ଗେଲଙ୍କ ଶତକ ବେକାର, ରେକର୍ଡ ଚେଜ୍‌ ସହ ମ୍ୟାଚ୍‌ ଜିତିଲା ଇଂଲଣ୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 21, 2019

ଗେଲଙ୍କ ଶତକ ବେକାର, ରେକର୍ଡ ଚେଜ୍‌ ସହ ମ୍ୟାଚ୍‌ ଜିତିଲା ଇଂଲଣ୍ଡ

ବାରବାଡୋସ: ପ୍ରତ୍ୟାବର୍ତ୍ତନ ମ୍ୟାଚ୍‌ରେ କ୍ରିସ୍‌ ଗେଲ ବିସ୍ଫୋରକ ଶତକୀୟ ଇନିଂସ ଖେଳିଥିଲେ ହେଁ ଏହା ବେକାର ଯାଇଛି। ଗେଲ୍‌ଙ୍କ ଶତକ ବଳରେ ୱେଷ୍ଟଇଣ୍ଡିଜ୍‌ ୩୬୦ ରନ୍‌ କରିଥିଲା। କିନ୍ତୁ ଇଂଲଣ୍ଡ ବେଶ ଆରାମରେ ୩୬୧ ରନ୍‌ର ବିଜୟ ଲକ୍ଷ୍ୟକୁ ହାସଲ କରିନେଇଛି। ଇଂଲଣ୍ଡର ଏହି ରେକର୍ଡ ବ୍ରେକିଂ ବିଜୟର ନାୟକ ସାଜିଥିଲେ ଜେସନ ରୟ ଓ ଜୋ ରୁଟ୍‌। ଉଭୟ ଶତକୀୟ ପାଳି ଖେଳିବା ସହ ଦଳକୁ ୬ ୱିକେଟ୍‌ରେ ବିଜୟ କରାଇଥିଲେ। ଇଂଲଣ୍ଡ ପ୍ରଥମ ଦିନିକିଆକୁ ଜିତିବା ସହ ୫ ଟିକିଆ ସିରିଜ୍‌ରେ ୧-୦ରେ ଆଗୁଆ ହୋଇଯାଇଛି।

ଇଂଲଣ୍ଡ ପ୍ରଥମଥର ପାଇଁ କୌଣସି ଟିମ୍‌ ବିପକ୍ଷରେ ଏତେ ବଡ଼ ବିଶାଳ ସ୍କୋରକୁ ଚେଜ୍‌ କରିବାକୁ ସକ୍ଷମ ହୋଇଛି। ସେହିପରି ୱେଷ୍ଟଇଣ୍ଡିଜ୍‌ ପ୍ରଥମଥର ପାଇଁ ଇଂଲଣ୍ଡ ବିପକ୍ଷରେ ୩ ୬୦ ରନ୍‌ କରିଥିଲେ ହେଁ ଦଳକୁ ପରାଜୟର ମୁହଁ ଦେଖିବାକୁ ପଡ଼ିଛି।

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ୱେଷ୍ଟଇଣ୍ଡିଜ୍‌ ଆରମ୍ଭରୁ ଆକ୍ରମଣାତ୍ମକ ରୂପ ଦେଖାଇଥିଲା। ବିଶେଷ କରି ଦୀର୍ଘ ୨ ବର୍ଷ ପରେ ଦଳକୁ ଫେରିଥିବା ଅଭିଜ୍ଞ କ୍ରିସ୍‌ ଗେଲ୍‌ ନିଜ ପୂରୁଣା ଢଙ୍ଗରେ ବ୍ୟାଟିଂ କରିଥିଲେ। ତେବେ ଗେଲ୍‌ ୯ ରନ୍‌ କରିଥିବା ବେଳେ ତାଙ୍କର ଏକ କ୍ୟାଚ୍‌କୁ ଜେସନ ରୟ ହାତଛଡ଼ା କରିଥିଲେ। ଏହାପରେ ଗେଲ୍‌ ଆଉ ଅଟକି ନଥିଲେ। ସେ ବଡ଼ ବଡ଼ ଶଟ୍‌ ମାନ ଖେଳି ନିଜର ଶତକ ହାସଲ କରିଥିଲେ। ଗେଲ୍‌ ୧୨୯ଟି ବଲ୍‌ରେ ୧୩୫ ରନ୍‌ର ଇନିଂସ୍‌ ଖେଳିଥିଲେ। ଏଥିରେ ୩ଟି ଚୌକା ଓ ୧୨ଟି ବିଶାଳ ଛକା ରହିଥିଲା।

ଅନ୍ୟମାନଙ୍କ ମଧ୍ୟରେ ଶାଇ ହୋପ ୬୪ ଓ ଶେଷ ଭାଗରେ ଡାରେନ୍‌ ବ୍ରାଭୋ ୪୦ ରନ୍‌ର ଇନିଂସ୍‌ ଖେଳିବାରୁ ଘରୋଇ ଇଣ୍ଡିଜ୍‌ ଦଳ ନିର୍ଦ୍ଧାରିତ ୫୦ ଓଭର୍‌ରେ ୮ ୱିକେଟ୍‌ ହରାଇ ୩୬୦ ରନ୍‌ କରିଥିଲା।

୩୬୧ ରନ୍‌ର ଟାର୍ଗେଟ ପିଛା କରୁଥିବା ଇଂଲଣ୍ଡର ଦୁଇ ଓପନର ଜେସନ ରୟ ଓ ଜନ୍ନି ବେୟାରଷ୍ଟୋ ଦ୍ରୁତ ଆରମ୍ଭ କରିଥିଲେ। ୧୦.୫ ଓଭରରେ ଦଳୀୟ ସ୍କୋର ୯୧ ରହିଥିବା ବେଳେ ବେୟାରଷ୍ଟୋ ବ୍ୟକ୍ତିଗତ ୩୪ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ।

ହେଲେ ଜେସନ ରୟ ଇଣ୍ଡିଜର କୌଣସି ବୋଲରଙ୍କୁ ସ୍ଥିର ପ୍ରଦର୍ଶନ କରିବାକୁ ଦେଇ ନଥିଲେ। ସେ ମାତ୍ର ୮୫ଟି ବଲ୍‌ରେ ୧୨୩ ରନ୍‌ର ମ୍ୟାଚ୍‌ ବିଜୟୀ ଇନିଂସ୍‌ ଖେଳିଥିଲେ। ଏହି ଇନିଂସ୍‌ରେ ୧୫ଟି ଚୌକା ଓ ୩ଟି ଛକା ରହିଥିଲା। ଜେସନ ରୟଙ୍କ ବ୍ୟତୀତ ଜୋ ରୁଟ୍‌ ମଧ୍ୟ ୧୦୨ ରନ୍‌ର ଇନିଂସ୍‌ ଖେଳିଥିଲେ।

ଅଧିନାୟକ ଇଅନ ମୋର୍ଗାନ ୬୪ ରନ୍‌ କରିଥିବା ବେଳେ ବେନ୍‌ ଷ୍ଟୋକ୍ସ ଶେଷ ପର୍ଯ୍ୟନ୍ତ ୨୦ ରନ୍‌ କରି ଅପରାଜିତ ରହିଥିଲେ। ଇଂଲଣ୍ଡ ୪୮.୪ ଓଭର୍‌ରେ ୩୬୪ ରନ୍‌ କରି ମ୍ୟାଚ୍‌କୁ ଜିତି ନେଇଥିଲା।

ଇଣ୍ଡିଜ୍‌ ଦଳର ଅଧିନାୟକ ମ୍ୟାଚ୍‌ ପରାଜୟ ପାଇଁ ଟିମ୍‌ର ଫିଲ୍ଡିଂକୁ ଦାୟୀ କରିଛନ୍ତି।



from Odisha Reporter https://ift.tt/2ScSZLv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages