ପ୍ରଥମ କରି ମହିଳାଙ୍କୁ ଫିଲ୍ମରେ ସୁଯୋଗ ଦେଇଥିଲେ ଭାରତୀୟ ସିନେମାର ଭୀଷ୍ମ ପିତାମହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 16, 2019

ପ୍ରଥମ କରି ମହିଳାଙ୍କୁ ଫିଲ୍ମରେ ସୁଯୋଗ ଦେଇଥିଲେ ଭାରତୀୟ ସିନେମାର ଭୀଷ୍ମ ପିତାମହ

dada-sahed-falke

ମୁମ୍ବାଇ: ଆଜି ହେଉଛି ଭାରତୀୟ ସିନେମାର ଭୀଷ୍ମ ପିତାମହ ଦାଦା ସାହେବ ଫାଲକେଙ୍କ ପୂନ୍ୟତିଥି। ସେ ହେଉଛନ୍ତି ଭାରତୀୟ ସିନେମାର ସ୍ରଷ୍ଟା। ଫାଲ୍କେଙ୍କ ଜନ୍ମ ୧୮୭୦ ଏପ୍ରିଲ୍‌ ୩୦ରେ ମହାରାଷ୍ଟ୍ରରେ ହୋଇଥିଲା। ସେ ଆଜିର ଦିନ ତଥା ଜାନୁଆରୀ ୧୬, ୧୯୪୪ରେ ନାସିକ୍‌ରେ ନିଜ ଶେଷ ନିଶ୍ୱାସ ତ୍ୟାଗ କରିଥିଲା।

ପ୍ରଥମେ ଫାଲ୍‌କେ ୧୯୧୩ ମସିହାରେ ରାଜା ହରିଶ୍ଚନ୍ଦ୍ର ନାମକ ଏକ  ଫିଲ୍ମ ତିଆରି କରିଥିଲେ। ସେ ଜଣେ ଜଣାଶୁଣା ପ୍ରଯୋଜକ, ନିର୍ଦ୍ଦେଶକ, ଓ ସ୍କ୍ରିନ୍‌  ପ୍ଲେ ରାଇଟର ମଧ୍ୟ ଥିଲେ। ସେ ତାଙ୍କ ୧୯ ବର୍ଷର କ୍ୟାରିଅରରେ ୯୫ଟି ଫିଲ୍ମ ଓ ୨୭ ଟି ସର୍ଟ ଫିଲ୍ମ କରିଛନ୍ତି।
ଖୁବ୍‌ କମ୍‌ ଲୋକ ଜାଣିଥିବେ ଦାଦା ସାହେବ୍‌ ଫାଲକେଙ୍କ ପ୍ରକୃତ ନାଁ ଧୁନ୍ଧିରାଜ୍‌ ଗୋବିନ୍ଦ ଫାଲ୍କେ ଥିଲା। ଭାରତର ଫୁଲ୍‌ ଲେନ୍‌ଥ ଫିଚର ଫିଲ୍ମ ରାଜା ହରିଶ୍ଚନ୍ଦ୍ର ତାଙ୍କର ସୃଷ୍ଟି। ଆଉ ସେ ସମୟରେ ଏହି ଫିଲ୍ମର ବଜେଟ୍‌ ଥିଲା ୧୫,୦୦୦ ଟଙ୍କା।

ବିବିସି ରିପୋର୍ଟ୍‌ ମୁତାବକ, ଦାଦା ସାହେବ ଫାଲ୍‌କେ ଫିଲ୍ମରେ ମହିଳାମାନଙ୍କୁ କାମ କରିବାକୁ ପ୍ରଥମେ ସୁଯୋଗ ଦେଇଥିଲେ। ସେ ନିଜ ଫିଲ୍ମ ‘ଭସ୍ମାସୁର ମୋହିନୀ’ରେ ଦୁଇଜଣ ମହିଳାଙ୍କୁ କାମ କରିବାକୁ ସୁଯୋଗ ଦେଇଥିଲେ। ସେମାନଙ୍କ ନାଁ ଥିଲା ଦୁର୍ଗା ଓ କମଳା।
ଦାଦା ସାହେବ ଫାଲ୍କେଙ୍କ ଶେଷ ଫିଲ୍ମ ଥିଲା ‘ସେତୁ ବନ୍ଧନ’। ଭାରତୀୟ ସିନେମାରେ ତାଙ୍କର ଐତିହାସିକ ଯୋଗଦାନ ଯୋଗୁ ୧୯୬୯ରେ ଭାରତ ସରକାରଙ୍କ ପକ୍ଷରୁ ତାଙ୍କୁ ସମ୍ମାନ ଦେବା ପାଇଁ ଦାଦା ସାହେବ ଫାଲ୍କେ ଆୱାର୍ଡର ଶୁଭାରମ୍ଭ କରିଥିଲେ।

ଭାରତୀୟ ସିନେମାରେ ଏହାକୁ ସର୍ବୋଚ୍ଚ ଓ ପ୍ରତିଷ୍ଠିତ ପୁରସ୍କାରର ମାନ୍ୟତା ମିଳିଛି। ଏହି ପୁରସ୍କାର ସର୍ବ ପ୍ରଥମେ ଦେବୀକା ରାଣୀ ଚୌଧୁରୀଙ୍କୁ ମିଳିଥିଲା।

 



from Odisha Reporter http://bit.ly/2N7Nhtc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages