ନବୀନ ପଟ୍ଟନାୟକଙ୍କୁ ସିବିଆଇ ଜେରା କରିଛି: ଆବେଦନକାରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 26, 2019

ନବୀନ ପଟ୍ଟନାୟକଙ୍କୁ ସିବିଆଇ ଜେରା କରିଛି: ଆବେଦନକାରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିର୍ବାଚନ ପୂର୍ବରୁ କୋଲ୍ ବ୍ଲକ୍ ଆବଣ୍ଟନ ମାମଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନେଇ ବଢ଼ିପାରେ ସିବିଆଇ ଅଡୁଆ। ତାଙ୍କ ବିରୋଧରେ ପୂର୍ବରୁ ଥିବା କୋଇଲା ଖଣି ଆବଣ୍ଟନ ମାମଲାର ସିବିଆଇ ତଦନ୍ତ ତୁରନ୍ତ ଶେଷ କରିବାକୁ ସୁପ୍ରିମକୋର୍ଟରେ ଆବେଦନ ହୋଇଛି। ଏନେଇ ସିବିଆଇକୁ ନିର୍ଦ୍ଧାରିତ ସମୟ ଭିତରେ ତଦନ୍ତ ସାରିବାକୁ ନିର୍ଦ୍ଦେଶ ଦେବାକୁ ଆବେଦନରେ ଦର୍ଶାଇଛନ୍ତି ଆବେଦନକାରୀ ବୈଭବ ବର୍ମା।

୨୦୧୪ମସିହା ମାର୍ଚ୍ଚ ୨୬ ତାରିଖରେ ସିବିଆଇ ଏ ସଂକ୍ରାନ୍ତ ମାମଲା ହାତକୁ ନେଇଥିଲା। ସେଣ୍ଟ୍ରାଲ୍ କୋଲିଆରିଜ୍ କୋ. ଲିମିଟେଡ ନାମକ ନାଗପୁରର ଏକ କମ୍ପାନୀକୁ ୧୯୯୮ମସିହାରେ କୋଲ ବ୍ଲକ୍ ଆବଣ୍ଟନ କରାଯାଇଥିଲା। ଯଦିଓ ସଂପୃକ୍ତ କମ୍ପାନୀ ୧୯୯୯ ମସିହାରେ ଆରଓସିରେ ପଞ୍ଜିକୃତ ହୋଇଥିଲା। ତେବେ ପଞ୍ଜିକୃତ ହୋଇ ନ ଥିବା ସତ୍ତ୍ୱେ କମ୍ପାନୀକୁ ମହାରାଷ୍ଟ୍ରର ଟେକ୍ଲି-ଜେନା-ବେଲୋରା କୋଲ ଫିଲ୍ଡ ପ୍ରଦାନ କରାଯାଇଥିଲା। ସେତେବେଳେ ନବୀନ ପଟ୍ଟନାୟକ କେନ୍ଦ୍ର ଖଣିମନ୍ତ୍ରୀ ଦାୟିତ୍ୱରେ ଥିଲେ।

ଏପରିକି ଗତ ୨୦୧୪ରେ ତତ୍କାଳୀନ ସିବିଆଇ ନିର୍ଦ୍ଦେଶକ ରଣଜିତ ସିହ୍ନା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ ବୋଲି ଦର୍ଶାଇଛନ୍ତି ଆବେଦନକାରୀ। ଏହାର ୩ ବର୍ଷ ପରେ ଅର୍ଥାତ ୨୦୧୭ ନଭେମ୍ବରରେ ସିବିଆଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜେରା କରିଛି ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ତେବେ ନବୀନଙ୍କୁ ଜେରା ପରେ ମଧ୍ୟ କାହିଁକି ଏହି ମାମଲାର ତଦନ୍ତ ବିଳମ୍ବ ହେଉଛି, ସେନେଇ ପ୍ରଶ୍ନ ଉଠାଇଛନ୍ତି ଆବେଦନକାରୀ। ତେଣୁ ସୁପ୍ରିମକୋର୍ଟ ନିର୍ଦ୍ଧିଷ୍ଟ ସମୟ ଅବଧି ମଧ୍ୟରେ ସିବିଆଇକୁ ତଦନ୍ତ ସାରିବା ପାଇଁ ନିର୍ଦ୍ଦେଶ ଦେବାକୁ ନିବେଦନ କରିଛନ୍ତି ଆବେଦନକାରୀ।

ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତିକ୍ରିୟା ମିଳି ନ ଥିବା ବେଳେ ବିଜେଡି ସାଂସଦ ପିନାକୀ ମିଶ୍ର କହିଛନ୍ତି,“ଏହା ୨୧ ବର୍ଷର ପୁରୁଣା ପ୍ରସଙ୍ଗ। ଅଟଳ ବିହାରୀ ବାଜପେୟୀ ସରକାର ଥିବା ସମୟରେ ୨/୩ ମାସ ପାଇଁ କେନ୍ଦ୍ର ଖଣିମନ୍ତ୍ରୀ ଭାବେ ଅତିରିକ୍ତ ଦାୟିତ୍ୱରେ ଥିଲେ ମୁଖ୍ୟମନ୍ତ୍ରୀ। ସୁପ୍ରିମକୋର୍ଟରେ କୋଲ୍ ବ୍ଲକ ଆବଣ୍ଟନ ମାମଲା ଚାଲିଛି। କିନ୍ତୁ ଏହି ଘଟଣା ସହ ନବୀନ ପଟ୍ଟନାୟକଙ୍କର କୌଣସି ସମ୍ପର୍କ ନାହିଁ। ଉଦ୍ଦେଶ୍ୟମୂଳକ ଭାବେ ତାଙ୍କ ବିରୋଧରେ ଏହା ଏକ ମିଥ୍ୟା ଆରୋପ ଲଗାଯାଇଛି।”



from Odisha Reporter https://ift.tt/2CDPyIu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages