
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜାମ୍ମୁ କାଶ୍ମୀର ପୁଲ୍ୱାମା ଆକ୍ରମଣରେ ସହିଦ୍ ହୋଇଥିବା ଯବାନମାନଙ୍କ ପାଇଁ ସାରାଦେଶ ଏବେ ଦୁଃଖରେ ମ୍ରିୟମାଣ। ସହିଦ୍ ଯବାନ୍ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ଚାରିଆଡ଼େ କ୍ୟାଣ୍ଡେଲ୍ ଲାଇଟ୍ ଶୋଭାଯାତ୍ରାର ଆୟୋଜନ କରାଯାଉଛି। ପରିବାର ଲୋକଙ୍କୁ ମିଳୁଛି ସାନ୍ତ୍ୱନା ଓ ସହାୟତା ରାଶି।

ଏହି ମହତ୍ କାର୍ଯ୍ୟରେ ହାତ ବଢାଇଛି ଅଦିତୀ ଫାଉଣ୍ଡେଶନ୍। ପୁଲୱାମାରେ ସହିଦ ଦୁଇ ଓଡ଼ିଆ ବୀର ପ୍ରସନ୍ନ ସାହୁ ଓ ମନୋଜ ବେହେରାଙ୍କ ପରିବାରକୁ ୧ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ ପାଇଁ ଅଣ୍ଟା ଭିଡିଛି ସଙ୍ଗଠନ। ଏଥିସହ ଭୁବନେଶ୍ୱରରେ ଆୟୋଜିତ ହୋଇଛି ଏକ କ୍ୟାଣ୍ଡେଲ୍ ଲାଇଟ୍ ଶୋଭାଯାତ୍ରା।

ଗତକାଲି ଆୟୋଜିତ ଏହି ଶୋଭାଯାତ୍ରାରେ ଶହଶହ ଯୁବତୀ ଯୁବକ ସ୍ୱତଃପ୍ରବୃତ୍ତ ଭାବେ ଅଂଶଗ୍ରହଣ କରିଥିଲେ। ଭାରତ ମାତା କି ଜୟ, ସହିଦ ଯବାନ ଅମର ରହେ ନାରାରେ ପ୍ରକମ୍ପିତ ହୋଇଥିଲା ସମଗ୍ର ଅଞ୍ଚଳ।
from Odisha Reporter https://ift.tt/2VheTPk
No comments:
Post a Comment