ହରିଆଣାରେ ମେଣ୍ଟ ପାଇଁ କଂଗ୍ରେସକୁ ଆପ୍‌ର ପ୍ରସ୍ତାବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 13, 2019

ହରିଆଣାରେ ମେଣ୍ଟ ପାଇଁ କଂଗ୍ରେସକୁ ଆପ୍‌ର ପ୍ରସ୍ତାବ

ନୂଆଦିଲ୍ଲୀ: ଦିଲ୍ଲୀରେ କଂଗ୍ରେସ ଓ କ୍ଷମତାସୀନ ଆମ୍‌ ଆଦ୍‌ମୀ ପାର୍ଟି(ଆପ୍‌) ପୃଥକ ପୃଥକ ଭାବେ ଲଢ଼ିବେ। ଆପ୍‌ ବିଜେପିକୁ ଦିଲ୍ଲୀରେ ଅଟକାଇବା ପାଇଁ କଂଗ୍ରେସର ହାତ ଧରିବାକୁ ଚାହିଁଥିଲା। ହେଲେ ଏହି ମେଣ୍ଟ ସମ୍ଭବ ହୋଇପାରି ନାହିଁ। ଏବେ ଆପ୍‌ ପକ୍ଷରୁ ହରିଆଣାରେ କଂଗ୍ରେସ ସହ ମେଣ୍ଟ କରିବାକୁ ପ୍ରକ୍ରିୟା ଆରମ୍ଭ କରିଛି। ଆପ୍‌ ହରିଆଣାରେ କଂଗ୍ରେସ ସହ ମିଶି ଲଢ଼ିବାକୁ ଆଗ୍ରହୀ ଥିବା ଆଜି କହିଛି।

ଆଜି ଆପ୍‌ ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି, ବିଜେପିକୁ ହରିଆଣାରେ ହରାଇବାକୁ ହେଲେ କଂଗ୍ରେସ ମେଣ୍ଟ କରିବା ଦରକାର। ଆପ୍‌, ଜନନାୟକ ଜନତା ପାର୍ଟି(ଜେଜେପି) ଓ କଂଗ୍ରେସ ଯଦି ହରିଆଣାରେ ଏକାଠି ହେବେ, ତା’ହେଲେ ବିଜେପି ଏଠାକାର ସମସ୍ତ ୧୦ଟି ଯାକ ଲୋକସଭା ଆସନରେ ପରାସ୍ତ ହୋଇପାରିବ ବୋଲି କେଜ୍ରିୱାଲ ଆଶା କରିଛନ୍ତି।

କେଜ୍ରିୱାଲ କହିଛନ୍ତି,“ମୁଁ ଆଜି ରାହୁଲ ଗାନ୍ଧିଙ୍କୁ ଏକ ପ୍ରସ୍ତାବ ଦେବାକୁ ଚାହୁଁଛି। ଆପ୍‌, କଂଗ୍ରେସ ଓ ଜେଜେପି ଏକାଠି ନିର୍ବାଚନ ଲଢ଼ିବାକୁ ଆଗେଇ ଆସିବା ଦରକାର। ଦିଲ୍ଲୀରେ ଆମେ କଂଗ୍ରେସ ବିନା ଜିତି ପାରିବୁ। ଏଥିପାଇଁ ଲୋକମାନେ ବ୍ୟସ୍ତ ହେବା ଦରକାର ନାହିଁ। ନରେନ୍ଦ୍ର ମୋଦି ଓ ଅମିତ ଶାହଙ୍କ ଯୋଡ଼ି ଦେଶ ପାଇଁ ବିପଦ। ତେଣୁ ଏହି ଯୋଡ଼ିକୁ ପରାସ୍ତ କରିବା ନିହାତି ଜରୁରି। ଦେଶ ବର୍ତ୍ତମାନ ଦୁଇଟି ଭାଗରେ ବିଭକ୍ତ। ଗୋଟିଏ ପଟେ ମୋଦିଙ୍କ ଅନ୍ଧ ଭକ୍ତ ଥିବା ବେଳେ ଅନ୍ୟପଟେ ତାଙ୍କୁ ଶାସନରୁ ହଟାଇବାକୁ ଲୋକ ଅଛନ୍ତି। ହେଲେ ମୋଦିଙ୍କୁ ବିରୋଧ କରୁଥିବା ଲୋକଙ୍କ ସଂଖ୍ୟା ଅଧିକା ଥିଲେ ହେଁ ସେମାନେ ଏକ ହୋଇପାରୁନାହାନ୍ତି।

ତେଣୁ ମୋଦି ବିରୋଧୀ ଲୋକମାନେ ଏକାଠି ହେବା ଦରକାର। ଯଦି ଆମେ ଏକାଠି ନ ହେବା, ତା’ହେଲେ ମୋଦି-ଶାହ ଯୋଡ଼ି ବିଜୟୀ ହୋଇଯିବେ।”
ଅରବିନ୍ଦ କେଜ୍ରିୱାଲ ମେଣ୍ଟ ପାଇଁ ପ୍ରସ୍ତାବ ଦେଇଥିଲେ ହେଁ କଂଗ୍ରେସ ପକ୍ଷରୁ ଏହାର ଜବାବ ମିଳିନାହିଁ।



from Odisha Reporter https://ift.tt/2EWhlo1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages