ଆମେରିକାରେ ପ୍ରଥମ ଟାଇଟଲ୍ ଜିତି ଜାତୀୟ ରେକର୍ଡ ସମକକ୍ଷ ହେଲେ ହାଇଜମ୍ପର୍ ତେଜସ୍ୱିନ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 24, 2019

ଆମେରିକାରେ ପ୍ରଥମ ଟାଇଟଲ୍ ଜିତି ଜାତୀୟ ରେକର୍ଡ ସମକକ୍ଷ ହେଲେ ହାଇଜମ୍ପର୍ ତେଜସ୍ୱିନ୍

ନୂଆଦିଲ୍ଲୀ: ଭାରତର ତେଜସ୍ୱିନୀ ଶଙ୍କର ଆମେରିକାର ଟେକ୍ସାସଠାରେ ଚାଲିଥିବା ବିଗ୍-୧୨ କଲଜିଏଟ୍ ଆଥଲେଟିକ୍ ମିଟ୍‌ର ପୁରୁଷ ହାଇଜମ୍ପ୍‌ରେ ସ୍ୱର୍ଣ୍ଣ ପଦକ ଜିତି ଜାତୀୟ ରେକର୍ଡ ସମକକ୍ଷ ହୋଇଛନ୍ତି। କାନ୍‌ସାସ୍‌ ଷ୍ଟେଟ୍ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ତେଜସ୍ୱିନ୍ ୨.୨୮ ମିଟର୍ ଡିଆଁ ମାରି ସିଜନ୍‌ର ଶ୍ରେଷ୍ଠ ପ୍ରଦର୍ଶନ ଦେବା ସହ ଗତବର୍ଷ ପଟିଆଲାରେ ଆୟୋଜିତ ୨୨ତମ ଫେଡେରେସନ୍ କପ୍‌ରେ ନିଜର ବ୍ୟକ୍ତିଗତ ରେକର୍ଡ ସମକକ୍ଷ ହୋଇଛନ୍ତି।

ତେବେ ତେଜସ୍ୱିନଙ୍କ ଶ୍ରେଷ୍ଠ ପ୍ରଦର୍ଶନ ୨.୨୯ ମିଟର, ଯାହା ସେ ଗତବର୍ଷ ଅପ୍ରେଲରେ ଟେକ୍ସାସ ଟେକ୍ ଆମନ୍ତ୍ରଣୀୟ ମିଟ୍‌ରେ ଅର୍ଜନ କରିଥିଲେ। ତେଜସ୍ୱିନ ବିଗ୍-୧୨ ହାଇଜମ୍ପ ଚାମ୍ପିଅନ୍ ହେବାରେ ଷଷ୍ଠ କାନ୍‌ସାସ୍‌ ଷ୍ଟେଟ୍‌ ୟୁନିଭର୍‌ସିଟି ଖେଳାଳି ହୋଇଛନ୍ତି।

ଚାମ୍ପିଅନ୍ ହେବା ପରେ ତେଜସ୍ୱିନ କହିଥିଲେ, ଆଉ ଏକ ପ୍ରତିଯୋଗିତାରେ ଚାମ୍ପିଅନ୍ ହେବାର ଅନୁଭୂତି ବହୁତ ଖାସ୍‌। ଏହାବ୍ୟତୀତ ମୁଁ ଜଣେ ୪୦୦ ମିଟର ରନ୍‌ର ଏବଂ ଏହି ଇଭେଣ୍ଟରେ ଟ୍ରାକ୍‌କୁ ଓହ୍ଲାଇବି ବୋଲି ତେଜସ୍ୱିନ୍ କହିଛନ୍ତି।

୨୦୧୫ ରାଜ୍ୟେଗୋଷ୍ଠୀ ୟୁଥ୍ ଗେମ୍ସ ସ୍ୱର୍ଣ୍ଣ ପଦକ ବିଜେତା ୨୦ ବର୍ଷୀୟ ତେଜସ୍ୱିନ୍ ମଧ୍ୟ ୨୦୧୬ ସାଉଥ ଏସିଆନ୍ ଗେମ୍ସରେ ରୌପ୍ୟ ପଦକ ଜିତିଥିଲେ।



from Odisha Reporter https://ift.tt/2ErDziT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages