‘ଉଚ୍ଚଶିକ୍ଷାର ଗୁଣାତ୍ମକ ମାନ ବ‍ଢ଼ାଇବା ପାଇଁ ପଦକ୍ଷେପ ନେଉଛି ୟୁଜିସି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 16, 2019

‘ଉଚ୍ଚଶିକ୍ଷାର ଗୁଣାତ୍ମକ ମାନ ବ‍ଢ଼ାଇବା ପାଇଁ ପଦକ୍ଷେପ ନେଉଛି ୟୁଜିସି’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଉଚ୍ଚଶିକ୍ଷାର ଗୁଣାତ୍ମକ ମାନ ବଢ଼ାଇବା ପାଇଁ ୟୁନିଭର୍ସିଟି ଗ୍ରାଣ୍ଟ କମିଶନ୍‌(ୟୁଜିସି) ପକ୍ଷରୁ ପଦକ୍ଷେପ ନିଆଯାଉଛି। ପାଠ୍ୟ ଖସଡ଼ାରେ ସଂଶୋଧନ, ଅଧ୍ୟାପକମାନଙ୍କୁ ରେଗୁଲାର ରିଫ୍ରେଶର କୋର୍ସ, ଶିକ୍ଷା ଭିତ୍ତିଭୂମିର ବିକାଶ ଲାଗି ଅଧିକ ପାଣ୍ଠି ପ୍ରଦାନ ନିମନ୍ତେ ୟୁଜିସି ନିଷ୍ପତ୍ତି ନେଇଛି। ଆସୋସିଏସନ୍‌ ଅଫ୍‌ ଇଣ୍ଡିଆନ୍‌ ୟୁନିଭର୍ସିଟିଜର କୁଳପତିମାନଙ୍କ ସମ୍ମିଳନୀରେ ଯୋଗଦେଇ ଏହା କହିଛନ୍ତି ୟୁଜିସି ସଚିବ ରଜନୀଶ ଜୈନ।

ଆଜି ଭୁବନେଶ୍ୱର ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟରେ ଆସୋସିଏସନ୍ ଅଫ୍ ଇଣ୍ଡିଆନ୍‌ ୟୁନିଭର୍ସିଟିଜ୍‌ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୟୁନିଭର୍ସିଟି ଗ୍ରାଣ୍ଟ କମିଶନ୍‌ଙ୍କ ସଚିବ ରଜନୀଶ୍ ଜୈନ୍ ଯୋଗଦେଇ କହିଛନ୍ତି, ଗ୍ଲୋବାଲ୍‌ ରାଙ୍କିଙ୍ଗରେ କିପରି ଦେଶର ଶିକ୍ଷାନୁଷ୍ଠାନ ଗୁଡ଼ିକ ସ୍ଥାନ ପାଇବ, ସେଥିଲାଗି ଅଧ୍ୟାପକଙ୍କର ଅଧିକରୁ ଅଧିକ ରିଫ୍ରେଶର କୋର୍ସ କରିବା ଲାଗି ୟୁଜିସି ଯୋଜନା ରଖିଛି। ଗବେଷଣାକୁ ଗୁରୁତ୍ୱ ଦେବା ପାଇଁ ଅଧିକ ଛାତ୍ରବୃତ୍ତି ଦେବାଲାଗି ମଧ୍ୟ ୟୁଜିସି ଚିନ୍ତା କରିଛି। ଖାଲି ସେତିକି ନୁହେଁ, ଫେକ୍‌ ବା ବେଆଇନ ଭାବେ ଚାଲୁଥିବା ଶିକ୍ଷାନୁଷ୍ଠାନ ଗୁଡିକରେ ଆଡମିଶନ୍ ନକରିବା ଲାଗି ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କୁ ସଚେତନ କରାଯାଉଥିବା ୟୁଜିସି ସଚିବ ଶ୍ରୀ ଜୈନ୍ କହିଛନ୍ତି।



from Odisha Reporter http://bit.ly/2X1CuWd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages