ନିଜ ବାୟୋପିକ୍‌ର ନିଜେ ନିର୍ଦ୍ଦେଶନା ଦେବେ କଙ୍ଗନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 15, 2019

ନିଜ ବାୟୋପିକ୍‌ର ନିଜେ ନିର୍ଦ୍ଦେଶନା ଦେବେ କଙ୍ଗନା

ମୁମ୍ବାଇ(ଓଡ଼ିଶା ରିପୋର୍ଟର): ନିର୍ମାଣ ହେବ କଙ୍ଗନା ରଣାୱତଙ୍କ ବାୟୋପିକ୍‌। ଏହି ଫିଲ୍ମରେ ନିଜେ କଙ୍ଗନା ନିର୍ଦ୍ଦେଶନା ଦେବେ ବୋଲି କହିଛନ୍ତି। ନିକଟରେ ଏକ ସାକ୍ଷାତକାରରେ ଅଭିନେତ୍ରୀ କଙ୍ଗନା ସ୍ପଷ୍ଟ କରିଛନ୍ତି ଯେ, ଚଳିତବର୍ଷ ଅକ୍ଟୋବର-ନଭେମ୍ବରରେ ପରଦାକୁ ତାଙ୍କ ବାୟୋପିକ୍‌ ଆସିବ। ବାହୁବଳୀ ମଣିକର୍ଣ୍ଣିକା ଲେଖକ କେ.ଭି ବିଜୟେନ୍ଦ୍ର ହେଉଛନ୍ତି ଏହାର କାହାଣୀକାର। କଙ୍ଗନା ମାତ୍ର ମାସ ତଳେ ତାଙ୍କ ଜୀବନୀ ଉପରେ ଚଳଚ୍ଚିତ୍ର କାହାଣୀ ଲେଖିବା ପାଇଁ ଲେଖକଙ୍କୁ ଅନୁମତି ଦେଇଥିଲେ

କଙ୍ଗନାଙ୍କ କହିବା ଅନୁଯାୟୀ, ବାୟୋପିକ୍‌ ଲେଖିବା ପାଇଁ ଅନୁମତି ଦେବା ପୂର୍ବରୁ ସେ ଟିକେ ନର୍‌ଭସ୍‌ ଥିଲେ। କିନ୍ତୁ ଫିଲ୍ମର ଲେଖର କେ.ଭି. ବିଜୟେନ୍ଦ୍ର କାହାଣୀକୁ ସଠିକ୍‌ ଭାବେ ଲେଖିବାର ପ୍ରତିଶ୍ରୁତି ଦେଇଛନ୍ତି। ଏଥିସହ କଙ୍ଗନା ଫିଲ୍ମରେ ତାଙ୍କ ଜୀବନର ବିଭିନ୍ନ ସ୍ଥର ଦର୍ଶାଯିବ କିନ୍ତୁ ତାଙ୍କ ସହ ମତାନ୍ତର ହୋଇଥିବା କିଛି ବ୍ୟକ୍ତିଙ୍କର ନାଁ ସ୍ପଷ୍ଟ କରାଯିବନାହିଁ ବୋଲି କହିଛନ୍ତି।

ତେବେ କଙ୍ଗନାଙ୍କ ନିର୍ଦ୍ଦେଶିତ ଏହା ୨ୟ ଫିଲ୍ମ ରହିବ। ଏହା ପୂର୍ବରୁ ନିକଟରେ ରିଲିଜ୍‌ ହୋଇଥିବା କଙ୍ଗନାଙ୍କ ଅଭିନୀତ ଫିଲ୍ମ ମଣିକଣ୍ଣିକାରେ ସେ ନିଜେ ନିର୍ଦ୍ଦେଶନା ଦେଇଥିଲେ।

 



from Odisha Reporter http://bit.ly/2IeEqar

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages