ଭାରତୀୟ ଯୁଦ୍ଧ ବିମାନର ସୁରକ୍ଷା କବଚ ସାଜିଥିଲା ଏହି ସୁପର ସିଷ୍ଟମ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 26, 2019

ଭାରତୀୟ ଯୁଦ୍ଧ ବିମାନର ସୁରକ୍ଷା କବଚ ସାଜିଥିଲା ଏହି ସୁପର ସିଷ୍ଟମ୍‌

ନୂଆଦିଲ୍ଲୀ: ଯେତେବେଳେ ଭାରତର ଯୁଦ୍ଧ ବିମାନ ମିରାଜ୍‌ ୨୦୦୦ ଜେଟ୍‌ ପାକିସ୍ତାନରେ ପଶି ବୋମା ବର୍ଷଣ କରୁଥିଲା ତା’ର ସୁରକ୍ଷା କବଚ୍‌ ସାଜିଥିଲା ଆୱାକସ୍‌ (Airborne Warning And Control System)। ଏହି ସିଷ୍ଟମକୁ ଯୁଦ୍ଧ ବିମାନ୍‌ରେ ଫିଟ୍‌ କରାଯାଇଥାଏ। ଏହାର ବିଶେଷତ୍ୱ ହେଉଛି ଏହି ସିଷ୍ଟମ୍‌ ଶତ୍ରୁର ଗତିବିଧି ଉପରେ ନଜର ରଖି ଆଲର୍ଟ କରିଥାଏ। ଆଜି ଭୋର ୩ଟା ୩୦ରେ ଭାରତୀୟ ବାୟୁ ସେନା ପକ୍ଷରୁ ପାକିସ୍ତାନରେ ଆକାଶ ମାର୍ଗରୁ ଆକ୍ରମଣ କରଯାଥିଲା। ତେବେ ଆକ୍ରମଣ ବେଳେ ଭାରତୀୟ ବାୟୁ ସେନା ଶତ୍ରୁର ପ୍ରତି ଆକ୍ରମଣ ପାଇଁ ମଧ୍ୟ ପ୍ରସ୍ତୁତ ହୋଇ ରହିଥିଲା।

ମୁଖ୍ୟତଃ ଏୟାର ଡିଫେନ୍ସ ପାଇଁ ଏହି ଆୱାକସ୍‌ ସିଷ୍ଟମକୁ ବ୍ୟବହାର କରାଯାଥାଏ। ପ୍ରଥମେ ଆମେରିକା ବାୟୁସେନା ପକ୍ଷରୁ ଏହି ସିଷ୍ଟମର ବ୍ୟବହାର କରାଯାଇଥିଲା। ଏହି ସିଷ୍ଟମ ଆଖପାଖ ଅଞ୍ଚଳ ଏବଂ ବହୁ ନିମ୍ନରେ ଉଡ଼ୁଥିବା ବିମାନକୁ ଡିଟେକ୍ଟ କରିପାରେ। ପ୍ରାୟ ୩୦୦ କିମି ଦୂରରୁ ଶତ୍ରୁର ଗତିବିଧି ଉପରେ ନିଘା ରଖିପାରେ ଏହି ସୁପର ସିଷ୍ଟମ୍‌ । ଖାସ୍‌ କରି ଶତ୍ରୁ ପକ୍ଷ ଏହି ସିଷ୍ଟମର ଟେର ପାଏ ନାହିଁ। ଏହା ଯେ କୌଣସି ପାଗରେ ମଧ୍ୟ କାମ କରିବା ପାଇଁ ସକ୍ଷମ ହୋଇଥାଏ। ଏହି କମ୍ପ୍ୟୁଟର ଶତ୍ରୁର ସମସ୍ତ ପ୍ରକାର ଆକ୍ଟିଭିଟିକୁ ରେକର୍ଡ କରିନିଏ।

ସୂଚନାଯୋଗ୍ୟ, ଏଲ୍‌ଓସି ଅତିକ୍ରମ କରି ଆଜି ଭୋର ୩ଟା ୩୦ରେ ଭାରତୀୟ ବାୟୁସେନାର ୧୨ଟି ଲଢ଼ୁଆ ମିରାଜ୍‌-୨୦୦୦ ବିମାନ ପିଓକେରେ ପ୍ରବେଶ ୧୦୦୦ କେଜିର ବୋମା ବର୍ଷଣ କରିଥିଲା। ଏଥିରେ ଏକାଧିକ ଆତଙ୍କବାଦୀ ଆଡ୍ଡା ସହ ଆତଙ୍କବାଦୀ ସଂଗଠନ ଜୈସ୍‌-ଇ- ମହମ୍ମଦର କଣ୍ଟ୍ରୋଲରୁମ୍‌କୁ ଧ୍ୱଂସ ହୋଇଛି ।



from Odisha Reporter https://ift.tt/2BNtPxB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages