
ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ପାଇଲଟ୍ ଅଭିନନ୍ଦନ ବର୍ତ୍ତମାନଙ୍କୁ ଭାରତକୁ ସୁରକ୍ଷିତ ଫେରାଇବା ପାଇଁ କୌଣସି ମଧ୍ୟ ମୂଲଚାଲ ବା ଡିଲ୍କୁ ପ୍ରଶୟ ଦିଆଯିବନାହିଁ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି। ଏତଦ୍ବ୍ୟତୀତ ପାକିସ୍ତାନ ତାଙ୍କୁ ତୁରନ୍ତ ଭାରତକୁ ଫେରାଉ ବୋଲି ଦାବି କରିଆସୁଥିବା ଜଣାଯାଇଛି।
ଏପରିକି ରାଷ୍ଟ୍ରଦୂତ ସ୍ତରରେ ଆଲୋଚନା ପାଇଁ ମଧ୍ୟ ଭାରତ ସରକାର କହିବେ ନାହିଁ ବୋଲି ଜଣାଯାଇଛି। ଗତକାଲି ଭାରତ ଏବଂ ପାକିସ୍ତାନର ଯୁଦ୍ଧ ବିମାନ ମଧ୍ୟରେ ଲଢ଼େଇ ସମୟରେ ଏହି ପାଇଲଟ୍ ପାକିସ୍ତାନ ସୀମାପଟେ ଖସିପଡ଼ିବାରୁ ପାକିସ୍ତାନ ସେନା ତାଙ୍କୁ ଗିରଫ କରିନେଇଛି।
ସରକାର ପାକିସ୍ତାନର ରାଷ୍ଟ୍ରଦୂତଙ୍କ ସମନ୍ କରିବା ସହିତ ପାଇଲଟ୍ଙ୍କୁ ତୁରନ୍ତ ଏବଂ ସୁରକ୍ଷିତ ଅବସ୍ଥାରେ ଫେରାଇବା ପାଇଁ କୁହାଯାଇଛି। ଏଥିସହିତ ପାଇଲଟ୍ ଅଭିନନ୍ଦନଙ୍କୁ ଗିରଫ କରାଯିବା ସମୟରେ ଉତ୍ତୋଳିତ ଭିଡିଓ ଏବଂ ଫଟୋକୁ କଦର୍ଥ କରି ସୋଶାଲ ମିଡିଆରେ ଭାଇରାଲ କରାଯିବାକୁ ନେଇ ଭାରତ ପକ୍ଷରୁ କଡ଼ା ବିରୋଧ କରାଯାଇଛି। ଅଭିନନ୍ଦନଙ୍କୁ ସୁରକ୍ଷିତ ଭାବରେ ଭାରତକୁ ଫେରାଇବାକୁ ପାକ ଅଧିକାରୀଙ୍କୁ ତାଗିଦ କରାଯାଇଛି।
from Odisha Reporter https://ift.tt/2XqDD9P
No comments:
Post a Comment