‘ମୁଁ କେଉଁ ଦଳକୁ ଯିବି ଏଜେନ୍ସି ଦେବ ରିପୋର୍ଟ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 13, 2019

‘ମୁଁ କେଉଁ ଦଳକୁ ଯିବି ଏଜେନ୍ସି ଦେବ ରିପୋର୍ଟ’

ସାଲେପୁର(ମନୋଜ ଆଚାର୍ଯ୍ୟ):ପ୍ରଥମେ ବିଧାୟକ ନବ ଦାସ ଓ ପରେ ଯୋଗେଶ ସିଂହ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଥିବା ବେଳେ ଦଳ ଡିଆଁ ତାଲିକାରେ ପ୍ରକାଶ ବେହେରାଙ୍କ ନାମ ମଧ୍ୟ ଚର୍ଚ୍ଚାକୁ ଆସିଥିଲା। ହେଲେ ଝାରସୁଗୁଡ଼ା ବିଧାୟକ ନବ ଦାସ ଓ ସୁନ୍ଦରଗଡ଼ ଯୋଗେଶ ସିଂହ କଂଗ୍ରେସ ଛାଡ଼ିବାର ପ୍ରାୟ ପ୍ରାୟ ୨ ମାସରୁ ଊର୍ଦ୍ଧ୍ୱ ବିତିଯାଇଥିଲେ ମଧ୍ୟ ଏଯାଏଁ ସାଲେପୁର ବିଧାୟକ ପ୍ରକାଶ ବେହେରା ନିଷ୍ପତ୍ତି ନେଇ ପାରିନାହାନ୍ତି। ପ୍ରକାଶ ବି ବିଜେଡିରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଥିଲା । କିନ୍ତୁ ଏବେ ନିର୍ବାଚନ ବିଗୁଲ ବାଜି ସାରିଥିବା ବେଳେ ପ୍ରକାଶଙ୍କ ରାଜନୈତିକ ରଣନୀତି ରହସ୍ୟ ଘେରରେ ରହିଛି।

ଏ ସମ୍ପର୍କରେ ତାଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, “ସାଲେପୁର ନିର୍ବାଚନମଣ୍ଡଳୀର ଯାହା ନିଷ୍ପତ୍ତି ମୁଁ ତାକୁ ଗ୍ରହଣ କରିନେବି। ଏଥିପାଇଁ ମୁଁ ଗୋଟିଏ ଏଜେନ୍ସି ଦ୍ୱାରା ସର୍ଭେ କରୁଛି। ଖୁବ୍‌ ଶୀଘ୍ର ଏନେଇ ରିପୋର୍ଟ ରିପୋର୍ଟ ଆସିବ। ଆଉ ସପ୍ତାହ ମଧ୍ୟରେ ମୁଁ ଏକ ସାମ୍ବାଦିକ ସମ୍ମିଳନୀ ଡାକି ଏବିଷୟରେ ସବିଶେଷ ତଥ୍ୟ ରଖିବି। ସର୍ଭେ ରିପୋର୍ଟରେ ଯେଉଁ ତଥ୍ୟ ଆସିଥିବ ଅର୍ଥାତ ଲୋକେ ଯେଉଁ ଦଳକୁ ପସନ୍ଦ କରିବେ ମୁଁ ସେହି ଦଳକୁ ଯିବି ବୋଲି ପରୋକ୍ଷରେ ସୂଚନା ଦେଇଛନ୍ତି ପ୍ରକାଶ। ସେ କହିଛନ୍ତି ଯେ, ମୁଁ ପ୍ରଥମରୁ ସାଲେପୁର-ଟାଙ୍ଗୀ ବାସିନ୍ଦାଙ୍କ ସାଙ୍ଗରରେ ଅଛି। ତାଙ୍କର ମତାମତ ମୋ ପାଇଁ ବଡ଼କଥା। ମୁଁ ବିକାଶରେ ବିଶ୍ୱାସ କରୁଛି।

ତେବେ ବିଜେପି ଯିବେ ନା ବିଜେଡି ଯିବେ ବୋଲି ପ୍ରଶ୍ନ ହେବାରୁ ପ୍ରକାଶ କହିଥିଲେ ଯେ,ଏବାବଦରେ ଗୋଟିଏ ବଡ଼ ଏଜେନ୍ସି କାମ କରୁଛି। ଉକ୍ତ ଏଜେନ୍ସି ଲୋକଙ୍କ ମତାମତ ନେଉଛି। ସେ ରିପୋର୍ଟକୁ ମୁଁ ଅପେକ୍ଷା କରିଛି। ପାଖାପାଖି ମାସେ ହେବ ସର୍ଭେ ଚାଲିଛି। ଉକ୍ତ ଏଜେନ୍ସି ଖୁବ୍‌ ଶୀଘ୍ର ରିପୋର୍ଟ ଦେବ। ଆଉ ରିପୋର୍ଟରେ ଯାହା ନିର୍ଯାସ ଆସିବ ମୁଁ ସେହି ଅନୁଯାୟୀ ନିଷ୍ପତ୍ତି ନେବି।” ତେବେ ଏ ବାବଦରେ କେଉଁ ଏଜେନ୍ସି କାମ କରୁଛି ବୋଲି ପ୍ରଶ୍ନ ହେବାରୁ ଏହାକୁ ସେ ପ୍ରକାଶ କରିବାକୁ ଅନିଚ୍ଛା ପ୍ରକାଶ କରିଥିଲେ।



from Odisha Reporter https://ift.tt/2VWtfFb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages