
ନୂଆଦିଲ୍ଲୀ: ବାମହାତୀ ବ୍ୟାଟ୍ସମ୍ୟାନ୍ ସୁରେଶ ରାଇନା ଟି-୨୦ କ୍ରିକେଟ୍ରେ ନୂଆ କୀର୍ତ୍ତିମାନ କରିଛନ୍ତି। ସେ ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ୍ ଭାବେ ଟି-୨୦ କ୍ରିକେଟ୍ରେ ୮୦୦୦ ରନ୍ ପୂରଣ କରିଛନ୍ତି। ସୟଦ ମୁସ୍ତାକ୍ ଅଲୀ ଟ୍ରଫି ଟି-୨୦ କ୍ରିକେଟ୍ରେ ରାଇନା ୧୧ ରନ୍ କରିଥିବା ବେଳେ ଏହି ରେକର୍ଡର ଅଧିକାରୀ ହୋଇଥିଲେ।
ଏହି ମ୍ୟାଚ୍ ପୂର୍ବରୁ ରାଇନାଙ୍କ ସ୍କୋର ୭୯୮୯ ଥିଲା ଏବଂ ୮୦୦୦ ରନ୍ର ମାଇଲଖୁଣ୍ଟ ଛୁଇଁବା ପାଇଁ ମାତ୍ର ୧୧ ରନ୍ ଦରକାର ହେଉଥିଲା। ୩୨ ବର୍ଷୀୟ ଏହି କ୍ରିକେଟର୍ ୩୦୦ ମ୍ୟାଚ୍ରେ ୩୩.୪୭ ଆଭରେଜ୍ରେ ୪୮ ଅର୍ଦ୍ଧଶତକ ସହ ୮୦୦୧ ରନ୍ କରିଛନ୍ତି। ଭାରତୀୟ ଅଧିନାୟକ ବିରାଟ୍ କୋହଲି ୨୫୧ ମ୍ୟାଚ୍ ଖେଳି ୭୮୩୩ ରନ୍ କରି ଦ୍ୱିତୀୟ ସ୍ଥାନରେ ଅଛନ୍ତି।
ସେହିପରି ଭେଟେରାନ୍ କ୍ରିକେଟର୍ ମହେନ୍ଦ୍ର ସିଂହ ଧୋନି ୮୦୦୦ ରନ୍ରୁ ୩୦୦ ରନ୍ ପଛରେ ଅଛନ୍ତି। ଟି-୨୦ କ୍ରିକେଟ୍ ଇତିହାସରେ ସର୍ବାଧିକ ସ୍କୋରର୍ ତାଲିକାରେ ରାଇନା ଷଷ୍ଠ ସ୍ଥାନରେ ଅଛନ୍ତି।
ଏହି ତାଲିକାର ପ୍ରଥମ ସ୍ଥାନରେ ଅଛନ୍ତି ୱେଷ୍ଟଇଣ୍ଡିଜ୍ର କ୍ରିସ୍ ଗେଲ୍। ଗେଲ୍ ୧୨୨୯୮ ରନ୍ ସହ ଶୀର୍ଷରେ ଥିବା ବେଳେ ନ୍ୟୁଜିଲ୍ୟାଣ୍ଡ କ୍ରିକେଟର୍ ବ୍ରେଣ୍ଡନ୍ ମ୍ୟାକ୍କୁଲମ୍ ୯୯୨୨ ରନ୍ ସହ ଦ୍ୱିତୀୟ ସ୍ଥାନରେ ଅଛନ୍ତି। କାଇରନ୍ ପୋଲାର୍ଡ, ସୋଏବ୍ ମଲିକ୍ ଓ ଡେଭିଡ୍ ୱାର୍ଣ୍ଣର୍ ଯଥାକ୍ରମେ ୮୮୩୮, ୮୬୦୩, ୮୧୧୧ ରନ୍ ସହ ତୃତୀୟ, ଚତୁର୍ଥ ଓ ପଞ୍ଚମ ସ୍ଥାନରେ ରହିଛନ୍ତି।
from Odisha Reporter https://ift.tt/2Nw0qg8
No comments:
Post a Comment