ସ୍ୱାମୀଙ୍କ ମୃତ୍ୟୁ ପରେ ସେନାରେ ଯୋଗ ଦେବେ ଯବାନଙ୍କ ସ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 28, 2019

ସ୍ୱାମୀଙ୍କ ମୃତ୍ୟୁ ପରେ ସେନାରେ ଯୋଗ ଦେବେ ଯବାନଙ୍କ ସ୍ତ୍ରୀ

ନୂଆଦିଲ୍ଲୀ:ଦେଶମାତୃକା ପାଇଁ ଶତ୍ରୁ ସହ ମୁକାବିଲା କରୁଥିବା ଯବାନଙ୍କ ବୀରତ୍ୱକୁ  ତ ଆମେ ନିଶ୍ଚୟ ସାଲ୍ୟୁଟ୍‌ ଦେବା। ହେଲେ ଏପରି ବୀର ଯବାନଙ୍କୁ ହରାଇବା ପରେ ଯେଉଁ ବାପା, ମା’ କିମ୍ବା ପତ୍ନୀ ତାଙ୍କର ଅଧୁରା ସ୍ୱପ୍ନକୁ  ପୂରଣ କରିବା ପାଇଁ ଆଗେଇ ଆସନ୍ତି ସେମାନେ ମଧ୍ୟ କମ୍‌ ବୀରତ୍ୱର ଅଧିକାରୀ ନୁହଁନ୍ତି। ଆପଣାର ମଣିଷଟିକୁ ଅପ୍ରତ୍ୟାଶିତ ହରାଇବା, ସେ ଯିବା ପରେ ତାର ଅଧୁରା କାମକୁ ପୂରଣ କରିବା ପାଇଁ ଆଗେଇ ଆସିବା କିଛି କମମ୍‌ କଥା ନୁହେଁ। ସେ ଦୃଷ୍ଟିରୁ ମେଜର ପ୍ରସାଦ ମହାଦିକଙ୍କ ପତ୍ନୀ ଗୌରୀ ପ୍ରସାଦଙ୍କୁ ଆମର ସାଲ୍ୟୁଟ।

ଗୌରୀ ପ୍ରକୃତରେ ଜଣେ ବୀରା ରମଣୀ।  ୨୦୧୫ରେ ଗୌରୀ ମେଜର ମେଜର ପ୍ରସାଦ ମହାଦିକଙ୍କୁ ବିବାହ କରିଥିଲେ । ମୁମ୍ୱାଇର ବିରାରରେ ପରିବାର ସହିତ ରହୁଥିଲେ।  ମେଜର ପ୍ରସାଦ ବିହାର ରେଜିମେଣ୍ଟ ସପ୍ତମ ବାଟାଲିୟନ୍‌ର ଥିଲେ ଜଣେ କାର୍ଯ୍ୟକାରୀ ଅଧିକାରୀ।  ୨୦୧୭ ଡିସେମ୍ୱରରେ ଅରୁଣାଚଳ ପ୍ରଦେଶର ତବାଙ୍ଗ୍‌ ଅଞ୍ଚଳରେ ଇଣ୍ଡୋ-ଚାଇନା ବର୍ଡର ସେଲଟର୍‌ରେ ନିଆଁ ଲାଗି ଯାଇଥିଲା। ଏଥିରେ ପ୍ରାଣ ହରାଇଥିଲେ ମେଜର ପ୍ରସାଦ  । ସ୍ୱାମୀଙ୍କ ଅପ୍ରତ୍ୟାଶିତ ମୃତ୍ୟୁ ଖବର ଶୁଣି ଭାଙ୍ଗି ପଡ଼ିଥିଲେ ଗୌରୀ ହେଲେ ହାର ମାନି ନ ଥିଲେ। କାନ୍ଦିବା ପରିବର୍ତ୍ତେ ସ୍ୱାମୀଙ୍କ ସ୍ୱପ୍ନକୁ ପୂରଣ କରିବା ପାଇଁ ଭାରତୀୟ ସେନାରେ ସାମିଲ୍‌ ହେବା ପାଇଁ ନିଷ୍ପତି ନେଇଥିଲେ।

ଗୌରୀ ପେଶାରେ ଜଣେ ଓକିଲ। କିନ୍ତୁ ସ୍ୱାମୀଙ୍କ ମୃତ୍ୟୁ ପରେ ସେ ଓକିଲାତି ଛାଡ଼ି ଦେଇଥିଲେ । ସେନାରେ ସାମିଲ୍‌ ହେବା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ। ସେ ୱିଡୋ କାଟାଗୋରୀରୁ Services Selection Board (SSB) ରେ ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହୋଇଥିଲେ। ଖାଲି ଉତ୍ତୀର୍ଣ୍ଣ ହାଇ ନ ଥିଲେ, ୧୬ ଜଣ ପରୀକ୍ଷାର୍ଥୀଙ୍କୁ ପଛରେ ପକାଇ ଶ୍ରେଷ୍ଠ ସ୍ଥାନରେ ରହିଥିଲେ।

ଆସନ୍ତା ଏପ୍ରିଲ୍‌ ମାସରେ ଗୌରୀ ଚେନ୍ନାଇ ଆର୍ମି ଅଫିସର୍ସ ଟ୍ରେନିଙ୍ଗ୍‌ ଏକାଡେମୀରେ ସାମିଲ୍‌ ହେବାକୁ ଯାଉଛନ୍ତି। ଏହା ପରେ ନେବେ ୪୯ ସପ୍ତାହର ଟ୍ରେନିଂ । ଏହି ଟ୍ରେନିଂ ପରେ ଗୌରୀ ସେନାରେ ଲେପ୍ଟନାଣ୍ଟ ଭାବେ  ନିୟୋଜିତ ହେବେ।

ଓକିଲାତି ଛାଡ଼ି ଭାରତୀୟ ସେନାରେ ସାମିଲ୍‌ ହେବାର ନିଷ୍ପତି ପ୍ରସଙ୍ଗରେ ଗୌରୀ କହନ୍ତି, “ସ୍ୱାମୀଙ୍କ  ମୃତ୍ୟୁ ପରେ ମୁଁ ଘରେ ବସି କାନ୍ଦିବାକୁ ଚାହୁଁ ନ ଥିଲି। ବରଂ ସେନା ସହିତ ମିଶି ସ୍ୱାମୀଙ୍କୁ ଗର୍ବ ଅନୁଭବ କରିବାକୁ ଚାହୁଁଥିଲି। ମୋ ସ୍ୱାମୀ ସବୁବେଳେ ମତେ ଖୁସି ଓ ହସୁଥିବା ଅବସ୍ଥାରେ ଦେଖିବାକୁ ଚାହୁଁଥିଲେ। ତେଣୁ ମୁଁ ନିଷ୍ପତି ନେଇଥିଲି ଯେ, ସେନାରେ ଯୋଗ ଦେବି। ତାଙ୍କର ୟୁନିଫର୍ମ, ଷ୍ଚାର୍‌ ପିନ୍ଧିବି। ଯାହା ବର୍ତ୍ତମାନ ମୋର ନୁହେଁ ଆମର ୟୁନିଫର୍ମ ବୋଲି କହିବି।”

 

 



from Odisha Reporter https://ift.tt/2EiPVZd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages