ଆତଙ୍କୀସ୍ତାନର ମୁଖା ଖୋଲିବ ଭାରତୀୟ ଗୁଇନ୍ଦା ରିପୋର୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 5, 2019

ଆତଙ୍କୀସ୍ତାନର ମୁଖା ଖୋଲିବ ଭାରତୀୟ ଗୁଇନ୍ଦା ରିପୋର୍ଟ

ନୂଆଦିଲ୍ଲୀ: ଆତଙ୍କବାଦୀଙ୍କ ଭୂସ୍ୱର୍ଗ ପାକିସ୍ତାନରେ ବିଭିନ୍ନ ଆତଙ୍କବାଦୀ ତାଲିମ କେନ୍ଦ୍ର ବା ଆତଙ୍କୀ କାରଖାନାର ଉପସ୍ଥିତି ନେଇ ଠୋସ୍‌ ପ୍ରମାଣ ସହିତ ପ୍ରଭାବୀ ରିପୋର୍ଟ ପ୍ରସ୍ତୁତ କରିଛନ୍ତି ଭାରତୀୟ ଗୁଇନ୍ଦା ସଂସ୍ଥା। ପାକିସ୍ତାନରେ ଏହି ଆତଙ୍କୀମାନଙ୍କ ଗଡ଼ ଗୁଡ଼ିକର ଉପସ୍ଥିତି ବାବଦରେ ଭାରତ ଅନ୍ତର୍ଜାତୀୟ ଫୋରମ୍‌ରେ ତଥ୍ୟ ଉପସ୍ଥାପନ କରିବ।

ଏଭଳି କରିବାର ଉଦ୍ଦେଶ୍ୟ ହେଉଛି ପାକିସ୍ତାନର ପୃଷ୍ଠପୋଷକତାରେ କିଭଳି ଆତଙ୍କବାଦର ଚେର ବ୍ୟାପିଛି ଏବଂ ଏହା କିଭଳି ସମଗ୍ର ବିଶ୍ୱ ପାଇଁ ବିପଦ ପାଲଟିଛି ସେ ବାବଦରେ ଦୃଷ୍ଟି ଆକର୍ଷଣ କରାଯିବ। ଭାରତ ତା’ର ବନ୍ଧୁ ରାଷ୍ଟ୍ରମାନଙ୍କୁ ସେହି ସମସ୍ତ ପ୍ରମାଣ ଦେବ ଯେଉଁଥିରେ ପାକିସ୍ତାନର ଏଭଳି ଘୃଣ୍ୟ କାରନାମାର ପ୍ରମାଣ ସ୍ୱରୂପ ସେମାନଙ୍କ ଲୁଚିବା ସ୍ଥାନ ଓ କ୍ୟାମ୍ପର ସ୍ୟାଟେଲାଇଟ୍ ଇମେଜ୍ ମଧ୍ୟ ରହିବ।

ପାକିସ୍ତାନ ଅଧିକୃତ କଶ୍ମୀର ଏବଂ ପାକିସ୍ତାନରେ ୧୬ଟି ଏଭଳି ହବ୍‌ ଥିବା ସମ୍ପର୍କରେ ଭାରତ ଏକ ରିପୋର୍ଟ ପ୍ରସ୍ତୁତ କରିଛି। ସେହିଁ ହବ୍ ଗୁଡ଼ିକରେ ରେ କମ୍ୟୁନିକେସନ୍‌ ଏବଂ କଣ୍ଟ୍ରୋଲ ସିଷ୍ଟମ୍‌ର ବ୍ୟବସ୍ଥା ଥିବା ବେଳେ ଭାରତରେ ଆତଙ୍କବାଦୀମାନଙ୍କ ସହାୟତା ପାଇଁ କାର୍ଯ୍ୟରତ ବିଭିନ୍ନ ସଂଗଠନର କାର୍ଯ୍ୟାଳୟ ରହିଛି।

ପାକିସ୍ତାନର ସେନା କ୍ୟାମ୍ପ ନିକଟବର୍ତ୍ତୀ ଅଞ୍ଚଳରେ ଥିବା ଏହି ତାଲିମକେନ୍ଦ୍ର ଆତଙ୍କବାଦୀଙ୍କୁ ତାଲିମ ଦେଇ ଭାରତରେ ହମ୍‌ଲା ପାଇଁ ପ୍ରସ୍ତୁତ କରିଥାନ୍ତି। ଏହି କେନ୍ଦ୍ର ସବୁରେ ଗୁଳିମାଡ଼ କରିବା, ଜଳପଥରେ ଆକ୍ରମଣ କରିବା, ଆଇଡି ବିସ୍ଫୋରଣ କରିବା ଏବଂ ଡ୍ରୋନ୍‌ ଉଡ଼ାଇବା ଆଦି ତାଲିମ ଦିଆଯାଏ।

ଏଠାରେ ଏଭଳି ୬ଟି ଆତଙ୍କୀ ଲଞ୍ଚ କ୍ୟାମ୍ପ ରହିଛି, ଯେଉଁଠାରେ ବୃହତ ସଂଖ୍ୟାରେ ଯୁବକଙ୍କୁ ଧର୍ମ ନାଁରେ ଜିହାଦ୍‌ ପାଇଁ ପ୍ରବର୍ତ୍ତାଇ ଯାଇଥାଏ। କେବଳ ପାକିସ୍ତାନରେ ବାଲାକୋଟ୍‌କୁ ଛାଡ଼ିଦେଲେ ଆହୁରି ୫ଟି କ୍ୟାମ୍ପ ରହିଛି। ମାନ୍‌ସେରାରେ ୩ଟି ଏବଂ ପଞ୍ଜାବରେ ୨ଟି ଏଭଳି କ୍ୟାମ୍ପ ରହିଛି। ପିଓକେରେ ଥିବା ୧୧ଟି କ୍ୟାମ୍ପରୁ ମୁଜାଫରାବାଦ୍ ଅଞ୍ଚଳରେ ୫ଟି, କୋଟଲି ଅଞ୍ଚଳରେ ୫ଟି ଏବଂ ବର୍ଣ୍ଣାଲାରେ ଗୋଟିଏ କ୍ୟାମ୍ପ ରହିଛି।

ପାକିସ୍ଥାନରେ ତାଲିମପ୍ରାପ୍ତ ଆତଙ୍କବାଦୀମାନେ ଭାରତ ଉପରେ ଜଳପଥରେ ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଥିବା ନେଇ ନୌସେନା ମୁଖ୍ୟ ସୁନୀଲ ଲାମ୍ବା ମଙ୍ଗଳବାର ସୂଚନା ଦେଇଥିଲେ। ନୌସେନା ମୁଖ୍ୟ କହିଥିଲେ, “ଗତ କିଛି ସପ୍ତାହ ଧରି ଜମ୍ମୁକଶ୍ମୀରରେ ଭୟଙ୍କର ଆତଙ୍କୀ ଆକ୍ରମଣ ବାବଦରେ ଆପଣ ସମସ୍ତେ ଜାଣନ୍ତି। ବର୍ତ୍ତମାନ ସେମାନେ ଜଳପଥରେ ମଧ୍ୟ ଆକ୍ରମଣ କରିବା ଚକ୍କରରେ ଅଛନ୍ତି। କିଛି ଉଗ୍ରପନ୍ଥୀଙ୍କ ଷଡ଼ଯନ୍ତ୍ର ଏବଂ ଭାରତରେ ଅସ୍ଥିରତା ସୃଷ୍ଟି କରିବାକୁ ଚାହୁଁଥିବା ରାଷ୍ଟ୍ରର ସମର୍ଥନରେ ଏହି ଆକ୍ରମଣ ପାଇଁ ସେମାନେ ପ୍ରସ୍ତୁତ ହେଉଛନ୍ତି।”



from Odisha Reporter https://ift.tt/2UlPTql

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages