କନିଆ ବେଶରେ ରାମ୍ପ୍‌କୁ ଓହ୍ଲାଇଲେ ଶ୍ୱେତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 26, 2019

କନିଆ ବେଶରେ ରାମ୍ପ୍‌କୁ ଓହ୍ଲାଇଲେ ଶ୍ୱେତା

ମୁମ୍ୱାଇ: ମାୟାନଗରୀ ମୁମ୍ୱାଇରେ ଏବେ ଫ୍ୟାଶନ୍‌ ଉଇକ୍‌ ଚାଲିଛି। ଏଥିରେ ବଲିଉଡ଼ର ବହୁ ବଡ଼ ବଡ଼ କଳାକାର ସାମିଲ ହୋଇ ରାମ୍ପ୍‌କୁ ଓହ୍ଲାଉଛନ୍ତି। ସେମାନେ ରାମ୍ପ୍‌ରେ ନିଜ ନିଜ ଜଲୱା ଦେଖାଇ ବହୁ ତାଳି ସାଉଣ୍ଟୁଛନ୍ତି। ଏପରି ଏକ ଫ୍ୟାଶନ ଶୋରେ ରାମ୍ପ୍‌କୁ ଓହ୍ଲାଇଛନ୍ତି ବିଗ୍‌ ବି ଅମିତାଭ ବଚ୍ଚନଙ୍କ ଝିଅ ଶ୍ୱେତା ବଚ୍ଚନ ନନ୍ଦା।

ଏହି ଫ୍ୟାଶନ୍‌ ଶୋରେ ଅବୁ ଜାନୀ ଓ ତା ପରେ ସନ୍ଦୀପ ଖୋସଲା ନାମକ ୨ ଜଣ ଡିଜାଇନର ନିଜ କଲେକସନ୍‌ ପ୍ରଦର୍ଶୀତ କରିଥିଲେ। ଉଭୟଙ୍କ ଲାଗି କରନ ଜୋହର, ଶ୍ୱେତା ବଚ୍ଚନ ଓ ସୋନମ କପୁର ଶୋ ଷ୍ଟପର୍‌ ହୋଇଥିଲେ। ଏହି ଅବସରରେ ଝିଅକୁ ଉତ୍ସାହିତ କରିବା ନିମନ୍ତେ ବ୍ୟସ୍ତତା ଭିତରୁ ସମୟ ବାହାର କରି ଅମିତାଭ ଓ ଜୟା ମଧ୍ୟ ଉକ୍ତ ଶୋରେ ପହଞ୍ଚିଥିଲେ।  ସେମାନଙ୍କ ବ୍ୟତୀତ ଡିଜାଇନାର ଶାଝନା ଏନସିଙ୍କ ଶୋ ଷ୍ଟପର୍‌ ହୋଇଥିଲେ  ପ୍ରୀତି ଜିଣ୍ଟା,  ଫରହନ ଅଖତର, ସୁନିଲ୍‌ ଗ୍ରୋଭର, ଅମୃତା ରାଓ ଏବଂ କନିକା କପୁର।

ରାମ୍ପ୍‌ରେ ଶ୍ୱେତା  କନିଆ ଗେଟ୍‌ଅପ୍‌ରେ ୱାକ୍‌ କରିଥିଲେ। ଏଥିରେ ସେ ଖୁବ୍‌ ସୁନ୍ଦର ବି ଲାଗୁଥିଲେ। ରଙ୍ଗୀନ ଲେହେଙ୍ଗା ପିନ୍ଧିଥିବା ଶ୍ୱେତା ମୁଣ୍ଡରେ ଜରି ବର୍ଡର କାମ ହୋଇଥିବା ଦୁପଟ୍ଟା ଦେଇଥିଲେ। ଯାହାକି ତାଙ୍କ ସୁନ୍ଦରତାକୁ ବହୁ ଗୁଣରେ ବଢାଇ ଦେଇଥିଲା। ଫଳରେ ଉପସ୍ଥିତ ଦର୍ଶକଙ୍କ ନଜର ତାଙ୍କ ଉପରୁ ହଟୁ ନ ଥିଲା। ନିଜକୁ ପରଫେକ୍ଟ ଲୁକ୍‌ ଦେବାକୁ ସେ କମ୍‌ ମେକଅପ୍‌ ନେଇଥିବା ବେଳେ ହେଭି ଜୁଏଲାରୀ ପିନ୍ଧିଥିଲେ। ଯାହାକି ତାଙ୍କୁ ବେଶ୍‌ ସୁଟ୍‌ ମଧ୍ୟ କରୁଥିଲା।

ଏହାକୁ ଦର୍ଶକ ଉପଭୋଗ କରୁଥିବା ବେଳେ ଅତିଥିଙ୍କ ଗହଣରେ ଥିବା ଅମିତାଭ ନିଜ ଝିଅର ଏପରି ଲୁକ୍‌କୁ କ୍ୟାମେରାରେ କଏଦ କରି ନେଇଥିଲେ।  ଏହାପରେ ଶ୍ୱେତା ଆଉ ଏକ ଲୁକ୍‌ରେ ନଜର ଆସିଥିଲେ। ଯେଉଁଥିରେ ସେ ହ୍ୱାଇଟ୍‌ ଓ ଗୋଲଡେନ କଲରର ଅନାରକଲି ସୁଟ୍‌ ପିନ୍ଧିଥିଲେ। ଏହି ଗେଟ୍‌ଅପ୍‌ରେ ନିଜକୁ  ପରଫେକ୍ଟ ଲୁକ୍‌ ଦେବାକୁ ସେ ସିଲଭର୍‌ କଲରର ଇୟର ରିଙ୍ଗ ସହ ଏକ ଛୋଟ  ଲାଲ ବିନ୍ଦି ମୁଣ୍ଡରେ ଲଗାଇଥିଲେ।

ନିଜ ଝିଅ ଫଟୋକୁ ଟ୍ୱିଟ୍‌ କରି ଅମିତାଭ ଏକ ଆବେଗଭରା ମେସଜ ଦେଇଛନ୍ତି। ସେଥିରେ ସେ ଝିଅମାନଙ୍କୁ ବେଷ୍ଟ ବୋଲି କହିବା ସହ କାଲି ଭଳି ଲାଗୁଛି ଶ୍ୱେତାଙ୍କୁ ଚଲା ଶିଖାଉଥିଲି। ହେଲେ ତୁମେ ଏତେ ବଡ଼ କିପରି ହୋଇଗଲ, ସମୟ କିପରି ଅତିକ୍ରାନ୍ତ ହୋଇଗଲା ଜଣାପଡିଲାନି ବୋଲି ସେ ମେସେଜ ଦେଇଛନ୍ତି। ଯାହାକୁ ବହୁତ ଲାଇକ୍‌ ବି ମିଳିଛି।

 



from Odisha Reporter https://ift.tt/2Wiw6IO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages