ପୁଲୱାମା ହମଲା ପରେ ଜମ୍ମୁରେ ହିଂସା, ସେନାର ଫ୍ଲାଗ ମାର୍ଚ୍ଚ, କର୍ଫ୍ୟୁ ଲାଗୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 15, 2019

ପୁଲୱାମା ହମଲା ପରେ ଜମ୍ମୁରେ ହିଂସା, ସେନାର ଫ୍ଲାଗ ମାର୍ଚ୍ଚ, କର୍ଫ୍ୟୁ ଲାଗୁ

ଜମ୍ମୁ: ପୁଲୱାମା ଆତଙ୍କବାଦୀ ହମ୍‌ଲା ପରେ ଆଜି ଜମ୍ମୁର ଅଧିକାଂଶ ସ୍ଥାନରେ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହୋଇଛି। ପୁଲୱାମା ହମ୍‌ଲା ପଛରେ ପାକିସ୍ତାନ ଓ ଉପତ୍ୟକାର କିଛି ଲୋକଙ୍କ ହାତ ରହିଥିବା ଅଭିଯୋଗ କରି ଶହଶହ ଲୋକ ରାଜରାସ୍ତାକୁ ଓହ୍ଲାଇଥିଲେ। ଆନ୍ଦୋଳନକାରୀମାନେ ଗାଡ଼ି ମୋଟର ପୋଡ଼ାଜଳା କରିଛନ୍ତି।

ସେମାନଙ୍କ ଉପରେ ଅନ୍ୟ ସମ୍ପ୍ରଦାୟର ଲୋକେ ଟେକାପଥର ମାଡ଼ କରିବା ପରେ ପରସ୍ଥିତି କିଛି ସମୟ ଲାଗି ବିଗିଡ଼ିଥିଲା। ଲୋକଙ୍କୁ ରାସ୍ତାରୁ ହଟିବାକୁ ପୁଲିସ୍‌ ବାରମ୍ବାର ନିବେଦନ କରିଥିଲେ ହେଁ ସେମାନେ କିଛି ଶୁଣି ନଥିଲେ। ବରଂ ଆନ୍ଦୋଳନକାରୀ ଅନ୍ୟ ସଂପ୍ରଦାୟର ଲୋକଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ସୃଷ୍ଟି ହେବାରୁ ପୁଲିସ୍‌ ପକ୍ଷରୁ ବାଧ୍ୟ ହୋଇ କର୍ଫ୍ୟୁ ଲାଗୁ କରାଯାଇଥିଲା।

ସାଂପ୍ରଦାୟିକ ହିଂସା ସୃଷ୍ଟି ହେବାର ଆଶଙ୍କା ଥିବାରୁ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ହିଂସାରେ ବହୁ ଲୋକ ଆହତ ହୋଇଛନ୍ତି। ଏବେ ବି ବିଭିନ୍ନ ସ୍ଥାନରେ ଚାପା ଉତ୍ତେଜନା ଲାଗି ରହିଛି।

ସେନା ପକ୍ଷରୁ ବିଭିନ୍ନ ସ୍ଥାନରେ ଫ୍ଲାଗମାର୍ଚ୍ଚ ମଧ୍ୟ କରାଯାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଜମ୍ମୁରେ ୨ କଲମ ସେନା ଯବାନଙ୍କୁ ଷ୍ଟାଣ୍ଡବାଏରେ ରଖାଯାଇଛି।

ଆଜି ସକାଳୁ ଜମ୍ମୁର ଜୁଏଲ ଚୌକ, ପୁରାନୀ ମୁଣ୍ଡି, ରେହାରୀ, ଶକ୍ତିନଗର, ପକ୍କା ଡଙ୍ଗା, ଜାନିପୁର, ଗାନ୍ଧିନଗର ଓ ବକ୍ସିନଗର ଆଦି ଅଞ୍ଚଳରେ ପାକିସ୍ତାନକୁ ବିରୋଧ କରି ଲୋକମାନେ ରାଜରାସ୍ତାକୁ ଓହ୍ଲାଇଥିଲେ। ବନ୍ଦ ଡାକରା ଯୋଗୁ ସମଗ୍ର ଜମ୍ମୁ ଠପ ହୋଇଯାଇଛି। ଗାଡ଼ି ମଟର ଚାଲୁ ନଥିବା ବେଳେ ସବୁ ଦୋକାନ ବଜାର ବନ୍ଦ ରହିଛି।

ତେବେ ଜମ୍ମୁରେ ଘଟିଥିବା ହିଂସାକୁ ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ତୀବ୍ର ନିନ୍ଦା କରିଛନ୍ତି।



from Odisha Reporter http://bit.ly/2UW1yfi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages