‘ଆଜିଠୁ ଘରେ ଘରେ ଶଙ୍ଖ’, ଜଟଣୀରୁ ବିଗୁଲ୍‌ ବଜାଇଲେ ମୁଖ୍ୟମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 5, 2019

‘ଆଜିଠୁ ଘରେ ଘରେ ଶଙ୍ଖ’, ଜଟଣୀରୁ ବିଗୁଲ୍‌ ବଜାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିଜୁ ମହିଳା ଜନତା ଦଳ ସଦସ୍ୟ, ପ୍ରାୟ ୮୬ ଲକ୍ଷ ପରିବାରକୁ ଯାଇ ତୃଣମୂଳସ୍ତରରୁ ଲୋକଙ୍କ ମତାମତ ନେବେ। କ’ଣ ରହିଛି ସେମାନଙ୍କ ସୁବିଧା, ଅସୁବିଧା ପଚାରି ବୁଝିବା ପରେ ପ୍ରସ୍ତୁତ ହେବ ନିର୍ବାଚନୀ ଇସ୍ତାହାର। ଏହି କ୍ରମରେ ଆଜିଠୁ ଆରମ୍ଭ ହୋଇଛି ବିଜେଡିର ‘ଘରେ ଘରେ ଶଙ୍ଖ’ ଅଭିଯାନ।

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ଆଜିଠୁ ବିଜେଡିର ଏହି ନିର୍ବାଚନୀ ଅଭିଯାନ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଟଣୀରୁ ଏହାର ଶୁଭାରମ୍ଭ କରିଛନ୍ତି। ପ୍ରାୟ ୮୬ ଲକ୍ଷ ପରିବାରରେ ବିଜୁ ମହିଳା ଜନତା ଦଳର କାର୍ଯ୍ୟକର୍ତ୍ତା ପହଞ୍ଚି ଇସ୍ତାହାର ସମ୍ପର୍କରେ ମତାମତ ନେବେ। ସାଧାରଣ ନିର୍ବାଚନ ପୂର୍ବରୁ ଲୋକଙ୍କ ପାଖକୁ ପହଞ୍ଚିବା ଓ ରାଜ୍ୟ ସରକାରଙ୍କ ସଫଳତାକୁ ବଖାଣିବା ମଧ୍ୟ ଏହି ଅଭିଯାନର ଆଉ ଏକ ଉଦ୍ଦେଶ୍ୟ ବୋଲି କୁହାଯାଉଛି।

ସୂଚନାଯୋଗ୍ୟ, ୨୦୧୪ ନିର୍ବାଚନ ସମୟରେ ବିଜେଡି ଅନେକ ପ୍ରତିଶ୍ରୁତି ଦେଇଥିଲା। ହେଲେ ତାହାକୁ ସବୁ ସୂଚାରୁ ଢଙ୍ଗରେ ପୂରଣ କରିପାରି ନାହିଁ। ୧୯ ବର୍ଷ କ୍ଷମତାରେ ରହିବା ପରେ ସରକାରୀ ବିରୋଧୀ ହାଓ୍ୱାର ସମ୍ମୁଖୀନ ହେଉଛି ବିଜେଡି। ଦ୍ୱିତୀୟ କୃଷି ବିଶ୍ୱବିଦ୍ୟାଳୟ, ସବୁ ପଞ୍ଚାୟତରେ ଗୋଦାମ ଘର, ସବୁ ବ୍ଲକରେ ଶୀତଳ ଭଣ୍ଡାର, ଶିକ୍ଷାନୁଷ୍ଠାନରେ କ୍ୟାରିଅର୍ କାଉନ୍ସେଲିଂ ସେଣ୍ଟର ପ୍ରତିଷ୍ଠା ଭଳି ପ୍ରତିଶ୍ରୁତି ଏ ଯାଏଁ ପୂରଣ ହୋଇନାହିଁ ।



from Odisha Reporter https://ift.tt/2C5VDNP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages