
ନୂଆଦିଲ୍ଲୀ: ଗୋଖାଦ୍ୟ ଦୁର୍ନୀତି ମାମଲାରେ ଜେଲ୍ଦଣ୍ଡ ଭୋଗୁଥିବା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ଜାମିନ ଆବେଦନ ନେଇ ସିବିଆଇକୁ ଜବାବ ତଲବ କରିଛନ୍ତି ସୁପ୍ରିମ୍କୋର୍ଟ। ସୁପ୍ରିମ୍କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ଏନେଇ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାକୁ ନୋଟିସ୍ କରିବା ସହିତ ଶୁଣାଣିକୁ ୨ ସପ୍ତାହ ଘୁଞ୍ଚାଇ ଦେଇଛନ୍ତି।
ଗତ ଜାନୁଆରୀ ୧୦ ତାରିଖରେ ଝାରଖଣ୍ଡ ହାଇକୋର୍ଟ ଦେଇଥିବା ରାୟକୁ ଚାଲେଞ୍ଜ କରି ଏହି ଆବେଦନ କରାଯାଇଛି। ୧୯୯୦ ମସିହାରେ ଆରଜେଡି ଅବିଭକ୍ତ ବିହାରରେ କ୍ଷମତାରେ ଥିବା ସମୟରେ ବିଭିନ୍ନ ଜିଲ୍ଲାରୁ ବେଆଇନ ଭାବରେ ସରକାରୀ ଅର୍ଥ ହଡ଼ପ କରିଥିଲେ। ସେତେବେଳେ ଲାଲୁ ବିହାରର ମୁଖ୍ୟମନ୍ତ୍ରୀ ଥିଲେ।
୨୦୧୭ ମସିହାରେ ଏସବୁ ମାମଲାରେ ପ୍ରଥମେ ଲାଲୁଙ୍କୁ ରାଞ୍ଚି ଜେଲ ପଠାଯାଇଥିଲା। ଏହା ପରେ ଲାଲୁ ବାର୍ଦ୍ଧକ୍ୟ ଏବଂ ଅସୁସ୍ଥତା କାରଣ ଦର୍ଶାଇ ଜାମିନ ଆବେଦନ କରିଛନ୍ତି। ସେ ଦେଓଘର, ଡୁମ୍କା ଏବଂ ଚାଇବାସା ସରକାରୀ ଟ୍ରେଜେରୀରୁ ବେଆଇନ ଅର୍ଥ ହଡ଼ପ କରିଥିବା ନେଇ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଚାଇବାସାର ଦୁଇଟି ଟ୍ରେଜେରୀ ମାମଲା ମଧ୍ୟରୁ ଗୋଟିଏରେ ସେ ଜାମିନ୍ ପାଇଛନ୍ତି। ବର୍ତ୍ତମାନ ଦୋରନ୍ଦା ଟ୍ରେଜେରୀ ମାମଲାର ଶୁଣାଣି ଚାଲୁ ରହିଛି।
ବର୍ତ୍ତମାନ ଲାଲୁ ଦିଲ୍ଲୀସ୍ଥିତ ରାଜେନ୍ଦ୍ର ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସରେ ଚିକିତ୍ସିତ ହେଉଛନ୍ତି। ଦେଶର ସବୁଠାରୁ ବଡ଼ ଦୁର୍ନୀତି ମଧ୍ୟରେ ଅନ୍ୟତମ କୁହାଯାଉଥିବା ଗୋଖାଦ୍ୟ ଦୁର୍ନୀତିରେ ୯୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହଡ଼ପ କରାଯାଇଥିଲା।
from Odisha Reporter https://ift.tt/2Hn7KKD
No comments:
Post a Comment