
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ ଟିକେଟ୍କୁ ନେଇ ନେତାମାନଙ୍କ ମଧ୍ୟରେ ରାଜନୀତି ଆରମ୍ଭ ହୋଇଛି। କିଛି ଦିନ ପୂର୍ବରୁ ଉତ୍ତର ପ୍ରଦେଶର ଉନ୍ନାଓର ବିଜେପି ସାସଂଦ ସାକ୍ଷୀ ମହାରାଜ ପାର୍ଟିକୁ ଧମକ ଦେଇଥିବା କଥା ଶୁଣିବାକୁ ମିଳିଥିଲା। ବର୍ତ୍ତମାନ ସାକ୍ଷୀ ମହାରାଜ ଏହି କଥାକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, “ମୁଁ ପାର୍ଟିକୁ କୌଣସି ପ୍ରକାରର ଧମକ ଦେଇନାହିଁ। ମୁଁ ପ୍ରଥମରୁ ମୋ ପାର୍ଟି ସହିତ ଛିଡ଼ା ହୋଇଥିଲି ଏବଂ ଏବେ ବି ରହିଛି। ଟିକେଟ୍କୁ ନେଇ ମୋର କୌଣସି ପ୍ରକାର ଆଶଙ୍କା ନାହିଁ। ମୁଁ ଏହା ମଧ୍ୟ ଜାଣିଛି ଯେ ଉନ୍ନାଓରେ ମତେ ହିଁ ଟିକେଟ୍ ମିଳିବ। ଯଦି ପାର୍ଟି ମତେ ଟିକେଟ୍ ଦେବ ନାହିଁ ତେବେ ମୁଁ ପାର୍ଟି ପାଇଁ ନିର୍ବାଚନ ପ୍ରଚାର କାର୍ଯ୍ୟରେ ସହଯୋଗ କରିବି।”

ସୂଚନା ଅନୁସାରେ ସାକ୍ଷୀଙ୍କୁ ଟିକେଟ୍ ନ ମିଳିବା ନେଇ ଚର୍ଚ୍ଚା ହେବାକୁ ସେ ଦଳର ପ୍ରଭାରୀଙ୍କୁ ଚିଠି ଲେଖିଥିଲେ। ଚିଠିରେ ସେ ଲେଖିଥିଲେ, “ମୋ ସଂସଦୀୟ କ୍ଷେତ୍ର ଉନ୍ନାଓରେ ଓବିସି ମତଦାତାଙ୍କ ସଂଖ୍ୟା ବହୁତ କମ୍। ନିଜ ପରିଶ୍ରମ ବଳରେ ମୁଁ ପାର୍ଟିକୁ ଛିଡ଼ା କରିବାରେ ସକ୍ଷମ ହୋଇଛି। ଏହି କାରଣରୁ ପାର୍ଟି ୧୫ ବର୍ଷ ପରେ ୨୦୧୪ ସାଧାରଣ ନିର୍ବାଚନରେ ଉନ୍ନାଓ ସିଟ୍କୁ ଜିତିବାରେ ସଫଳ ହୋଇଛି।”
ସାକ୍ଷୀଙ୍କୁ ୨୦୧୪ ଲୋକସଭା ନିର୍ବାଚନରେ ମୋଟ ୫ ଲକ୍ଷ ୧୮ହଜାର ୮୩୪ଟି ଭୋଟ୍ ମିଳିଥିଲା।
ବର୍ତ୍ତମାନ କଂଗ୍ରେସ ଉନ୍ନାଓ ସିଟ୍ରେ ନିଜର ପ୍ରାର୍ଥୀ ଭାବରେ ପୁଣି ଅନୁ ଟଣ୍ଡନଙ୍କର ନାମ ଘୋଷଣା କରି ଟିକେଟ୍ ଦେଇସାରିଛି।
୨୦୦୯ ଲୋକସଭା ନିର୍ବାଚନରେ କଂଗ୍ରେସ ନେତା ଅନୁ ଟଣ୍ଡନ ଉନ୍ନାଓ ସିଟ୍କୁ ନିଜ ହାତକୁ ନେଇଥିଲେ। ଆହୁରି ମଧ୍ୟ ବିଜେପିର ଦେବ ବକ୍ସ ସିଂହ ଏହି ଆସନରୁ ୩ ଥର ସାଂସଦ ରହି ସାରିଛନ୍ତି। କେବଳ ଏତିକି ନୁହେଁ, ଏହି ସିଟ୍ରେ ସମାଜବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟି ମଧ୍ୟ ଗୋଟିଏ ଗୋଟିଏ ଥର ନିର୍ବାଚନ ଜିତି ସାରିଛନ୍ତି।
https://ift.tt/2TySpx1
from Odisha Reporter https://ift.tt/2Hh5VyL
No comments:
Post a Comment