ଭାରତକୁ ୨୭୩ ରନର ଟାର୍ଗେଟ ଦେଲା ଅଷ୍ଟ୍ରେଲିଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 13, 2019

ଭାରତକୁ ୨୭୩ ରନର ଟାର୍ଗେଟ ଦେଲା ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ: ଫିରୋଜ ଶାହ କୋଟଲା ଗ୍ରାଉଣ୍ଡରେ ଖେଳାଯାଉଥିବା ପଞ୍ଚମ ତଥା ଅନ୍ତିମ ଦିନିକିଆରେ ଉସମାନ ଖ୍ୱାଜା ଶତକ ଓ ପିଟର ହ୍ୟାଣ୍ଡସ୍କମ୍ବଙ୍କ ଅର୍ଦ୍ଧଶତକ ବଳରେ ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ ହରାଇ ୨୭୨ ରନ୍ କରିଛି। ଫଳରେ ଭାରତକୁ ସିରିଜ ପାଇଁ ୫୦ ଓଭରରେ ୨୭୩ ରନ୍ କରିବାକୁ ପଡ଼ିବ। ଖ୍ୱାଜା ୧୦୬ ବଲରେ ୧୦ ଚୌକା ଓ ୨ ଛକା ସହ ୧୦୦ ଓ ହ୍ୟାଣ୍ଡସ୍କମ୍ବ ୫୨ ରନ କରିଥିବା ବେଳେ ଦଳର ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ବଡ଼ ସ୍କୋର କରିବାକୁ ସକ୍ଷମ ହୋଇନାହାନ୍ତି।

ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଅଧିନାୟକ ଆରୋନ ଫିଞ୍ଚ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଫିଞ୍ଚଙ୍କ ସହ ଇନିଂସ୍ ଓପନ କରିବାକୁ ଆସିଥିବା ଖ୍ୱାଜା ଦଳକୁ ଭଲ ଆରମ୍ଭ ଦେଇଥିଲେ। ଦୁହେଁ ପ୍ରଥମ ୱିକେଟ ପାଇଁ ୭୬ ରନ୍ ଯୋଡ଼ିଥିବା ବେଳେ ଫିଞ୍ଚ (୨୭)ଙ୍କୁ ରବୀନ୍ଦ୍ର ଜାଡେଜା ଆଉଟ୍ କରିଥିଲେ। ଏହା ପରେ ଖ୍ୱାଜା ଓ ହ୍ୟାଣ୍ଡସ୍କ୍ୱମ ଭଲ ବ୍ୟାଟିଂ କରି ଦଳକୁ ମଜଭୁତ ସ୍କୋର ଅଭିମୁଖେ ନେଇଥିଲେ।

ଦ୍ୱିତୀୟ ୱିକେଟ ପାଇଁ ଏହି ଯୋଡ଼ି ୯୯ ରନର ପାର୍ଟନରଶିପ୍ କରିଥିଲେ। ଖ୍ୱାଜା ଏଠାରେ ନିଜର ଦ୍ୱିତୀୟ ଶତକ ମାରିବା ପରେ ପ୍ୟାଭିଲିୟନ ଫେରିଥିଲେ। ତାଙ୍କୁ ଭୁବନେଶ୍ୱର କୁମାର ଆଉଟ୍ କରିଥିଲେ। ଏହିଠାରୁ ଅଷ୍ଟ୍ରେଲିଆ ନିୟମିତ ବ୍ୟବଧାନରେ ୱିକେଟ ହରାଇଥିଲା। ଚତୁର୍ଥ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ଗ୍ଲେନ ମ୍ୟାକ୍ସୱେଲ (୧)ଙ୍କୁ ଜାଡେଜା ନିଜର ଶିକାର ବନାଇଥିବା ବେଳେ ହ୍ୟାଣ୍ଡସ୍କମ୍ବ ମଧ୍ୟ ଅର୍ଦ୍ଧଶତକ ମାରିବା ପରେ ବେଶୀ ସମୟ କ୍ରିଜରେ ଛିଡ଼ା ହୋଇପାରି ନଥିଲେ।

ମୋହାଲିରେ ମ୍ୟାଚ୍ ବିଜୟୀ ଇନିଂସ୍ ଖେଳିଥିବା ଅଷ୍ଟନ ଟର୍ଣ୍ଣର (୨୦) ଓ ଅଲରାଉଣ୍ଡର ମାର୍କସ ଷ୍ଟୋଇନିସ୍ (୨୦) ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ। ତେବେ ଶେଷଭାଗରେ ଝାଇ ରିଚାର୍ଡସନ (୨୯) ଓ ପ୍ୟାଟ୍ କମିନ୍ସ (୧୫) ଦ୍ରୁତ ରନ୍ ସଂଗ୍ରହ କରି ଭ୍ରମଣକାରୀ ଦଳକୁ ୨୭୨ ରନରେ ପହଞ୍ଚାଇଥିଲେ। ଭାରତ ପକ୍ଷରୁ ଭୁବନେଶ୍ୱର କୁମାର ୩ଟି, ମହମ୍ମଦ ସାମି ଓ ରବୀନ୍ଦ୍ର ଜାଡେଜା ୨ଟି ଲେଖାଏ ୱିକେଟ ନେଇଥିଲେ।



from Odisha Reporter https://ift.tt/2TAWJf5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages