ଡାଇବେଟିସରୁ ମୁକ୍ତି ପାଇଁ ଖାଆନ୍ତୁ ଏହି ୫ଟି ପରିବା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 26, 2019

ଡାଇବେଟିସରୁ ମୁକ୍ତି ପାଇଁ ଖାଆନ୍ତୁ ଏହି ୫ଟି ପରିବା

ପରିବର୍ତ୍ତିତ ଜୀବନଶୈଳୀ ଡାକି ଆଣିଛି ଅନେକ ରୋଗ । ତା ମଧ୍ୟରୁ ଗୋଟିଏ  ଡାଇବେଟିସ୍। ଛୋଟ ପିଲାଙ୍କଠାରୁ ବୟସ୍କ,  କେହି ବାଦ ପଡ଼ୁ ନାହାନ୍ତି ଡାଇବେଟିସ୍ ପଞ୍ଝାରୁ। ତେବେ ନିୟମିତ ଚିକିତ୍ସା ସହ ଖାଇବା, ଶୋଇବା ପ୍ରତି ସଚେତନ ରହିଲେ ଡାଇବେଟିସକୁ ନିୟନ୍ତ୍ରଣରେ ରଖିପାରିବା।  ଡାଇବେଟିସ ରୋଗୀଙ୍କ ପାଇଁ ସର୍କରା ଜାତୀୟ ଖାଦ୍ୟ ଉପରେ କଟକଣା ରହିଥାଏ। ସେମାନ ନିଜ ଖାଇବାରେ ଏପରି କିଛି ପରିବା ସାମିଲ କରିବା ଉଚିତ ଯାହା ରକ୍ତରେ ଗ୍ଲୁକୋଜର ମାତ୍ରା ବା ବ୍ଲଡସୁଗର ଲେଭଲକୁ ନିୟନ୍ତ୍ରଣ କରିପାରିବେ। କେଉଁ ପନିପରିବା ଡାଇବେଟିସ ରୋଗୀଙ୍କ ପାଇଁ ଉପକାରୀ  ଆସନ୍ତୁ ଜାଣିବା…

kandamula1୧) କନ୍ଦମୂଳ- କନ୍ଦମୂଳ ଶରୀରରେ ସୁଗର୍‌ର ସ୍ତରକୁ ବାରମ୍ୱାର ହ୍ରାସ ବୃଦ୍ଧି ହେବାରୁ ରକ୍ଷା କରିଥାଏ। କନ୍ଦମୂଳରେ ଏପରି ସ୍ଲୋ କାର୍ବୋହାଇଡ୍ରେଟ ରହିଛି, ଯାହା ରକ୍ତରେ ସୁଗର୍‌କୁ ବୃଦ୍ଧି କରିବାକୁ ଦେଇ ନଥାଏ। ଏହା ବ୍ୟତୀତ କନ୍ଦମୂଳରେ ଫାଇବର୍‌, ଭିଟାମିନ୍‌ ସି, ଏ ଓ ଜିଙ୍କ୍‌ ପରି ଆଣ୍ଟିଅକ୍ସିଡାଣ୍ଟ୍‌ ମଧ୍ୟ ରହିଛି। ଏଥିରେ ଭିଟାମିନ୍‌ ବି, ଆଇରନ୍‌, ପଟାସିୟମ୍‌ ଏବଂ ମାଗ୍ନେସିୟମ ଅଧିକ ମାତ୍ରାରେ ରହିଛି। ତେଣୁ ଡାଇବେଟିସ୍‌ ରୋଗୀମାନଙ୍କୁ ନିଜ ଖାଦ୍ୟରେ କନ୍ଦମୂଳ ସାମିଲ କରିବା ଉଚିତ। ତେବେ ଏହାରଳ ପରିମାଣ ପ୍ରତି ସଚେତନ ‍ଥିବେ।

୨) କଞ୍ଚା କଦଳୀ- କଞ୍ଚା କଦଳୀରେ ସର୍କରା କମ୍‌ ପରିମାଣରେ ଥାଏ। ଏହି କାରଣରୁ କଞ୍ଚା କଦଳୀ ଡାଇବେଟିସ୍‌ ରୋଗୀଙ୍କ ପାଇଁ ଉପକାରୀ । ଏଥିରେ ୫୫ରୁ କମ୍‌ ‘ଗ୍ଲାଇସେମିକ୍‌ ଇଣ୍ଡେସ୍କ୍‌'( ଜିଆଇ) ରହିଛି ଯାହା ପାଚନ ତନ୍ତ୍ରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। କମ୍‌ ‘ଜିଆଇ’ ଥିବା ଖାଦ୍ୟ ପଦାର୍ଥ ରକ୍ତରେ ସର୍କରାର ମାତ୍ରାକୁ ଶୀଘ୍ର ବୃଦ୍ଧି କରିବା ବନ୍ଦ କରିଥାଏ। ତେଣୁ ଡାଇବେଟିସ୍‌ ରୋଗୀ ଦୈନିକ ଭୋଜନରେ କଞ୍ଚା କଦଳୀକୁ ସାମିଲ୍ କରିପାରିବେ।

୩) ମୂଳା- ମୂଳାରେ ପ୍ରଚୁର ପରିମାଣରେ ଭିଟାମିନ A, B ଓ C ରହିଛି। ସୁଗରକୁ ନିୟନ୍ତ୍ରଣ କରିବାର ଉପାଦାନ ଏଥିରେ ଭରି ରହିଛି। ତେଣୁ ଡାଇବେଟିସ୍‌ ରୋଗୀ ନିୟମିତ ଖାଦ୍ୟରେ ମୂଳାକୁ ସାମିଲ କରିବା ଦରକାର। ମୂଳାରେ ପଟାସିୟମ ମଧ୍ୟ ଭରି ରହିଛି ଯାହା ରକ୍ତଚାପକୁ ମଧ୍ୟ ନିୟନ୍ତ୍ରଏ କରିଥାଏ।

୪) ଜହ୍ନି- ଜହ୍ନି ଖାଇବା ଦ୍ୱାରା ରକ୍ତ ସୃଷ୍ଟି ହେବା ସହ ହେମୋଗ୍ଲୋବିନ୍‌ ସ୍ତର ବଢ଼ିଥାଏ।  ଏଥିରେ ଭିଟାମିନ ସି, ଜିଙ୍କ, ଆଇରନ୍‌, ମାଗ୍ନେସିୟମ ଭଳି ମିନେରାଲ୍ସ ରହିଛି। ତେଣୁ ଡାଇବେଟିସ୍‌ ରୋଗୀଙ୍କ ପାଇଁ ଜହ୍ନି ବହୁତ୍ ଉପକାରୀ ।ଏଥିରେ ଇନ୍‌ସୁଲିନ୍‌ ଉପାଦାନ ତଥା peptides ଏବଂ alkaloids ଥିବାରୁ  ଏହା ରକ୍ତ ଓ ପରିସ୍ରାରେ ଥିବା ସୁଗରକୁ ନିୟନ୍ତ୍ରଣ କରିଥାଏ।

୫) ଘି କୁଆରି- ଗବେଷଣାରୁ ଜଣାପଡ଼ିଛି, ଘି କୁଆରି ବା ଆଲୋଭେରାରେ ଥିବା ଇମୋଡିନ୍‌ ନାମକ ତତ୍ତ୍ୱ ଶରୀରରେ ଗ୍ଲୁକୋଜ୍‌ର ସ୍ତରକୁ କମ୍‌ କରିଥାଏ। ଏଥିରେ ଥିବା ଗ୍ଲୁକୋମେନନ୍‌ ଏବଂ ମୁସିଲେଜ୍‌ ଫାଇବର୍‌ ଓଜନ ହ୍ରାସ କରିଥାଏ। ଆଲୋଭେରା ଇନ୍‌ସୁଲିନ୍‌ ସ୍ତର ନିୟନ୍ତ୍ରଣ କରି ଡାଇବେଟିସ୍‌କୁ କଣ୍ଟ୍ରୋଲ୍‌ କରିଥାଏ।

 

 



from Odisha Reporter https://ift.tt/2H3ElUY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages