିଲେ ତ’ ନିଶ୍ଚୟ। କିନ୍ତୁ ମାତ୍ର ତିରଙ୍ଗା ଘୋଡ଼େଇ ହୋଇ। ପୁଅର ସ୍ୱପ୍ନ ଅଧାରେ ହିଁ ରହିଗଲା। ସବୁ ଆଶା ମଉଳିଗଲା।



from Odisha Reporter https://ift.tt/2VnVjRA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages