ନିଜ ‘କାଳିଆ’କୁ ପ୍ରଶଂସା, ‘ପିଏମ୍‌ କିଷାନ୍‌’କୁ ସମାଲୋଚନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 21, 2019

ନିଜ ‘କାଳିଆ’କୁ ପ୍ରଶଂସା, ‘ପିଏମ୍‌ କିଷାନ୍‌’କୁ ସମାଲୋଚନା

ବରଗଡ଼ (ଦୀପକ ଶର୍ମା): ଚାଷୀମାନେ ପ୍ରାଇସ୍‌, ପ୍ରେଷ୍ଟିଜ୍‌ ଓ ପେନ୍‌ସନ୍‌ ଦାବି କରିଆସୁଛନ୍ତି। ହେଲେ ଚାଷୀଙ୍କ ଏହି ଦାବିକୁ ରାଜ୍ୟ ସରକାର ଶୁଣିବା ପରିବର୍ତ୍ତେ ‘କାଳିଆ’ ଯୋଜନା ଘୋଷଣା କରିଥିଲେ। ‘କାଳିଆ’ ଚାଷୀଙ୍କ ପାଖରେ ପହଞ୍ଚିବା ପୂର୍ବରୁ ବିବାଦରେ ଫସିଥିବା ବେଳେ କେନ୍ଦ୍ର ସରକାରଙ୍କ ପିଏମ୍‌ କିଷାନ୍‌ ଯୋଜନାରେ କେଁ ବାହାର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପିଏମ୍‌ କିଷାନ ଯୋଜନାରେ ଚାଷୀଙ୍କ ପାଇଁ କିଛି ବ୍ୟବସ୍ଥା ନଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।

ବରଗଡ଼ ସମାବେଶରେ ନବୀନ ପଟ୍ଟନାୟକ କହିଛନ୍ତି-“କେନ୍ଦ୍ର ସରକାରଙ୍କ ‘ପିଏମ୍‌ କିଷାନ’ ଯୋଜନାରେ ଛୋଟ ଚାଷୀ, ଭାଗ ଚାଷୀ, ଜମିହୀନ ଚାଷୀଙ୍କ ପାଇଁ କିଛି ବ୍ୟବସ୍ଥା ନାହିଁ। ଏଥିପାଇଁ ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଖକୁ ଚିଠି ଲେଖିଛି। ଏହି ସବୁ ଚାଷୀଙ୍କୁ ‘ପିଏମ୍‌ କିଷାନ୍‌’ରେ ସାମିଲ କରିବାକୁ ଦାବି କରିଛି। ଏହାଛଡ଼ା ‘ପିଏମ୍‌ କିଷାନ୍‌’ ଯୋଜନାର ରାଶି ୬୦୦୦ ପରିବର୍ତ୍ତେ ୧୦,୦୦୦ ଟଙ୍କା ଦେବାକୁ ଅନୁରୋଧ ମଧ୍ୟ କରିଛି। ଚାଷୀଙ୍କୁ ସେମାନଙ୍କ ହକ୍‌ ଦିଆଯାଉ। ଓଡ଼ିଶାରେ ଚାଷୀଙ୍କୁ ରାଜ୍ୟ ସରକାର ବିନା ସୁଧରେ ଋଣ ଦେଉଛନ୍ତି। ମିଶନ ଶକ୍ତିରେ ମାଆମାନଙ୍କୁ ମଧ୍ୟ ବିନା ସୁଧରେ ଋଣ ମିଳୁଛି।” ଏହାର ସୁଯୋଗ ନେବାକୁ ସେ ଆହ୍ୱାନ କରିଛନ୍ତି।”

ନବନିର୍ମାଣ କୃଷକ ସଙ୍ଗଠନର ନାଁ ନ ନେଇ ମୁଖ୍ୟମନ୍ତ୍ରୀ ସମାଲୋଚନା କରିଛନ୍ତି। ସେ କହିଛନ୍ତି-“ବନ୍ଦ ଡାକରା ଦେଇଥିଲେ ମଧ୍ୟ କାଳିଆର ଯାତ୍ରାକୁ କେହି ରୋକି ପାରିବେ ନାହିଁ।”

ମୁଖ୍ୟମନ୍ତ୍ରୀ କହିଛନ୍ତି,“ଚାଷୀଙ୍କ ଉନ୍ନତି ପାଇଁ ରାଜ୍ୟ ସରକାର ‘କାଳିଆ’ ଯୋଜନା କରିଛନ୍ତି। ଏହା ହେଉଛି ରାଜ୍ୟ ସରକାରଙ୍କର ଏକ ଐତିହାସିକ ପଦକ୍ଷେପ। ଆମର ‘କାଳିଆ’ ଯୋଜନା ସମଗ୍ର ଦେଶକୁ ରାସ୍ତା ଦେଖାଇଛି। ଛୋଟ ଚାଷୀ, ଭାଗ ଚାଷୀ, ଜମିହୀନ ଓ କୃଷି ଶ୍ରମିକଙ୍କ ପାଇଁ କାଳିଆ ଯୋଜନାରେ ବ୍ୟବସ୍ଥା ରହିଛି। ବର୍ତ୍ତମାନ ସୁଦ୍ଧା ଏହି ଯୋଜନାରେ ୧୬ ଲକ୍ଷରୁ ଅଧିକ ଚାଷୀ ସହାୟତା ପାଇସାରିଲେଣି। ଆଉ ଆଜି ଆଉ ୧୪ ଲକ୍ଷରୁ ଅଧିକ ଚାଷୀ ସହାୟତା ପାଇବେ। ଜଣେ ହେଲେ ଚାଷୀ ଯେମିତି ଏହି ଯୋଜନାରୁ ବଞ୍ଚିତ ନହେବ, ସେଥିପ୍ରତି ମୁଁ ନଜର ରଖିଛି। ଚାଷୀଙ୍କ ପିଲାଙ୍କୁ ପାଠ ପଢ଼ାଇବା ପାଇଁ ‘କାଳିଆ ଛାତ୍ରବୃତ୍ତି’ ଯୋଜନା ଘୋଷଣା କରାଯାଇଛି।”

ଆଜି ମୁଖ୍ୟମନ୍ତ୍ରୀ ‘କାଳିଆ’ ଯୋଜନାରେ ୧୪ ଲକ୍ଷ ଚାଷୀଙ୍କୁ ୭୦୦ କୋଟି ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରକଳ୍ପ ଘୋଷଣା କରିବା ପରେ ତାଙ୍କର ପୁରୁଣା ଘୋଷା ଶୁଣାଇ କହିଥିଲେ,” ଏଥିରେ ଆପଣମାନେ ଖୁସି ତ, ମୁଁ ବି ବହୁତ ଖୁସି।”



from Odisha Reporter https://ift.tt/2GTpHPX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages