
ଜଳେଶ୍ୱର (ଅଜିତ ଦାସ): ୪ ମାସ ତଳେ ଦଶହରା ମେଳା ବୁଲିବାକୁ ଯାଇଥିବା ବେଳେ, ଜଣେ ୧୭ ବର୍ଷୀୟା ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଥିଲେ। ଦୁଷ୍କର୍ମକାରୀ କେବଳ ଦୁଷ୍କର୍ମ କରିନଥିଲେ, ନିଜେ କରିଥିବା କୁକର୍ମର ଭିଡିଓ ଉତ୍ତୋଳନ ମଧ୍ୟ କରିଥିଲେ। ଆଉ ୪ ମାସ ତଳର ସେହି ଅଶ୍ଳୀଳ ଭିଡିଓ ଏବେ ସୋଶାଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଏହାକୁ ନେଇ ନାବାଳିକାଙ୍କ ପରିବାର ଲୋକେ ଏବେ ଥାନାର ଦ୍ୱାରସ୍ଥ ହୋଇଛନ୍ତି।
ଘଟଣାଟି ଘଟିଥିଲା ବାଲେଶ୍ୱର ଜିଲ୍ଲାର ରାଇବଣିଆ ଥାନା ଅଞ୍ଚଳରେ। ତାରିଖ ଥିଲା ୨୦୧୮ ମସିହା ଅକ୍ଟୋବର ୨୮। ଏଠାକାର ଝୁମୁରୀ (ଛଦ୍ମନାମ) ନାମ୍ନୀ ଜଣେ ଝିଅ, ଯିଏକି ସେତେବେଳେ ନାବାଳିକା ଥିଲେ, ଦଶହରା ମେଳା ଦେଖିବା ପାଇଁ ଯାଇଥିଲେ ପଶ୍ଚିମବଙ୍ଗ ସୀମାନ୍ତର ଏକ ସ୍ଥାନକୁ। ମେଳାରେ ବୁଲୁଥିବା ବେଳେ, ଦୁଇଜଣ ସମ୍ପର୍କୀୟ ଯୁବକଙ୍କ ସହ ତାଙ୍କର ଦେଖା ହୋଇଥିଲା। ସେମାନେ ତାଙ୍କୁ ଫୁସୁଲେଇ ଘରେ ଛାଡ଼ି ଦେବାର ବାହାନା କରି ସାଥୀରେ ନେଇ ଯାଇଥିଲେ।
କିନ୍ତୁ ସମ୍ପୃକ୍ତ ଯୁବକମାନେ ଝୁମୁରୀଙ୍କୁ ତାଙ୍କ ଘରକୁ ନେବା ପରିବର୍ତ୍ତେ, ପଶ୍ଚିମବଙ୍ଗର କୋଟାବଣି ଜଙ୍ଗଲକୁ ନେଇଯାଇଥିଲେ। ସେଠାରେ ପୂର୍ବରୁ ଉପସ୍ଥିତ ଥିବା ଆଉ ୪ ଜଣ ଯୁବକଙ୍କ ସହ ମିଶି, ସେମାନେ ନାବାଳିକାଙ୍କୁ ଜଣେ ପରେ ଜଣେ ଦୁଷ୍କର୍ମ କରିଥିଲେ ଓ ମୋବାଇଲ୍ରେ ଦୁଷ୍କର୍ମ ସମୟର ଫଟୋ ଉଠାଇଥିଲେ ଓ ଭିଡିଓ ରେକର୍ଡିଂ କରିଥିଲେ।
ଏ ସମ୍ପର୍କରେ କାହାକୁ କହିଲେ ଜୀବନରୁ ମାରିଦେବେ ବୋଲି ଦୁର୍ବୃତ୍ତମାନେ ନାବାଳିକାଙ୍କୁ ଧମକ ଦେଇଥିଲେ। ପରେ ସେମାନେ ସେହି ଜଙ୍ଗଲରେ ନାବାଳିକାଙ୍କୁ ଛାଡ଼ି ପଳାଇ ଯାଇଥିଲେ। ଜୀବନ ପ୍ରତି ଭୟ ଓ ଲୋକଲଜ୍ଜା ଯୋଗୁ ଝୁମୁରୀ ଘଟଣା ସମ୍ପର୍କରେ କାହାକୁ କିଛି କହିନଥିଲେ। ଏପରିକି ପରିବାର ଲୋକଙ୍କୁ ମଧ୍ୟ କହିନଥିଲେ।
from Odisha Reporter https://ift.tt/2HALLiw
No comments:
Post a Comment